fbpx
BSKY SKY
BSKY SKY

ଇଂଲଣ୍ଡ ଗସ୍ତରେ ଶୋଚନୀୟ ଭାବେ ହାରିବ ଭାରତୀୟ ଦଳ, ହେଲେ କୋହଲିଙ୍କ ବ୍ୟାଟ୍ ଗର୍ଜିବ: ପୂର୍ବତନ କ୍ରିକେଟର

BSKY

ନୂଆଦିଲ୍ଲୀ : ଇଂଲଣ୍ଡର ପୂର୍ବତନ ଅଧିନାୟକ ତଥା ଭାଷ୍ୟକାର ମାଇକେଲ ଭନ ଭାରତର ଇଂଲଣ୍ଡ ଗସ୍ତକୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଭାରତୀୟ ଅଧିନାୟକ ବିରାଟ କୋହଲି ସବୁଠୁ ଅଧିକ ରନ କରିବେ, କିନ୍ତୁ ଭାରତୀୟ ଦଳ ସିରିଜ୍ ହାରିବ । ଭାରତ ଇଂଲଣ୍ଡ ଗସ୍ତରେ ପ୍ରଥମେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମୁକାବିଲା ଖେଳିବ । ଏହା ପରେ ଘରୋଇ ଇଂଲଣ୍ଡ ବିପକ୍ଷରେ ପାଂଚ ମ୍ୟାଚ୍ ବିିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିବ ।

ଭନ କହିଛନ୍ତି, ଇଂଲଣ୍ଡ ସହଜରେ ଭାରତକୁ ହରାଇ ଟେଷ୍ଟ ସିରିଜ୍ ଜିତିବ । ଯେବେ ଇଂଲଣ୍ଡ ଭାରତ ଗସ୍ତ କରିଛି ସେଠାରେ ଇଂଲଣ୍ଡକୁ ପରାଜୟ ମିଳିଛି । ଠିକ୍ ସେହି ଭଳି ଭାରତକୁ ଇଂଲଣ୍ଡ ଗସ୍ତରେ ପରାଜୟର ମୁହଁ ଦେଖିବାକୁ ପଡିବ । ଇଂଲଣ୍ଡ ଦଳ ନିଜ ଘରେ ଡ୍ୟୁକ୍ ବଲରେ ବହୁତ ଶକ୍ତିଶାଳୀ ଦଳ । ଭନ ଭବିଷ୍ୟତବାଣୀ କରିଛନ୍ତି ଯେ, ଏହି ସିରିଜରେ ଉଭୟ ଦଳ ପକ୍ଷରୁ ବିରାଟ କୋହଲି ସର୍ବାଧିକ ରନ କରିବେ । ସେହିଭଳି ଯଶପ୍ରୀତ ବୁମରା ଓ କ୍ରିସ ୱକ୍ସ ସର୍ବାଧିକ ୱିକେଟ୍ ନେବେ ।

ସୂଚନାଯୋଗ. ଭାରତ ଜୁନ ୨ରେ ଇଂଲଣ୍ଡ ଅଭିମୁଖେ ଗସ୍ତ କରିବ । ଏହି ଗସ୍ତ ପାଇଁ ୨୦ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଖେଳାଳିମାନେ ସଂପ୍ରତି ମୁମ୍ବାଇର ଏକ ହୋଟେଲରେ ସଙ୍ଗରୋଧରେ ଅଛନ୍ତି । ଜୁନ ୧୮ ରୁ ୨୨ ମଧ୍ୟରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମୁକାବିଲା ପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅଗଷ୍ଟ ୪ରୁ ଟେଷ୍ଟ ସିରିଜ୍ ଆରମ୍ଭ ହେବ । ଏହା ବହୁତ ହାଇଭୋଲଟେଜ୍ ସିରିଜ ହେବାକୁ ଯାଉଛି ।

 

Get real time updates directly on you device, subscribe now.