fbpx

IPL-2023ରେ ଧୋନୀଙ୍କ ଦବଦବା: ପୁଣିଥରେ କ୍ୟାପଟେନ କୁଲ ଅବତାରରେ ମାରିବେ ଏଣ୍ଟ୍ରି

ନୂଆଦିଲ୍ଲୀ: ଫେରୁଛନ୍ତି କ୍ୟାପଟେନ କୁଲ ମାହି । ପୁଣି ସେହି ରୂପରେ, ସେହି ଅନ୍ଦାଜରେ ଆଉ ସେହି ଲୁକରେ । ଆଇପିଏଲ ୨୦୨୩ରେ ପୁଣିଥରେ ଦେଖିବାକୁ ମିଳିବ ଧୋନୀଙ୍କ କ୍ୟାପଟେନ କୁଲ ଅବତାର । ଏବର୍ଷ ମଧ୍ୟ ସିଏସକେର ମଙ୍ଗ ସମ୍ଭାଳିବେ ବିଶ୍ୱର ସର୍ବଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । ଏ ନେଇ ଚେନ୍ନାଇ ସୁପର କିଙ୍ଗସର ସିଇଓ କାଶୀ ବିଶ୍ୱନାଥ ସୂଚନା ଦେଇଛନ୍ତି ।

MS Dhoni, CSK vs DC IPL 2022: 'दुनिया खत्म नहीं हो जाएगी…', प्लेऑफ पर हुआ सवाल तो बोले एमएस धोनी - MS Dhoni on IPL Playoff race after CSK vs DC Match

କୋଟି କୋଟି ଧୋନୀ ଫ୍ୟାନ୍ସମାନଙ୍କ ପାଇଁ ଆଇପିଏଲ ୨୦୨୩କୁ ନେଇ ବିରାଟ ଘୋଷଣା କରିଛି ସିଏସକେ । ଆସନ୍ତା ଆଇପିଏଲରେ ମଧ୍ୟ ଦଳକୁ ଲିଡ କରିବେ କ୍ୟାପଟେନ କୁଲ ମାହି । ଇଣ୍ଟରନେସନାଲ କ୍ରିକେଟରୁ ଅବସର ନେଇ ସାରିବା ପରେ ବି ଧୋନୀଙ୍କ କ୍ରେଜ ଏବେ ବି କିଛି କମ୍ ନାହିଁ । ତେବେ ୨୦୨୨ରେ ଚେନ୍ନାଇ ସୁପର କିଙ୍ଗସ ବିଭିନ୍ନ ଅସୁବିଧାର ସାମନା କରିଥିଲା । ଯାହା ପରେ ଆଗାମୀ ଲିଗରେ କିଏ ଦଳକୁ ନେତୃତ୍ୱ ନେବେ ବୋଲି ପ୍ରଶ୍ନ ଉଠିଥିଲା । ତେବେ ଧୋନୀଙ୍କ ନାଁ ଏହି ଲିଷ୍ଟର ଖୁବ ଉପରେ ରହିଥିଲେ ବି ବୟସ ଏବଂ ଧୋନୀଙ୍କ ଫର୍ମ ଏଥିରେ ଆଶଙ୍କା ଭରି ଦେଇଥିଲା ।

I still haven't left”: Dhoni's cheeky response on his future after CSK lift IPL crown | Sports News,The Indian Express

କିନ୍ତୁ ଏବେ ଏହି ଦ୍ୱନ୍ଦ୍ୱକୁ ପାଣି ପରି ସ୍ୱଚ୍ଛ ଏବଂ ସ୍ପଷ୍ଟ କରି ଦେଇଛନ୍ତି ଚେନ୍ନାଇ ସୁପର କିଙ୍ଗସର ସିଇଓ କାଶୀ ବିଶ୍ୱନାଥନ । ଆଇପିଏଲ ୨୦୨୩ରେ ମଧ୍ୟ ସମସ୍ତଙ୍କ ଫେଭରେଟ ଧୋନୀ ହିଁ ସିଏସକେର ଅଧିନାୟକ ଭାର ସମ୍ଭାଳିବେ ବୋଲି ସେ ସୂଚନା ଦେଇ ସାରିଛନ୍ତି । ତେବେ ଏହି ଘୋଷଣା ପରେ ୟେଲୋ ଆର୍ମିଙ୍କ ମନରେ ଟ୍ରଫିର ଆଶା ବି ବଢିଯାଇଛି । ମାହି ପୁଣିଥରେ ୨୦୧୮ର ଇତିହାସକୁ ଦୋହରାଇବେ ବୋଲି ଆଶା କରିଛନ୍ତି ଧୋନୀ ଫ୍ୟାନ୍ସ ।

Get real time updates directly on you device, subscribe now.