fbpx

OSSC ପକ୍ଷରୁ ଘୋଷଣା: ଜୁନ ୨୭ରୁ ଆରମ୍ଭ ହେବ ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ ଡକ୍ୟୁମେଣ୍ଟ ଯାଞ୍ଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ ପଦ ପାଇଁ ପ୍ରାର୍ଥୀଙ୍କର ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ । ରାଜଧାନୀ ଭୁବନେଶ୍ୱରର ୟୁନିଟ-୨ ସ୍ଥିତ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) କାର୍ଯ୍ୟାଳୟରେ ଦୁଇଟି ସେସନରେ ଏହି ଯାଞ୍ଚ କରାଯିବ । ପ୍ରାର୍ଥୀମାନେ ଆସନ୍ତା ୨୧ ତାରିଖ ପରଠାରୁ ସେମାନଙ୍କର ଆଡମିସନ ଲେଟର ଡାଉନଲୋଡ୍ କରିପାରିବେ । ଏନେଇ ଓଏସଏସସି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ଡକ୍ୟୁମେଣ୍ଟ ଭେରିଫିକେସନ ହେବାକୁ ଥିବା ପ୍ରାର୍ଥୀଙ୍କର ଏକ ଲିଷ୍ଟ ଓଏସଏସସିର ଅଫିସିଆଲ ୱେବସାଇଟରେ ଜାରି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ୧୨ ତାରିଖରେ ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ ୨୦୨୩ ପଦର କମ୍ପ୍ୟୁଟର ଦକ୍ଷତା ଟେଷ୍ଟ କରାଯାଇଥିଲା । ଡାଇରେକ୍ଟୋରେଟ୍ ଅଫ୍ ହେଲଥ ଇଣ୍ଟେଲିଜେନ୍ସ ଆଣ୍ଡ ଭିଟାଲ ଷ୍ଟାଟିଷ୍ଟିକ୍ସ, ଓଡ଼ିଶା ଅଧିନରେ ଭୁବନେଶ୍ୱର ଠାରେ ଏହି ଟେଷ୍ଟ ନିଆଯାଇଥିଲା । ଗୋଟିଏ ଶିଟିଂରେ ଏହି ପରୀକ୍ଷା କରାଯାଇଥିଲା । ମେ ୫ରେ ଅନୁଷ୍ଠିତ ହୋଇଥିବା ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନେ କମ୍ପୁଟର ଦକ୍ଷତା ଟେଷ୍ଟ (ସିଏସଟି) ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ଗତବର୍ଷ ନଭେମ୍ବର ମାସ ୧୮ ତାରିଖରେ (ଓଏସଏସସି) ପକ୍ଷରୁ ୨୩୪ଟି ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ (ଭିଏସଏ) ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେଥିପାଇଁ ପ୍ରାର୍ଥୀମାନେ ନଭେମ୍ବର ମାସ ୨୪ରୁ ଡିସେମ୍ବର ୨୧ ପର୍ଯ୍ୟନ୍ତ ଅନଲାଇନ୍ରେ ଆବେଦନ କରିଥିଲେ । ଡାଇରେକ୍ଟୋରେଟ୍ ଅଫ୍ ହେଲଥ ଇଣ୍ଟେଲିଜେନ୍ସ ଆଣ୍ଡ ଭିଟାଲ ଷ୍ଟାଟିଷ୍ଟିକ୍ସ, ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ଗ୍ରୁପ-ସି’ରେ ପ୍ରାର୍ଥୀଙ୍କୁ ଏହି ପଦରେ ନିଯୁକ୍ତି ଦିଆଯିବ ।

Get real time updates directly on you device, subscribe now.