fbpx

New Invention! ବାଇକର ଦାମ୍ ୩୦୦୦ ଟଙ୍କା: ୧ ଲିଟର ପେଟ୍ରୋଲରେ ଚାଲିବ ୧୨୦ କି.ମି. ଦୂରତା

ନୂଆଦିଲ୍ଲୀ: ଏବେ ପେଟ୍ରୋଲ-ଡିଜେଲର ଦରବୃଦ୍ଧି ଗାଡିଚାଳକମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । କିନ୍ତୁ ଯଦି ଏହି ସମୟରେ ଆପଣଙ୍କୁ କୁହାଯାଏ ଏମିତି ଏକ ଗାଡି ବିଷୟରେ, ଯାହା ଗୋଟିଏ ଲିଟର ପେଟ୍ରୋଲରେ ୧୨୦ କି.ମି. ବାଟ ଅତିକ୍ରମ କରିପାରେ । ହୁଏତ ଆପଣ ବିଶ୍ୱାସ କରି ନ ପାରନ୍ତି । କିନ୍ତୁ କଥାଟି ବିଲକୁଲ ସତ । ତେବେ ଗାଡିର ଦାମ ବି ଆଶ୍ଚର୍ଯ୍ୟକର ରହିଛି । ମାତ୍ର ୩,୦୦୦ ଟଙ୍କା ଖର୍ଚ୍ଚରେ ବାଇକ ପ୍ରସ୍ତୁତ ହୋଇଯାଇଛି । ତେବେ ଏହାକୁ କୌଣସି ଇଞ୍ଜିନିୟର ନୁହେଁ ବରଂ ଜଣେ ଦଶମ ଶ୍ରେଣୀର ଛାତ୍ର ଉଦ୍ଭାବନ କରିଛନ୍ତି ।

ଲଖିମପୁର ଖିରିର କସବେ ଅଞ୍ଚଳରେ ରହୁଥିବା ଦଶମ ଶ୍ରେଣୀ ଛାତ୍ର ରଜନୀଶ କୁମାର ହେଉଛନ୍ତି ଏହି ଅଦ୍ଭୁତ ବାଇକର ପ୍ରତିଷ୍ଠାତା । ପିଲାଦିନୁ ଦାମୀ ବାଇକ କିଣିବା ପାଇଁ ଇଚ୍ଛା ଥିଲା । କିନ୍ତୁ ତାଙ୍କୁ ବାରମ୍ବାର ସ୍ୱପ୍ନରୁ ଦୂରେଇ ଦେଉଥିଲା ଅର୍ଥାଭାବ । ତେଣୁ ୩,୦୦୦ ଟଙ୍କା ଖର୍ଚ୍ଚ କରି କବାଡିଆରୁ ସମସ୍ତ ସାମଗ୍ରୀ କିଣିଥିଲେ । ଏହାପରେ ସେ ପ୍ରସ୍ତୁତ କରିଥିଲେ ଏହି ସ୍ପେଶାଲ ବାଇକ୍ । ମାତ୍ର ଗୋଟିଏ ଲିଟରରେ ଏହି ଗାଡି ୧୨୦ କିଲୋମିଟର ଯାଇପାରିବ ବୋଲି ଦାବି କରିଛନ୍ତି ନିର୍ମାତା ରଜନୀଶ କୁମାର ।

ଏଥିପାଇଁ କ୍ଷେତରେ ସ୍ପ୍ରେ କରାଯାଉଥିବା ପେଟ୍ରୋଲ ମେସିନ ଏବଂ ଅନ୍ୟାନ୍ୟ ସାମଗ୍ରୀ କିଣିଥିଲେ । ଏତିରୁ ମୋଟର ବାହାର କରି ଏହାକୁ ଏକ ସାଇକେଲରେ ଫିଟ କରିଦେଇଥିଲେ । ତେବେ ଏକ ସପ୍ତାହ ସମୟ ଲାଗିଥିଲା ଏହି ସୁପର ସ୍ପେଶାଲ ବାଇକ ପ୍ରସ୍ତୁତ କରିବା ପାଇଁ । ଶେଷରେ ଗୋଟିଏ ସାଇକେଲକୁ ସେ ଏକ ବାଇକରେ ପରିଣତ କରି ଦେଇଛନ୍ତି । ଏହି ବାଇକ ପ୍ରାୟ ୩୦ କି.ମି/ଘଣ୍ଟା ବେଗରେ ଚାଲୁଥିବା ସେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.