fbpx

IAS ଓ OAS ଅଧିକାରୀଙ୍କୁ ମିଳିଲା Nodal Officer ଦାୟିତ୍ୱ: ୩୦ଟି ଜିଲ୍ଲା ପାଇଁ ନିଯୁକ୍ତି ପାଇଲେ ୧୯ ଅଫିସର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଅଧିକ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ରାଜ୍ୟର ୩୦ଟି ଜିଲ୍ଲରେ ୧୯ ଜଣ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ସର୍ବଭାରତୀୟ ପ୍ରଶାସନିକ ସେବା ଓ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀଙ୍କୁ ଏହି ପଦବୀରେ ନିଯୁକ୍ତି ମିଳିଛି ।

ତେବେ ଏହି ଅଧିକାରୀମାନେ ମାସକୁ ଅନ୍ତତଃ ୨ ଦିନ ପାଇଁ ନିଜ ଦାୟିତ୍ୱରେ ଥିବା ଜିଲ୍ଲାକୁ ଗସ୍ତ କରିବେ । ଏଥିସହ ଗଣଶିକ୍ଷା ବିଭାଗ ପରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା କରିବେ । ଏହି ଗସ୍ତ ସମୟରେ ଅଧିକାରୀମାନେ ମଧ୍ୟାହ୍ନ ଭୋଜନ, ସ୍କୁଲର ଭିତ୍ତିଭୂମି, ପାଠପଢ଼ା ଆଦିକୁ ବିଶ୍ଲେଷଣ କରି ବିଭାଗକୁ ପ୍ରତି ମାସରେ ରିପୋର୍ଟ ପ୍ରଦାନ କରିବେ ।

ଏଥିସହିତ ନୋଡାଲ ଅଫିସରମାନେ ଜିଲ୍ଲାପାଳଙ୍କ ସହିତ ମଧ୍ୟ ବିଭାଗୀୟ କାର୍ଯ୍ୟାବଳୀ ଉପରେ ଆଲୋଚନା କରିବେ । ଅଶ୍ୱିନୀ କୁମାର ମିଶ୍ରଙ୍କୁ ଅନୁଗୁଳ ଓ ଢେଙ୍କାନାଳ, ସମ୍ବିତ କୁମାର ନାୟକଙ୍କୁ ବାଲେଶ୍ୱର ଓ ଭଦ୍ରକ, ପ୍ରତିଭା ଡୋରାଙ୍କୁ ବରଗଡ଼ ଓ ସମ୍ବଲପୁର, ଡିବିଏମମ ପାତ୍ରଙ୍କୁ ବଲାଙ୍ଗିର, ରେମିଶ କେର୍କେଟାଙ୍କୁ ବୌଦ୍ଧ ଓ ସୁବର୍ଣ୍ଣପୁର, ଆରଆର ଲୟେରଙ୍କୁ ଜଗତସିଂହପୁର ଓ କଟକ, ପ୍ରଶାନ୍ତ କୁମାର ସ୍ୱାଇଁଙ୍କୁ ଝାରସୁଗୁଡ଼ା ଓ ଦେବଗଡ଼, ଔପମ୍ ଶାହାଙ୍କୁ ରାୟଗଡ଼ା ଓ ଗଜପତି, ରତିକାନ୍ତ ମହପ।।ତ୍ରଙ୍କୁ ଗଞ୍ଜାମ, ବିଜୟା କୁମାରୀ ପାତ୍ରଙ୍କୁ କେନ୍ଦ୍ରାପଡ଼ା ଓ ଯାଜପୁର, ବୃନ୍ଦାବନ ଶତପଥୀଙ୍କୁ ନୂଆପଡ଼ା ଓ କଳାହାଣ୍ଡି, ଚିନ୍ମୟୀ କହଁରଙ୍କୁ ନୟାଗଡ଼ ଓ କନ୍ଧମାଳ, ଦୁର୍ଗାପ୍ରସାଦ ମହାପାତ୍ରଙ୍କୁ କେନ୍ଦୁଝର, ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଖୋର୍ଦ୍ଧା, ସରୋଜ କୁମାର ବେହେରାଙ୍କୁ କୋରାପୁଟ ଓ ନବରଙ୍ଗପୁର, ଅମରଜିତ ଜେନାଙ୍କୁ ମାଲକାନଗିରି, ଧରମା ହାଁସଦାଙ୍କୁ ମୟୂରଭଞ୍ଜ, ଶୁଭେନ୍ଦ୍ର ସାମଲଙ୍କୁ ସୁନ୍ଦରଗଡ଼, ଶୁଭଶ୍ରୀ ନନ୍ଦୀଙ୍କୁ ପୁରୀ ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.