fbpx
BSKY
BJD MC SKY
BJD YOUTH SKY

Ind Vs Pak: ପାକିସ୍ତାନ ବିପକ୍ଷ ମ୍ୟାଚରେ ବିରାଟ କରିପାରନ୍ତି ଏହି ବଡ଼ ରେକର୍ଡ଼

ନୂଆଦିଲ୍ଲୀ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୁପର ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଉଭୟ ଦଳ ପ୍ରସ୍ତୁତ ଅଛନ୍ତି। କ୍ରମାଗତ ଭାବେ ଦୁଇଟି ମ୍ୟାଚ୍ ଜିତିବା ପରେ ଭାରତ ଏହି ମ୍ୟାଚକୁ ବି ଜିତି ନିଜ ବିଜୟ ପର୍ଯ୍ୟାୟ ଜାରି ରଖିବ ବୋଲି ଦଳ ଆଶା ରଖିଛି । ସେହିଭଳି ପାକିସ୍ତାନ ମଧ୍ୟ ଭାରତୀୟ ଦଳ ବିପକ୍ଷରେ ମ୍ୟାଚ୍ ହାରିବା ପରେ ହଂକଂକୁ ୧୫୫ ରନ୍ ବ୍ୟବଧାନରେ ପରାସ୍ତ କରିଛି।ଯାହାଦ୍ୱାରା କି ପାକିସ୍ତାନ ଦଳର ମଧ୍ୟ ଏହି ମ୍ୟାଚ୍କୁ ଜିତିବା ନେଇ ଆତ୍ମବିଶ୍ୱାସ ମଧ୍ୟ ଦୃଢ଼ ରହିଛି | ଏଭଳି ପରିସ୍ଥିତିରେ ଉଭୟ ଦଳ ମଧ୍ୟରେ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିବ।

ଅନ୍ୟପକ୍ଷେ ଭାରତୀୟ ଦଳ ଆଜିର ମ୍ୟାଚରେ ବିରାଟ କୋହଲିଙ୍କଠାରୁ ବହୁତ ଆଶା ରଖିଛି। ଭାରତୀୟ ଦଳର ପୂର୍ବ ଅଧିନାୟକ ବିରାଟ ଏସିଆ କପରେ ନିଜ ଫର୍ମକୁ ଫେରିଛନ୍ତି। ସେ ପାକିସ୍ତାନ ବିପକ୍ଷରେ ୩୫ରନ୍ ସ୍କୋର କରିଥିଲେ। ଏଥି ସହିତ ବିରାଟ ହଂକଂ ବିପକ୍ଷ ୪୪ ବଲରେ ଅପରାଜିତ ୫୯ ସ୍କୋର କରି ଟିମ୍ ଇଣ୍ଡିଆର ବିଜୟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ବର୍ତ୍ତମାନ ପାକିସ୍ତାନ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ବିରାଟ ନାଁରେ ଏକ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ଯୋଡ଼ି ହେଏବେକୁ ଯାଉଛି। ବାସ୍ତବରେ, ବିରାଟ ଟି -20 ଇଣ୍ଟରନ୍ୟାସନାଲରେ ୧୦୦ ଛକାଠାରୁ ମାତ୍ର ତିନି ପାଦ ଦୂରରେ | ଯଦି ସେ ଏହି ମ୍ୟାଚରେ ତିନୋଟି ଛକା ମାରିଦିଅନ୍ତି, ତେବେ ସେ ଟି-20 ଇଣ୍ଟରନ୍ୟାସନାଲରେ ୧୦୦ ଟି ଛକା ମାରିବାରେ ଦୁନିଆର ଦଶମ କ୍ରିକେଟର ଭାବେ ଗଣତି ହେବେ। ଏଥି ସହିତ ବିରାଟ ଏହି ରେକର୍ଡ଼ ହାସଲ କରିବା କ୍ଷେତ୍ରରେ ଭାରତର ଦ୍ୱିତୀୟ କ୍ରିକେଟର ହେବେ।

ତାଙ୍କ ପୂର୍ବରୁ ରୋହିତ ଶର୍ମା ଟି-20 ଇଣ୍ଟରନ୍ୟାସନାଲରେ ୧୦୦ ରୁ ଅଧିକ ଛକା ମାରିଛନ୍ତି। ଏଥି ସହିତ ଅନ୍ତର୍ଜାତୀୟ ଟି-20 ରେ ବିରାଟଙ୍କ ପୂର୍ବରୁ ମାର୍ଟିନ ଗୁପ୍ଟିଲ, ରୋହିତ ଶର୍ମା, କ୍ରିସ ଗେଲ, ଇଓନ ମୋର୍ଗାନ, ଆରୋନ ଫିଞ୍ଚ, ପଲ ଷ୍ଟିରଲିଙ୍ଗ, ଇଭିନ ଲୁଇସ, କଲିନ ମୁନ୍ରୋ ଏବଂ ଡେଭିଡ ୱାର୍ନର ୧୦୦ କିମ୍ବା ଅଧିକ ଛକା ମାରିଛନ୍ତି। ଯଦି ବିରାଟ ପାକିସ୍ତାନ ବିପକ୍ଷରେ ତିନିଟି ଛକା ମାରନ୍ତି, ତେବେ ସେ ଗ୍ଲେନ୍ ମ୍ୟାକ୍ସୱେଲ ଏବଂ କିରନ୍ ପୋଲାର୍ଡଙ୍କୁ ପଛରେ ପକାଇ ଦେବେ। କାରଣ ଉଭୟ ୯୯-୯୯ ଛକା ମାରିଛନ୍ତି। ବିରାଟ ଏପର୍ଯ୍ୟନ୍ତ ୧୦୧ ଟି-20 ଇଣ୍ଟରନ୍ୟାସନାଲ ମ୍ୟାଚରେ ୯୭ ଛକା ମାରିଛନ୍ତି। ଏଥି ସହିତ ରୋହିତ ୧୩୪ ଟି-20 ଇଣ୍ଟରନ୍ୟାସନାଲ ମ୍ୟାଚରେ ୧୬୫ ଛକା ମାରି ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତେବେ ବିରାଟଙ୍କ ପ୍ରଶଂସକମାନେ ପାକିସ୍ତାନ ବିପକ୍ଷରେ ଏକ ବଡ଼ ଇନିଂସ ଖେଳିବା ନେଇ ଆଶା ରଖିଛନ୍ତି ।

Get real time updates directly on you device, subscribe now.