fbpx

ଯୁବ ସାଧାରଣ ସମ୍ପାଦକ(ମିଡିଆ)ନିଯୁକ୍ତ କଲା BJD: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ବାଲେଶ୍ୱର,(ଓଡ଼ିଶା ଭାସ୍କର): ବିଜୁ ଯୁବ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜୋନ ପାଇଁ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିବା ବେଳେ ସାଧାରଣ ସମ୍ପାଦକ(ଗଣମାଧ୍ୟମ) ପଦରେ ଯୁବ ନେତା ଧୀରେନ ନାୟକଙ୍କକୁ ଅବସ୍ଥାପିତ କରାଯାଇଛି । ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ପ୍ରଦାନ କରିଛନ୍ତି ।

ଏହା ବ୍ୟତୀତ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଶିଳ୍ପମନ୍ତ୍ରୀ ତଥା ବାଲେଶ୍ୱର ପର୍ଯ୍ୟବେକ୍ଷକ ପ୍ରତାପ କେଶରୀ ଦେବ, ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ରାଜ୍ୟ ବିଜୁ ଯୁବ ଜନତା ଦଳ ସଭାପତି ବ୍ୟମୋକେଶ ରାୟ, ରାଜ୍ୟ ସାଧାରଣ ସମ୍ପାଦକ ତଥା ଯୁବଛାତ୍ର ବ୍ୟାପାର ପ୍ରଣବ ବଳବନ୍ତ ରାୟ, ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱନୀ ପାତ୍ର, ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ, ଜିଲା ସଭାପତି ରବୀନ୍ଦ୍ର କୁମାର ଜେନା, ବିଜୁ ମହିଳା ଜନତା ଦଳ କାର୍ଯ୍ୟକାରୀ ସଭାନେତ୍ରୀ ସୁବାସିନୀ ଜେନା, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ଜୋନାଲ ଯୁବ ସଭାପତି ଜୟରାମ ଦାସ, ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା, ବାଲେଶ୍ୱର ପୌରପରିଷଦ ଅଧ୍ୟକ୍ଷା ସବିତା ସାହୁ,ଉପାଧ୍ୟକ୍ଷା କୈଳାସଚନ୍ଦ୍ର ସେଠୀ, ପୂର୍ବତନ ନଗରପାଳ ଆଲୋକ ସାହୁ, ପୂର୍ବତନ ଉପ-ନଗରପାଳ ମନୋଜ ରାଉତ, ରାଜ୍ୟ ବିଜୁ ଜନତା ଦଳ ଯୁଗ୍ମ ସମ୍ପାଦକ ସତ୍ୟରଞ୍ଜନ ଦାସ, ରାଜ୍ୟ ବିଜୁ ଯୁବ ଜନତା ଦଳ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜଙ୍କ ସମେତ ସମସ୍ତ କାଉନସିଲର ତଥା ସଦର ବ୍ଲକ ଏବଂ ବାଲେଶ୍ୱର ପୌରପରିଷଦର ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି ।

ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଷ୍ଟେସନ କ୍ଲବ ପରିସରରେ ଆୟୋଜିତ ମିଳନ ପର୍ବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଶ୍ରୀ ନାୟକଙ୍କୁ ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.