fbpx
BSKY
BJD SHG SKY
BJD YOUTH SKY

(Video) କୋହଲିଙ୍କ ଜନ୍ମଦିନ ପାଇଁ ‘ବିରାଟ’ ପ୍ରସ୍ତୁତି: ଇଡେନ୍ ଗାର୍ଡେନ୍ସରେ ହେବ Grand Celebration

କୋଲକାତା: ଆଜି ଦିନିକିଆ ବିଶ୍ୱକପରେ ମୁହାଁମୁହିଁ ହେବେ ଟୁର୍ଣ୍ଣାମେଣ୍ଟର ଦୁଇ ସର୍ବଶ୍ରେଷ୍ଠ ଦଳ ଭାରତ ଏବଂ ଦକ୍ଷିଣ ଆଫ୍ରିକା । ଟେବୁଲର ପ୍ରଥମ ସ୍ଥାନ ପୋଇଁ ଏହି ଲଢେଇ ହେବାକୁ ଯାଉଛି, ତେଣୁ ଆଜିର ମ୍ୟାଚ ଖୁବ ସ୍ପେଶାଲ । ଏହାବ୍ୟତୀତ ଟିମ ଇଣ୍ଡିଆର କିଙ୍ଗ କୋହଲି ଆଜି ୩୫ତମ ଜନ୍ମ ଦିବସ ପାଇଁ ମ୍ୟାଚ ଆହୁରି ସ୍ପେଶାଲ ପାଲଟି ଯାଇଛି । ତେଣୁ ଏହି ମ୍ୟାଚରେ ବିରାଟଙ୍କ ଜନ୍ମଦିନ ଅବସରରେ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି ବେଙ୍ଗଲ କ୍ରିକେଟ ଆସୋସିଏସନ୍ । କିଙ୍ଗ୍ କୋହଲିଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ବେଙ୍ଗଲ କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ଏହି ଅବସରରେ ବେଙ୍ଗଲ କ୍ରିକେଟ୍ ଆସୋସିଏସନ୍ କୋହଲିଙ୍କୁ ବିଶେଷ ଉପହାର ଦେବ ବୋଲି ଜଣାପଡ଼ିଛି ।

ଏହି ମହାଲଢେଇର କିଛି ଦିନ ପୂର୍ବରୁ ଇଡେନ୍ ଗାର୍ଡେନ୍ସରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିଲା । ସମସ୍ତ ଅଧିକାରୀ ଏନେଇ ବ୍ୟସ୍ତ ଅଛନ୍ତି । ବେଙ୍ଗଲ କ୍ରିକେଟ୍ ଆସୋସିଏସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କୋହଲିଙ୍କ ପାଇଁ ଉପହାର ସ୍ୱରୂପ ଏକ ସ୍ୱତନ୍ତ୍ର କେକ୍ ଓ ବ୍ୟାଟ୍ ପ୍ରସ୍ତୁତ କରାଯାଉଛି । କୋହଲିଙ୍କ ଭଳି ଜଣେ ଚାମ୍ପିୟନ୍ କ୍ରିକେଟରଙ୍କ ଜନ୍ମଦିନରେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚର ଆୟୋଜନ କରିବା ସୌଭାଗ୍ୟର କଥା ବୋଲି କହିଛନ୍ତି ଅଧିକାରୀ । ତେଣୁ ଜନ୍ମଦିନରେ ବିରାଟଙ୍କ ପାଇଁ ଏହି କେକ୍ ଭାରତୀୟ ଟିମର ଡ୍ରେସିଂ ରୁମକୁ ପଠାଯିବ । ଏହାବ୍ୟତୀତ କ୍ୟାବ୍ ସଭାପତି ସ୍ନେହାଶିସ୍ ଗାଙ୍ଗୁଲି ତାଙ୍କୁ ଏକ ବ୍ୟାଟ୍ ପ୍ରଦାନ କରିବେ ବୋଲି ସେ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଖେଳ ବ୍ରେକ୍ କିମ୍ବା ମ୍ୟାଚ୍ ଆରମ୍ଭ ପୂର୍ବରୁ କରାଯିବ । ଏହି ମ୍ୟାଚ୍ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ସେହିପରି ମ୍ୟାଚରେ ୭୦ ହଜାର ଦର୍ଶକଙ୍କୁ ବିରାଟ କୋହଲିଙ୍କ ମାସ୍କ ବଣ୍ଟନ କରାଯିବ ।

ଆଜି କୋହଲିଙ୍କ ପାଇଁ ଏକ ବଡ଼ ଲଢେଇ ହେବାକୁ ଯାଉଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଇଦାନକୁ ଓହ୍ଲାଇବେ ବାର୍ଥ ଡେ’ ବୟ ବିରାଟ । ସଚିନଙ୍କ ଦିନିକିଆ ଶତକ ରେକର୍ଡରୁ ମାତ୍ର ଗୋଟିଏ ଶତକ ଦୂରରେ ରହିଛନ୍ତି କିଙ୍ଗ କୋହଲି । ସଚିନ୍ ଦିନିକିଆରେ ମୋଟ ୪୯ଟି ଶତକ ହାସ କରିଥିବା ବେଳେ ବିରାଟ ୮ଟି ଶତକ ହାସଲ କରି ସାରିଛନ୍ତି । ଆଜି ଏକ ସ୍ପେଶାଲ ଦିନରେ ୪୯ ତମ ଶତକ ହାସଲ କରି ନିଜ ପାଇଁ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିପାରନ୍ତି ବିରାଟ କୋହଲି । ଏହି ମ୍ୟାଚରେ ପୂର୍ବତନ ଭାରତୀୟ ଅଧିନାୟକ ତଥା ସାସଂଦ ସୌରଭ ଗାଙ୍ଗୁଲି ଓ ବିସିସିଆଇ ସଚିବ ଜୟ ଶାହ ଉପସ୍ଥିତ ରହିବେ । ସେହିପରି ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଏବି. ଡି ଭିଲିୟର୍ସ ବିଶ୍ୱକପ ଟ୍ରଫି ନେଇ ପଡ଼ିଆକୁ ଆସିବା ନେଇ କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.