fbpx
BSKY SKY
BSKY SKY

ଲାଇନଚ୍ୟୁତ ହେଲା ପାସେଞ୍ଜର ଟ୍ରେନ୍: ଟ୍ରାକରୁ ତଳକୁ ଖସିପଡ଼ିଛି ୫ ବଗି

BSKY

ଲାଇନଚ୍ୟୁତ ହେଲା ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର ଏକ୍ସପ୍ରେସ । ଜୟପୁର ଛତ୍ରିପୁଟ ନିକଟରେ ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇପଡ଼ିଥିବା ନେଇ ଖବର ଆସିଛି । ତେବେ ଦୁର୍ଘଟଣାରେ କ୍ଷୟକ୍ଷତି ନେଇ ବିଶେଷ ସୂଚନା ମିଳିନଥିବାବେଳେ । ଘଟଣା ସ୍ଥଳରେ ରେଳ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରୁଛନ୍ତି ।

ତେବେ କିଭଳି ରେଳଧାରଣାରୁ ୫ଟି ବଗି ତଳକୁ ଖସି ପଡିଲା ସେ ସଂପର୍କରେ କୌଣସି ସୂଚନା ମିଳିପାରିନଥିବାବେଳେ ତଦନ୍ତ ଜାରି ରଖିଛନ୍ତି ରେଳବିଭାଗ କର୍ମଚାରୀ । ଆଜି ଦିନ ୨ଟା ସମୟରେ ଜୟପୁର ଛତ୍ରିପୁଟ ନିକଟରେ ଟ୍ରେନଟି ଲାଇନଚ୍ୟୁତ ହୋଇଥିଲା । ଅନୁମାନ କରାଯାଉଛି କି ଲଗାଣ ବର୍ଷା ଯୋଗୁଁ ମାଟି ଅତଡା ଖସି ଥିବାରୁ ଏପରି ଏକ ଦୁର୍ଘଟଣା ଘଟିଯାଇଛି । ଅନ୍ୟପଟେ ଟ୍ରେନ ମରାମତି କାର୍ଯ୍ୟ ଚାଲିଛି ଏହା ସହିତ ଟ୍ରେନ ବଗିରେ ଯାତ୍ରା କରୁଥିବା ଯାତ୍ରୀଙ୍କର କୌଣସି କ୍ଷୟକ୍ଷତି ହୋଇନଥିବା ନେଇ ସ୍ପଷ୍ଟ କରାଯାଇଛି । ଏହା ସହିତ ସୂଚନା ଅନୁସାରେ ଟ୍ରେନ ମରାମତି କାର୍ଯ୍ୟ ଅତିଶୀଘ୍ର ସାରି ଟ୍ରେନ ଚାଲିବ ବୋଲି ସୂଚନା ଦିଆଯାଇଛି । ଅନ୍ୟପଟେ ଏହି ରୁଟ୍ ଦେଇ ଜୟପୁରରୁ କୋରାପୁଟ ଯାଉଥିବା ସମସ୍ତ ଟ୍ରେନ ବାତିଲ କରାଯାଇଛି । ନିଶ୍ଚିତ ଭାବେ ଯାତ୍ରୀମାନେ ସୁରକ୍ଷିତ ଥିବାବେଳେଦ ଏକ ବଡ ଦୁର୍ଘଟଣାର୍ୁ ସମସ୍ତେ ବର୍ତ୍ତି ଯାଇଛନ୍ତି ।

ତେବେ ଏହି ଦୁର୍ଘଟଣା ପାଇଁ ଜଣେ ସେକ୍ସନ ଇଞ୍ଜିନିୟର ଓ ଜଣେ ଗ୍ୟାଙ୍ଗମ୍ୟାନ୍ ଙ୍କୁ ସସପେଣ୍ଡ୍ କରାଯାଇଛି । ୨ ଜଣଙ୍କୁ ସସପେଣ୍ଡ୍ ନେଇ ଡିଆରଏମ୍ ଅନୁପ ଶତପଥୀଙ୍କ ସୂଚନା ।

Get real time updates directly on you device, subscribe now.