fbpx
BSKY
BJD MC SKY
BJD YOUTH SKY

ସନ୍ନ୍ୟାସ ନେଲେ କୋହଲିଙ୍କ ସାଥୀ ଖେଳାଳି: ୧୧୫ ମ୍ୟାଚ ଖେଳି କ୍ରିକେଟରୁ ଅଲରାଉଣ୍ଡରଙ୍କ ଅବସର

ନୂଆଦିଲ୍ଲୀ: ୟୁଏଇରେ ଜାରି ରହିଛି ଏସିଆ କପ୍ ମହାଯୁଦ୍ଧ । ଟ୍ରଫି ପାଇଁ ୬ଟି ଟିମ ମଧ୍ୟରେ କଡା ଟକ୍କର ଜାରି ରହିଛି । ସେପଟେ ଗୋଟିଏ ଦଳକୁ ଲାଗିଛି ଏକ ବଡ ଝଟକା । ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ମଧ୍ୟ ଏହା ଏକ ଝଟକା ଦେଇଛି । ଆଇପିଏଲ ଫ୍ରାଞ୍ଚାଇଜି ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋରର ପୂର୍ବତନ ସାଥୀ ଖେଳାଳି ଆଜି କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଏବେ କ୍ରିକେଟ ଜଗତରୁ ଦୂରେଇ ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି ନ୍ୟୁଜିଲାଣ୍ଡର ଷ୍ଟାର ଅଲରାଉଣ୍ଡର କଲିନ-ଡି-ଗ୍ରାଣ୍ଡହୋମ ।

ଇଣ୍ଟରନେସନାଲ କ୍ରିକେଟକୁ ଅଲବିଦା କହିଛନ୍ତି ନ୍ୟୁଜିଲାଣ୍ଡର ଏହି ଷ୍ଟାର ଖେଳାଳି । ନିକଟରେ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ରିଲିଜ କରିବା ପରେ ଗ୍ରାଣ୍ଡହୋମ ନାରାଜ ରହିଥିଲେ । ତେଣୁ ସେ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିବା ଅନୁମାନ କରାଯାଉଛି । ତେବେ ସେ କିନ୍ତୁ ଅବସରର କାରଣ କହିଛନ୍ତି ଯେ, ବୟସ ବଢିବାରୁ ଏବେ ଟ୍ରେନିଙ୍ଗ ସମୟରେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏହାବ୍ୟତୀତ ପରିବାରରେ ମଧ୍ୟ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ କ୍ରିକେଟରୁ ଦୂରେଇ ଯିବା ପାଇଁ ସେ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି । ତେବେ ଖେଳ ପରେ ତାଙ୍କ ଭବିଷ୍ୟତ କିପରି ରହିବ ତାହାକୁ ନେଇ ମଧ୍ୟ ସାମାନ୍ୟ ଚିନ୍ତାରେ ପଡିଛନ୍ତି ଗ୍ରାଣ୍ଡହୋମ ।

ନ୍ୟୁଜିଲାଣ୍ଡର ଏହି ଷ୍ଟାର ଖେଳାଳି ଦଳ ପାଇଁ ମୋଟ ୧୧୫ଟି ମ୍ୟାଚ ଖେଳିଥିବା ବେଳେ ୧୧୮ ଇନିଂସରେ ୨,୬୭୯ ରନ କରିଛନ୍ତି । ତାଙ୍କ ନାମରେ ୨ ଶତକ ଏବଂ ୧୫ଟି ଅର୍ଦ୍ଧଶତକ ସାମିଲ ରହିଛି । କେବଳ ବ୍ୟାଟ ନୁହେଁ ବୋଲିଂରେ ମଧ୍ୟ ସେ ଖୁବ ଚମତ୍କାର କରିଛନ୍ତି । ସମ୍ପୂର୍ଣ୍ଣ କ୍ୟାରିୟରରେ ସେ ମୋଟ ୯୧ ୱିକେଟ ନିଜ ନାମରେ କରିଛନ୍ତି । ଇଣ୍ଟରନେସନାଲ ମ୍ୟାଚ ବ୍ୟୀତତ ଆଇପିଏଲରେ ମଧ୍ୟ ସେ ବିରାଟ କୋହଲିଙ୍କ ଆରସିବି ଏବଂ କେକେଆର ତରଫରୁ ଖେଳିସାରିଛନ୍ତି । ୨୫ଟି ଆଇପିଏଲ ମ୍ୟାଚରେ ୩୦୩ ରନ କରିଥିବା ବେଳେ ୬ଟି ସଫଳତା ଅର୍ଜନ କରିଛନ୍ତି କଲିନ ଡି ଗ୍ରାଣ୍ଡହୋମ୍ ।

Get real time updates directly on you device, subscribe now.