fbpx

(Video) କାନ୍ଦରେ ଫାଟିପଡ଼ୁଛି ବିଷ୍ଣୁଙ୍କ ଗାଁ: ଭାଇ କହିଲେ, ‘ମେଡିକାଲ ଗଲାବେଳେ ଫେରିବ ବୋଲି କହିଥିଲା, କିନ୍ତୁ…’

ଭୁବନେଶ୍ୱର: ବିଜେପି ବିଧାୟକ ବା ବିରୋଧୀ ଦଳ ନେତା ବିଷ୍ଣୁସେଠୀଙ୍କର ଆଜି ପରଲୋକ ହୋଇଛି । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ବହୁ ଦିନ ହେଲା ସେ ଏମ୍ସରେ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁ ଖବର ଶୁଣି କେହି ବି ବିଶ୍ୱାସ କରିପାରୁ ନାହାନ୍ତି । ଏହି ଖବର ଶୁଣିବା ପରେ ବିଷ୍ଣୁଙ୍କ ଜନ୍ମସ୍ଥାନ ମଙ୍ଗରାଜପୁରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସମସ୍ତଙ୍କ ଆଖିରେ ଲୁହ ।

ବିଷ୍ଣୁଙ୍କ ଭାଇ କାନ୍ଦି କାନ୍ଦି କହିଛନ୍ତି ଯେ, ‘ମେଡିକାଲ କଲାବେଳେ କହିଲା ଭାଇ ମୁଁ ଯାଉଛି । ସେଠାରେ ଥାଇ କଥା ହୋଇଥିଲି । ଜଗନ୍ନାଥଙ୍କର ଯାହା ଇଛା, ତାହା ହେବ ବୋଲି ବିଷ୍ଣୁ କହିଥିଲେ । ଘରକୁ ଆସି ସବୁବେଳେ ଆମେ ୨ ଭାଇ ସାଙ୍ଗରେ ଖାଉ ।’ କିନ୍ତୁ ଭାଗ୍ୟର ବିଧାନ କିଛି ଅଲଗା ଥିଲା । ଆଜି ତାଙ୍କର ମୃତ୍ୟୁ ଖବର ଶୁଣି ପରିବାର ଲୋକ ମର୍ମହତ ହୋଇଛନ୍ତି । ଏହା ସହ ବିଷ୍ଣୁଙ୍କ ସହିତ ଆମ ବଳ ଓ ସାହସ ଚାଲିଯାଇଛି ବୋଲି ପରିବାର ଲୋକେ କହିଛନ୍ତି ।

ତେବେ ଆଜି ସକାଳୁ ବିଷ୍ଣୁଙ୍କ ପରଲୋକ ହୋଇଛି । କିଡନୀ ରୋଗରେ ପିଡିତ ଥିଲେ ବିଷ୍ଣୁସେଠୀ । ଏମ୍ସର ଅତିରିକ୍ତ ଅଧିକାରୀ ଏହି ସୂଚନା ଦେଇଛନ୍ତି । ୬୧ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି ।ଏମ୍ସ ନୀରକ୍ଷକ ପ୍ରଭାସ ରଞ୍ଜନ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି । ଜଣେ ନେତା ନୁହେଁ ବରଂ ବିରୋଧୀ ଦଳର ଉପନେତା ଥିଲେ ବିଷ୍ଣୁ ସେଠୀ । ଲୋକମାନଙ୍କ ହକ ପାଇଁ ବିଧାନ ସଭା ଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ତାଙ୍କର ରଣ ହୁଙ୍କାର ଶୁଣବାକୁ ମିଳୁଥିଲା । ଯାହାକି ଆଜି ଚିର ଦିନ ପାଇଁ ନିସ୍ତବ୍ଦ ହୋଇ ଗଲା । ବିରୋଧୀ ମାନଙ୍କର ଆଗ ଧାଡିର ନେତା ଥିଲେ ବିଷ୍ଣୁ ସେଠୀ ।

Get real time updates directly on you device, subscribe now.