fbpx

ଜନ୍ମ ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ ଏହି ୩ଟି ଜନିଷ, ଚାହିଁଲେ ମଧ୍ୟ ବଦଳାଇ ପରିବେନି କେହି

ଚାଣକ୍ୟ ନିଜ ଶାସ୍ତ୍ରରେ ଏପରି କିଛି କଥା କହିଛନ୍ତି, ଯାହାକୁ ପାଳନ କରିବା ଦ୍ୱାରା ମଣିଷକୁ ସଫଳତା ପ୍ରାପ୍ତ ହୋଇଥାଏ, ଏବଂ ଏହାକୁ କେହି ମଧ୍ୟ ରୋକି ପାରିବେ ନାହିଁ । ଏଥିରେ ୩ଟି ଏପରି କଥା କୁହାଯାଇଛି ଯାହା ବ୍ୟକ୍ତିର ଜନ୍ମ ପୂର୍ବରୁ ତା ଭାଗ୍ୟରେ ଲେଖାଯାଇଥାଏ ଏବଂ ତାକୁ ବଦଳାଇବା ପାଇଁ ହଜାର ପ୍ରକାର ଚେଷ୍ଟା କଲେ ମଧ୍ୟ ବଦଳି ନଥାଏ । ତେବେ ଆସନ୍ତୁ ଜାଣିବା ସେହି ୩ଟି ଜିନିଷ ବିଷୟରେ..

-ଚାଣକ୍ୟଙ୍କ କହିବା ଆନୁସାରେ, ବ୍ୟକ୍ତିର ଆୟୁ ଯାହାର ଜନ୍ମ ପୂର୍ବରୁ ଲେଖାଯାଇଥାଏ । ସେ କେତେ ବର୍ଷ ବଞ୍ଚିବ ଏବଂ ତାର ମୃତ୍ୟୁ କେବେ ହେବ ସବୁ କିଛି ଲେଖାଯାଇଥାଏ । ଏହାସହ ମଣିଷ ସ୍ୱାସ୍ଥ୍ୟ ଥାଇ ମଧ୍ୟ ଜୀବନର ଆନନ୍ଦ ନେବା ବା ରୋଗ ଭୋଗୀବ ତାହା ପୂର୍ବରୁ ଲେଖାଯାଇଛି ।

-ମଣିଷର ଆର୍ଥିକ ସ୍ଥିତି ମଧ୍ୟ ତାଙ୍କ ଜନ୍ମରୁ ନିର୍ଦ୍ଧାରୀତ ହୋଇଥାଏ । ପ୍ରତ୍ୟେକ ବ୍ୟକ୍ତିଙ୍କୁ କେବେ ମଧ୍ୟ ଭାଗ୍ୟ ଠାରୁ ଆଧିକ ଟଙ୍କା ମିଳିବ ନାହିଁ । ମଣିଷ ଯେତେ ମଧ୍ୟ ପରିଶ୍ରମ କଲେ ମଧ୍ୟ ତା ଭାଗ୍ୟରେ ଯାହା ଥିବ ତାହା ହିଁ ପ୍ରାପ୍ତ ହେବ । ସେଥିପାଇଁ ବ୍ୟକ୍ତିକୁ ନିଜ ସଂପତ୍ତିରେ ସନ୍ତୁଷ୍ଟ ରହିବା ଶିକ୍ଷିନେବା ଆବଶ୍ୟକ ।

-ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ବ୍ୟକ୍ତିକୁ ସର୍ବଦା ଭଲ କର୍ମ କରିବା ଆବଶ୍ୟକ । କାରଣ ଖରାପ କର୍ମର ଫଳ, ପୂନଃ ଜନ୍ମରେ ତାହା ପ୍ରାପ୍ତ ହୋଇଥାଏ । ଜୀବନରେ କିଛି ପରିଣାମ ପୂର୍ବ ଜନ୍ମ ଉପରେ ନିର୍ଭର କରେ । ପୁନଃ ଜନ୍ମ ନେବାପରେ ତାଙ୍କୁ ଭଲ-ମନ୍ଦର ଫଳ ଭୋଗିବାକୁ ପଡିବ ।

Get real time updates directly on you device, subscribe now.