fbpx

WTC ମ୍ୟାଚ୍ ସମୟରେ ବିରାଟ କୋହଲିଙ୍କ ଜବରଦସ୍ତ ଡ୍ୟାନ୍ସ ମୁଭ୍; ଦେଖନ୍ତୁ ଭିଡିଓ..

Advertisement

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଅନ୍ତର୍ଜାତୀୟ ସ୍ତରରେ ଜାତୀୟ ଦଳର ଅଧିନାୟକ ଥିବାବେଳେ ଏହି ଖେଳରେ ସମୃକ୍ତ ଅଛନ୍ତି । ସେ ସବୁବେଳେ ନିଜକୁ ବିନନ୍ଦାସ ରଖିବାକୁ ପସନ୍ଦ କରନ୍ତି । ଖେଳ ପଡ଼ିଆରେ ହେଉ କିମ୍ବା ଅନ୍ୟ କୌଣସି ସ୍ଥାନରେ । ତାଙ୍କର କେବଳ କ୍ରିକେଟ୍ ଜଗତରେ ନୁହେଁ ବରଂ ସବୁଠାରେ ଛୋଟରୁ ବଡ ପର୍ଯ୍ୟନ୍ତ ପ୍ରଶଂସକ ଅଛନ୍ତି । ସେ ଖେଳ ପଡ଼ିଆରେ ଥିବାବେଳେ ମଧ୍ୟ ଏମିତି କିଛି ମଜାଳିଆ କାର୍ଯ୍ୟ କରନ୍ତି ଯାହାକୁ ଦେଖି ତାଙ୍କ ପ୍ରଶଂସକମାନେ ଉତ୍ସାହିତ ହୁଅନ୍ତି ।

ତେବେ ସାଉଥାମ୍ପଟନରେ ତୃତୀୟ ଦିନରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଚାଲିଥିବା ମ୍ୟାଚ୍ ବେଳେ ଏକ ଭିଡିଓ ସାମ୍ନାକୁ ଆସିଛି । ଯାହାକୁ ଦେଖି ଆପଣ ଖୁସି ହୋଇଯିବେ । ଏଥିରେ ଟିମ୍ ଇଣ୍ଡିଆର ଅଧିନାୟ ବିରାଟ କୋହଲି ପଡିଆ ଭିତରେ ଡୀାନ୍ସ କରୁଥିବାର ଦେଖିବାକୁ ମିଳିଛି । ଯାହା ବେଶ ଚମକ୍ରାର ଢ଼ଙ୍ଗରେ ଭାଙ୍ଗରା କରୁଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହା ନ୍ୟୁଜିଲାଣ୍ଡର ବ୍ୟାଟିଂ ବେଳେ ଏପରି ଘଟଣା ଘଟିଥିଲା । ତେବେ ନ୍ୟୁଜିଲାଣ୍ଡ ଇନିଂସରେ ୯ମ ଓଭର ଚାଲିଥିବା ବେଳେ ବିରାଟ ଫିଲ୍ଡିଂ କରୁଥିଲେ । ସେହି ସମୟରେ ଷ୍ଟାଡିୟମରେ ବସିଥିବା ଦର୍ଶକମାନେ ଢ଼ୋଲ ବଜାଇଥିଲେ । ଏହାକୁ ଶୁଣିବା ମାତ୍ରେ ବିରାଟ ନିଜକୁ ରୋକି ପାରିନଥିଲେ । ସେ ସେହି ସ୍ଲିପ ଅଞ୍ଚଳରେ ହିଁ ଢ଼ୋଲର ତାଳେତାଳେ ଭାଙ୍ଗରା କରିବା ଆରମ୍ଭ କରିଥିଲେ । ତାଙ୍କର ନାଚକୁ ଫ୍ୟାନ୍ସମାନେ ଦେଖି ଉତ୍ସାହିତ ହୋଇ ଭିଡିଓ କରି ସେୟାର କରିଥିଲେ ।

Get real time updates directly on you device, subscribe now.