fbpx

ଆପଣ ଅଫିସରେ କାମ କରୁଛନ୍ତି କି? ଯଦି ହଁ, ତେବେ ଆପଣଙ୍କୁ ହୋଇପାରେ ଏହି ରୋଗ, ଜାଣନ୍ତୁ ବର୍ତ୍ତିବାର ଉପାୟ

ଆପଣ ଅଫିସରେ କାମ କରୁଛନ୍ତି କି? ଯଦି ହଁ, ତେବେ ଆପଣଙ୍କୁ ଏକ ନିର୍ଦ୍ଦିଷ୍ଟ ରୋଗ ହେବାର ଆଶଙ୍କା ରହିଛି। ନିକଟରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ନ୍ୟାଶନାଲ କ୍ଲାସିଫିକେଶନ ଅଫ୍‌ ଡିଜିଜ୍‌ ଲିଷ୍ଟରେ ‘ବର୍ନଆଉଟ୍‌’ ନାମକ ଏକ ରୋଗକୁ ସାମିଲ କରାଯାଇଛି। ମୁଖ୍ୟତଃ ଏହି ରୋଗ ଅଫିସରେ କାମ କରୁଥିବା ବ୍ୟକ୍ତିଙ୍କଠାରେ ଦେଖାଦେଇଥାଏ। ଏହି ରୋଗ ଶାରୀରିକ କ୍ଳାନ୍ତି ଏବଂ ଚିନ୍ତା ଯୋଗୁ ହୋଇଥାଏ।

‘ବର୍ନଆଉଟ୍‌’ କ’ଣ?
ଶାରୀରିକ କ୍ଳାନ୍ତି ଏବଂ ଚିନ୍ତା ହେଉଛି ଏହି ରୋଗର ମୁଖ୍ୟ କାରଣ। ଯେଉଁ ବ୍ୟକ୍ତି ନିଜ କାମକୁ ସମ୍ପୂର୍ଣ୍ଣ କରିବା ପାଇଁ ଖାଇବା ପିଇବା ଛାଡିଦେବା ସହ ବ୍ୟକ୍ତିଗତ ଜୀବନକୁ ମଧ୍ୟ ଭୁଲିଯାଆନ୍ତି, ସଂପୃକ୍ତ ବ୍ୟକ୍ତି ଏପରି ରୋଗର ଶିକାର ହୋଇଥାନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁସାରେ ‘ବର୍ନଆଉଟ୍‌’ କେବଳ କର୍ମଜୀବୀଙ୍କ କ୍ଷେତ୍ରରେ ଦେଖାଯାଇଥାଏ। ଅତ୍ୟଧିକ କାମ ପ୍ରେସର ଯୋଗୁ ଏହି ରୋଗ ହୋଇଥାଏ।

ଲକ୍ଷଣ:
-ସବୁବେଳେ ଦୁର୍ବଳ ଅନୁଭବ କରିବା ସହ ଚିଡ଼ିଚିଡ଼ା ଲାଗିଥାଏ।
-ନିଜ କାମକୁ ନେଇ ସବୁବେଳେ ଦ୍ୱନ୍ଦ୍ୱରେ ରହିବା।
-ଅଫିସ କାମରେ ମନ ନ ଲାଗିବା।
-ଭୋକ ନ ଲାଗିବା
-ନିଶା ଦ୍ରବ୍ୟ ସେବନ ପାଇଁ ଇଚ୍ଛା ହେବା।
-ସବୁବେଳେ ମନକୁ ନକାରାତ୍ମକ ଚିନ୍ତାଧାରା ଆସିବା।
-ପରିବାର ଏବଂ ବନ୍ଧୁଙ୍କ ସହ କଥା ନ ହେବା।

ଏଥିରୁ ରକ୍ଷା ପାଇବାର ଉପାୟ:
-କାମକୁ ବୋଝ ନ ଭାବି ଉତ୍ସାହର ସହିତ କରନ୍ତୁ।
-ଏହି ରୋଗରୁ ରକ୍ଷା ପାଇବା ପାଇଁ ସେହି କାମ କରନ୍ତୁ, ଯାହା ଆପଣଙ୍କର ଇଚ୍ଛା ହେଉଛି। ଯେପରି ବହି ପଢ଼ିବା, ଗୀତ ଶୁଣିବା, ବାହାରେ ବୁଲାବୁଲି କରିବା, ଫିଲ୍ମ ଦେଖିବା ଇତ୍ୟାଦି।
– ଯଦି ଆପଣ ସବୁବେଳେ ଚିନ୍ତାରେ ରହୁଛନ୍ତି, ତେବେ ଏଥିରୁ ମୁକ୍ତି ପାଇବା ଲାଗି ପରିବାର ବା ବନ୍ଧୁଙ୍କ ସହ ଅଧିକ ସମୟ ବିତାନ୍ତୁ।
-ଯୋଗ କରିବା ସହ ଫଳ, ପନିପରିବା ଏବଂ ଫାଇବରଯୁକ୍ତ ଖାଦ୍ୟ ଖାଆନ୍ତୁ।
-ଏହି ରୋଗର ସେଭଳି କୌଣସି ମେଡିସିନ ନାହିଁ। ତେଣୁ ଏପରି ଲକ୍ଷଣ ଦେଖାଦେଲେ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ପ୍ରକୃତପକ୍ଷେ ଏହି ରୋଗର ନିଜେ ହିଁ ଚିକିତ୍ସକ।
-ଠିକ୍‌ ସମୟରେ ଅଫିସରୁ ଘରକୁ ଫେରନ୍ତୁ। ଏଥିସହ କାମ ଚିନ୍ତା ଘରକୁ ନିଅନ୍ତୁ ନାହିଁ।

Get real time updates directly on you device, subscribe now.