fbpx
BSKY SKY
BSKY SKY

ମଣିଷ ଗର୍ଭରୁ ଜନ୍ମ ନେଲା ପକୋଡା! କେମିତି ହେଲା ସମ୍ଭବ?

BSKY

ନୂଆଦିଲ୍ଲୀ: ଆପଣ କାହାକୁ ନିଜ ପିଲାର ନାମ କୌଣସି ବଡ଼ ବ୍ୟକ୍ତି କିମ୍ବା ପ୍ରସିଦ୍ଧ ସ୍ଥାନ, ଦେବା-ଦେବୀଙ୍କ ନାମରେ ରଖୁଥିବା ଶୁଣିଥିବେ । କିନ୍ତୁ କଣ ଆପଣ କେହି ବାପା-ମାଙ୍କୁ ନିଜ ପିଲାର ନାମ କୌଣସି ଜିନିଷ ଉପରେ ରଖୁଥିବା ଶୁଣିଛନ୍ତି କି? କିନ୍ତୁ ଏଭଳି ହୋଇଛି । ଏକ ବ୍ରିଟିଶ ଦମ୍ପତ୍ତି ଏହି କାରନାମା କରିଛନ୍ତି ।

ପକୋଡ଼ା, ଏହା ଏମିତି ଏକ ଜିନିଷ ଯାହାକୁ ସମସ୍ତେ ସ୍ନାକ୍ସ ଭଳି ଗ୍ରହଣ କରିଥାନ୍ତି । ଆଉ ଏବେ ଏହି ପକୋଡ଼ା ନାମରେ ନିଜର ପିଲାର ନାମ ରଖିଛନ୍ତି ଏକ ବ୍ରିଟିଶ ଦମ୍ପତ୍ତି । ଆଜ୍ଞା ହଁ, କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆଉ ଏହି ବ୍ରିଟିଶ ଦମ୍ପତ୍ତି ନିଜ ପିଲାର ନାମ ପକୋଡ଼ା ଏଥିପାଇଁ ରଖିଥିଲେ, କାରଣ ତାଙ୍କୁ ଏହା ଖୁବ୍ ପସନ୍ଦ । ତେବେ ସୋସିଆଲ ମିଡିଆରେ ଏହି ଖବର ଖୁବ୍ ଭାଇରାଲ ହେଉଛି ।

 

ଆୟାରଲ୍ୟାଣ୍ଡରର ନ୍ୟୁଟାଉନବେ ସ୍ଥିତ ଏକ ପ୍ରସିଦ୍ଧ ରେଷ୍ଟୁରାଣ୍ଟ ପିଲାର ଫଟୋ ସହ ବିଲ୍ ଶେୟାର କରିଛନ୍ତି । ଏହି ରେଷ୍ଟୁରାଣ୍ଟ ଫେସବୁକ୍ ଜରିଆରେ କହିଛି ଯେ ଏହି ଦମ୍ପତ୍ତି ଏଠାକୁ ଅନେକ ଥର ଆସିଛନ୍ତି । ଆଉ ଏବେ ସେମାନେ ନିଜ ପିଲାର ନାମ ରେଷ୍ଟୁରାଣ୍ଟରେ ପରଷା ଯାଉଥିବା ଡିଶ୍ ନାମରେ ରଖିଛନ୍ତି । ରେଷ୍ଟୁରାଣ୍ଟ ନବଜାତର ଫଟୋ ଶେୟାର କରିବା ସହ ଲେଖିଛନ୍ତି ଯେ “ଦୁନିଆ ରେ ଆପଣଙ୍କ ସ୍ୱାଗତ ପକୋଡ଼ା । ସୋସିଆଲ ମିଡିଆରେ ଲୋକେ ଏହାକୁ ନେଇ ଖୁବ୍ ଚର୍ଚ୍ଚା କରୁଛନ୍ତି । ଲୋକେ ଶୁଭେଚ୍ଛା ମଧ୍ୟ ଦେଉଛନ୍ତି ।

Get real time updates directly on you device, subscribe now.