fbpx

‘ଦରବୃଦ୍ଧି ବିରୋଧରେ ହଲ୍ଲାବୋଲ୍’ ରାଲିରେ ମୋଦୀଙ୍କୁ ରାହୁଲଙ୍କ ଟାର୍ଗେଟ୍

ନୂଆଦିଲ୍ଲୀ: ଦିଲ୍ଲୀର ରାମଲୀଳା ମୈଦାନରେ କଂଗ୍ରେସର ଦରବୃଦ୍ଧି ବିରୋଧରେ “ହଲ୍ଲାବୋଲ୍ ରାଲ’ କରୁଛି । ଆଉ ଏହି ରାଲିରେ ଉଦବୋଧନ ଦେବା ସହ ରାହୁଲ ଗାନ୍ଧୀ ସିଧାସଳଖ ମୋଦୀଙ୍କ ଉପରେ ବର୍ଷିଛନ୍ତି ।

ରାହୁଲ କହିଛନ୍ତି ଯେ ମୋଦୀ ଦେଶରେ ଘୃଣା ବିସ୍ତାର କରୁଛନ୍ତି । ଏହାଦ୍ୱାରା ଆମ ଦେଶର ଶତ୍ରୁଙ୍କୁ ଫାଇଦା ହେବ । ସେ କହିଛନ୍ତି ଯେ ଭାଜପା ଏବଂ ଆରଏସଏସ ମିଶି ଦେଶରେ ଡର ଏବଂ ଘୃଣାର ମାହୋଲ ତିଆରି କରୁଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି ଯେ ଯିଏବି ମୋଦୀଙ୍କ ବିରୋଧରେ କହୁଛି ତାଙ୍କ ୫୫ ଘଣ୍ଟା ପାଇଁ ଇଡି ଅଫିସରେ ବସିବାକୁ ପଡ଼ୁଛି ।

ରାହୁଲ ଗାନ୍ଧୀ କହିଥିଲେ ଯେ ବର୍ତ୍ତମାନ ବିରୋଧୀଙ୍କ ସ୍ୱର ଉଠାଇବା ମଧ୍ୟ ମୁସ୍କିଲ ହୋଇପଡ଼ିଛି । ସଂସଦରେ ମୋଦୀ ସରକାର ଆମକୁ କହିବାକୁ ଦେଉନାହାଁନ୍ତି । ଦରବୃଦ୍ଧି ଏବଂ ବେକାରୀ ବଢ଼ୁଛି  । ଏହି କାରଣରୁ ଘୃଣା ମଧ୍ୟ ବଢ଼ୁଛି । ଏହା ଦେଶକୁ ଦୁର୍ବଳ କରୁଛି । ସେ ଅଭିଯୋଗ କରିଛନ୍ତି ଯେ ଦେଶରେ କେବଳ ଉଦ୍ୟୋଗପତିଙ୍କୁ ଫାଇଦା ମିଳୁଛି ଏବଂ ଭାଜପା ତାଙ୍କୁ ନେଇ କାମ କରୁଛି । ରାହୁଲ ଗାନ୍ଧୀ କୃଷି ଆଇନକୁ ନେଇ କହିଛନ୍ତି ଯେ ସେହି ତିନି ଆଇନ ଉଦ୍ୟୋଗପତିଙ୍କ ପାଇଁ ଅଣାଯାଇଥିଲା । ୭୦ ବର୍ଷରେ କଂଗ୍ରେସ ଏଭଳି ଦରବୃଦ୍ଧି କେବେ ଦେଖାଇନଥିଲା । କେବଳ କଂଗ୍ରେସ ହିଁ ଦେଶକୁ ବଞ୍ଚାଇପାରିବେ ।

ଏଥିରୁ ଜଣାପଡ଼ୁଛି ଯେ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ନିଜର ଚେହେରା ଭାବରେ ଆଗକୁ କରିପାରେ । ରାହୁଲ ଗାନ୍ଧୀ “ଭାରତ ଯୋଡୋ’ ଯାତ୍ରାରେ ମଧ୍ୟ ମୁଖ୍ୟ ଚେହେରା ଭାବରେ ଆଗକୁ ଆସିଛନ୍ତି ।

ସୂଚନାଯୋଗ୍ୟ, ନିକଟରେ କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା ହେଉଥିଲା । ୧୭ ଅକ୍ଟୋବରରେ ନିର୍ବାଚନ ହେବ । ଏହା ପୂର୍ବରୁ ଜୟରାମ ରମେଶଙ୍କ ସହ ଅନେକ ନେତା କହିଛନ୍ତି ଯେ ସେମାନେ ରାହୁଲ ଗାନ୍ଧୀଙ୍କୁ  ଅଧ୍ୟକ୍ଷ ଭାବରେ ଦେଖିବାକୁ ଚାହୁଛନ୍ତି । ଆଉ ଏବେ ଏହି ହଲ୍ଲାବୋଲ ରାଲିରେ ମଧ୍ୟ ଏହା ନଜର ଆସୁଛି ଯେ କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ପାଇଁ ପିଚ୍ ପ୍ରସ୍ତୁ୍ତ କରୁଛି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏହା ଏକ ବଡ଼ ପ୍ରସ୍ତୁତି ହୋଇପାରେ ।

Get real time updates directly on you device, subscribe now.