fbpx
BSKY
BJD SHG SKY
BJD YOUTH SKY

ମହିଳାଙ୍କ ପେଟରୁ ବାହାରିଲା ୪୫ କେଜିର ଟ୍ୟୁମର: ୧୪ ଡାକ୍ତର, ୨ଘଣ୍ଟାର ଅପରେସନ ପରେ ସଫଳତା

ନୂଆଦିଲ୍ଲୀ: ଏକ ଟ୍ୟୁମର ଅପରେସନ କରି ବିରାଟ ସଫଳତା ଅର୍ଜନ କରିଛନ୍ତି ଡାକ୍ତରୀ ଟିମ୍ । ତେବେ ଆଜିକାଲି ଟ୍ୟୁମାର ଅପରେସନ ସାଧାରଣ ଅପରେସନ ହୋଇ ସାରିଥିବା ବେଳେ ଏହାକୁ ବିରାଟ ସଫଳତା କାହିଁକି କୁହାଯାଇଛି ? ଏ ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚୟ ଉଠିଥିବ । ଆସନ୍ତୁ ଜାଣିବା ଏହି ଘଟଣାର ପ୍ରକୃତ କାରଣ ।

ଏହି ଅପରେସନ ସାଧାରଣ ଅପରେସନ ନଥିଲା । କାରଣ ଏଥିପାଇଁ ୧୪ ଜଣ ଡାକ୍ତରୀ ଟିମ ନିୟୋଜିତ ହୋଇଥିଲେ । ୨ ଘଣ୍ଟାର ଏହି ଅପରେସନ ପରେ ସଫଳତା ଅର୍ଜନ କରିଛନ୍ତି ଡାକ୍ତରୀ ଦଳ । ତେବେ ମହିଳାଙ୍କ ପେଟରୁ ଏକ ବିରାଟ ଟ୍ୟୁମର ବାହାର କରାଯାଇଛି । ଏହି ଟ୍ୟୁମରର ଓଜନ ପ୍ରାୟ ୧୦୦ ପାଉଣ୍ଡ ବା ୪୫ କେଜି ବୋଲି ଜଣାଯାଇଛି । ତେବେ ଏହି ଘଟଣାଟି ହେଉଛି ବ୍ରାଜିଲର ରିଓ ଡି ଜନେରିଓ ଅଞ୍ଚଳରେ । ଏଠାକାର ୪୫ ବର୍ଷୀୟ ଜଣେ ମହିଳାଙ୍କ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଯାଞ୍ଚ ପରେ ବୁଧବାର ଦିନ ଏକ ୧୪ ଜଣିଆ ଡାକ୍ତରୀ ଟିମ ମହିଳାଙ୍କ ଚିକିତ୍ସା କରିବା ସହ ପେଟରୁ ଏହି ଟ୍ୟୁମର ବାହାର କରିଛନ୍ତି । ତେବେ ୪ ଫୁଟ ଚଉଡା ଏବଂ ୯ ଇଞ୍ଚ ଲମ୍ବର ଏହି ଟ୍ୟୁମର ଅପରେସନ ପାଇଁ ତାଙ୍କୁ ୨ ଘଣ୍ଟା ସମୟ ଲାଗିଥିଲା । ଶେଷରେ ସେମାନେ ଏଥିରେ ସଫଳ ହୋଇଛନ୍ତି । ୫ ବର୍ଷରୁ ମହିଳା ଏହି ଟ୍ୟୁମର ସହ କେମିତି ବଞ୍ଚିଥିଲେ ବୋଲି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଡାକ୍ତର ।

Get real time updates directly on you device, subscribe now.