fbpx
BSKY
BJD MC SKY
BJD YOUTH SKY

ଭିଟାମିନ ବି-୧୨ ଅଭାବରୁ ଦୁର୍ବଳ ହୋଇଯାଆନ୍ତି ସୁସ୍ଥ ସବଳ ବ୍ୟକ୍ତି; ନିଜ ଡାଇଟରେ ସାମିଲ କରନ୍ତୁ ଏହି ଖାଦ୍ୟ

ଭିଟାମିନ୍ ବି୧୨ କେବଳ ଆମ ଶରୀର ପାଇଁ ନୁହେଁ ବରଂ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଯଦି ଶରୀରରେ ଏହି ଭିଟାମିନ୍ ର ଅଭାବ ଥାଏ, ତେବେ ଉଭୟ ମସ୍ତିଷ୍କ ଏବଂ ସ୍ନାୟୁ ପ୍ରଣାଳୀ ନଷ୍ଟ ହୋଇଯାଏ । ଏଭଳି ପରିସ୍ଥିତିରେ ସ୍ନାୟୁ ପ୍ରଣାଳୀକୁ ସୁସ୍ଥ ରଖିବା ପାଇଁ ଶରୀରରେ ଭିଟାମିନ୍ ବି-୧୨ ରହିବା ଅତ୍ୟନ୍ତ ଜରୁରୀ । ଏହି ଭିଟାମିନ ଦ୍ୱାରା ଶରୀରରେ ଲାଲ ରକ୍ତ କଣିକା ମଧ୍ୟ ବିକଶିତ ହୋଇଥାଏ । ତେବେ ଶରୀରରେ ଯଦି ଏହି ଭିଟାମିନ୍ ବି-୧୨ର ଅଭାବ ଥାଏ, ତେବେ ଶକ୍ତିଶାଳୀ ହାଡ ମଧ୍ୟ ଦିର୍ବଳ ହୋଇପାରେ । ଏହା ବ୍ୟତୀତ ରକ୍ତହୀନତା ହେବାର ଆଶଙ୍କା ମଧ୍ୟ ଦେଖାଦେଇଥାଏ । ତେଣୁ ଶରୀରରେ ଭିଟାମିନ ବି-୧୨ର ଅଭାବକୁ ପୁରଣ କରିବାକୁ ହେଲେ ନିଜ ଡେଲି ରୁଟିନରେ ଏହି ଖାଦ୍ୟକୁ ସାମିଲ କରିବା ଆବଶ୍ୟକ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ଖାଦ୍ୟ ବିଷୟରେ…

ଓଟସ୍ ଏବଂ ସୋୟାବିନ୍: ଆଜିକାଲି ଓଟସ୍ ବହୁଳ ଭାବରେ ବ୍ୟବହାର ହେଉଛି । ଯେଉଁଥିରେ ଅନେକ ପୋଶକ ତତ୍ତ୍ୱ ରହିଥିବା ବେଳଏ ଭିଟାମିନ ବି -୧୨ ମଧ୍ୟ ପ୍ରଚୁର ପରିମାଣରେ ରହିଛି । ଯାହାକୁ ସେବନ କରିବା ଦ୍ୱା ଶରୀରରେ ଭିଟାମିନ୍ ବି ୧୨ ର ଅଭାବ ଦେଖାଦେବ ନାହିଁ । ଏତତ୍ ବ୍ୟତୀତ ଆପଣ ନିଜ ଡେଲି ରୁଟିନରେ ନିଶ୍ଚିତ ଭାବରେ ସୋୟାବିନ୍ କୁ ମଧ୍ୟ ସାମିଲ କରନ୍ତୁ । ଏହାକୁ ସେବନ କରିବା ଦ୍ୱାରା ଭିଟାମିନ ବି-୧୨ର ଅଭାବ ଦୂର ହୋଇଥାଏ ।

ଛତୁ, ବ୍ରୋକୋଲି: ଭିଟାମିନ୍ ଅଭାବକୁ ପୂରଣ କରିବା ପାଇଁ ଆପଣ ନିଜ ଡେଲି ଲାଇଫରେ ଛତୁକୁ ସାମିଲ କରିପାରିବେ । କାରଣ ଏଥିରେ ଭିଟାମିନ ବି ୧୨ ପ୍ରଚରୁ ପରିମାଣରେ ରହିଥାଏ । ଏତତ୍ ବ୍ୟତୀତ କ୍ୟାଲସିୟମ୍, ପ୍ରୋଟିନ୍ ଏବଂ ଆଇରନ୍ ମଧ୍ୟ ରହିଥାଏ । ଏଥିରେ ବିଟା ଗ୍ଲୁକାନ୍ ଥାଏ ଯାହା ଶରୀରକୁ ପୁଷ୍ଟିକର ଖାଦ୍ୟ ଯୋଗାଇଥାଏ । ସେହିପରି ଆପଣ ନିଜ ରୁଟିନ୍ ରେ ବ୍ରୋକୋଲି ମଧ୍ୟ ସାମିଲ କରିପାରିବେ । ଏହାକୁ ସାଲାଡ୍ ଆକାରରେ ସେବନ କରିପାରିବେ । ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । କାରଣ ବ୍ରୋକିଲ ଭିଟାମିନ୍ ବି-୧୨ ର ଅଭାବ ପୂରଣ କରିବା ସହ ଶରୀରରେ ଥିବା ହେମୋଗ୍ଲୋବିନର ଅଭାବକୁ ମଧ୍ୟ ପୂରଣ କରିବାରେ ସହାୟକ ହୋଇଥାଏ ।

ଦୁଗ୍ଧଜାତ ଦ୍ରବ୍ୟ: ଦୁଗ୍ଧ, ଦହି ଏବଂ ପାନୀର ପରି ଦୁଗ୍ଧଜାତ ଦ୍ରବ୍ୟ ମଧ୍ୟ ଭିଟାମିନ୍ ବି୧୨ ର ଅଭାବ ପୂରଣ କରିଥାଏ । କାରଣ କ୍ଷୀରରେ କ୍ୟାଲସିୟମ୍, ପ୍ରୋଟିନ୍ ଏବଂ ଭିଟାମିନ୍ ୧୨ ଥାଏ । ତେବେ କୌଣସି ବ୍ୟକ୍ତି ଯଦି କମ୍ ଫ୍ୟାଟ୍ ଦହି ଖାଆନ୍ତି ତେବେ ସେମାନଙ୍କର ଭିଟାମିନ୍ ବି-୧୨ ର ଅଭାବ ଶୀଘ୍ର ପୁରଣ ହୋଇଥାଏ ।

Get real time updates directly on you device, subscribe now.