fbpx

ଖେଳିବେନି ବିରାଟ, ଫେରିବେ ପୂଜାରା! ଇଂଲଣ୍ଡ ବିପକ୍ଷରେ କିଏ ହେବେ କୋହଲିଙ୍କ ବିକଳ୍ପ?

Advertisement

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଭାରତକୁ ଏକ ଝଟକା ଲାଗିଛି । ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ପ୍ରଥମ ଦୁଇଟି ମ୍ୟାଚରୁ ବାଦ୍ ପଡ଼ିଛନ୍ତି । ବ୍ୟକ୍ତିଗତ କାରଣୁ ସେ ପ୍ରଥମ ଦୁଇଟି ମ୍ୟାଚରେ ଅନୁପସ୍ଥିତ ରହିବା ନେଇ ବିସିସିଆଇକୁ ସୂଚନା ଦେଇଛନ୍ତି । ଏହାପରେ ଚୟନ କମିଟି ସହ ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଚିନ୍ତା ବଢିଯାଇଛି । ଟେଷ୍ଟ ସିରିଜକୁ ମାତ୍ର ୨ ଦିନ ବାକି ରହିଥିବା ବେଳେ ବିରାଟଙ୍କ ବିକଳ୍ପ ଖେଳାଳିଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ କୋହଲିଙ୍କ ସ୍ଥାନରେ କିଏ ଖେଳିବେ? ଏହି ତାଲିକାରେ ୩ ଜଣଙ୍କ ନାଁ ସାମିଲ ରହିଛି ।

ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରି ବର୍ତ୍ତମାନ ଚୟନ ପାଇଁ ପ୍ରସ୍ତୁତ ହୋଇଛନ୍ତି ୩ ଜଣ ଷ୍ଟାର କ୍ରିକେଟର । ଏହି ତାଲିକାରେ ଭାରତର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ମଧ୍ୟ ରହିଛନ୍ତି । ତାଙ୍କ ବ୍ୟତୀତ ଯୁବ କ୍ରିକେଟର ସରଫରାଜ ଖାନ୍ ଏବଂ ରଜତ ପଟିଦାରଙ୍କ ବିଷୟରେ ମଧ୍ୟ ବୋର୍ଡ ଚିନ୍ତା କରିପାରେ ।

Virat Kohli back in top 10 of ICC Test Ranking - The Hindu

ସରଫରାଜ ଖାନ୍: ଘରୋଇ କ୍ରିକେଟରେ ସରଫରାଜଙ୍କ ଜଲୱା ବିସିସିଆଇକୁ ପ୍ରଭାବିତ କରିପାରେ । ଗତ ସିଜନରେ ଦମଦାର ବ୍ୟାଟିଂ କରି ସେ ଟିମ ଇଣ୍ଡିଆରେ ଡେବ୍ୟୁ କରିବା ପାଇଁ ପ୍ରସ୍ତୁତ ବୋଲି ସୂଚାଇ ଦେଇଛନ୍ତି । ତେଣୁ ବିରାଟ କୋହଲି ପ୍ରଥମ ୨ଟି ମ୍ୟାଚରୁ ବାଦ୍ ପଡ଼ିବା ପରେ ଦଳ ତାଙ୍କ ସ୍ଥାନରେ ସରଫରାଜ ଖାନଙ୍କୁ ସୁଯୋଗ ଦେବା ପାଇଁ ଚିନ୍ତା କରିପାରେ ।

Sarfaraz Khan is not just smashing selection doors but burning them as  well': R Ashwin | Cricket News - The Indian Express

ରଜତ ପଟିଦାର: ଗତ କିଛି ସମୟରୁ କ୍ରିକେଟରେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି ରଜତ ପଟିଦାର । ଆଇପିଏଲରେ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ବିରାଟ ଏବଂ ପଟିଦାର ଖେଳି ସାରିଛନ୍ତି । ଏହାବ୍ୟତୀତ ଇଣ୍ଡିଆ ଏ ପକ୍ଷରୁ ସେ ନିକଟରେ ୧୫୧ ରନର ପାଳି ଖେଳି ବିସିସିଆଇକୁ ପ୍ରଭାବିତ କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ରଜତ ପଟିଦାରଙ୍କୁ ଦଳରେ ସାମିଲ କରିଥିଲା ଟିମ ଇଣ୍ଡିଆ । ତେଣୁ ବର୍ତ୍ତମାନ କୋହଲିଙ୍କ ସ୍ଥାନରେ ରଜତଙ୍କୁ ଦଳରେ ସୁଯୋଗ ମିଳିବାର ସମ୍ଭାବନା ମଧ୍ୟ ରହିଛି ।

Second ODI: Patidar or Rinku set for debut; India look to seal series - The  Week

ଚେତେଶ୍ୱର ପୂଜାରା: ତେବେ ଟିମ ଇଣ୍ଡିଆକୁ କମବ୍ୟାକ କରିବାର ସବୁଠୁ ବଡ଼ ଦାବିଦାର ପାଲଟିଛନ୍ତକି ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା । ଖରାପ ପ୍ରଦର୍ଶନ ପାଇଁ ଦଳରୁ ବାଦ୍ ପଡ଼ିଥିବା ଚେତେଶ୍ୱର ପୂଜାରା ପୁଣିଥରେ ଟିମ ଇଣ୍ଡିଆକୁ କମବ୍ୟାକ କରିପାରନ୍ତି । ରଣଜୀ ଟ୍ରଫିର ପ୍ରଥମ ମ୍ୟାଚରେ ଦ୍ୱିଶତକ ହାସଲ କରିବା ସହ ଅନ୍ୟ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛନ୍ତି । ମଧ୍ୟକ୍ରମରେ ଭାରତୀୟ ଦଳ ପାଇଁ ସବୁଠାରୁ ସଫଳ ବ୍ୟାଟର ଭାବରେ ସେ ନିଜକୁ ପ୍ରମାଣ କରି ସାରିଛନ୍ତି । ତେଣୁ ତାଙ୍କୁ ଇଂଲଣ୍ଡ ବିପକ୍ଷରେ ଅଭିଜ୍ଞତାକୁ କେନ୍ଦ୍ର କରି ପୂଜାରାଙ୍କୁ ସୁଯୋଗ ଦେଇପାରେ ବିସିସିଆଇ ।

Ranji Trophy | Twitter in awe as Pujara offers stern reminder to national  selectors with flawless unbeaten 243 – the global news wave

Get real time updates directly on you device, subscribe now.