fbpx
BJD
BJD SKY
BJD SKY

ଖୁସିଖବର ! ବ୍ୟବସାୟ କରିବା ପାଇଁ ମହିଳାଙ୍କୁ ସାହାଯ୍ୟ କରିବ ଗୁଗୁଲ, ଷ୍ଟାର୍ଟଅପ୍ ଫଣ୍ଡିଂ ପାଇଁ ରଖିଲା ୭୫ ହଜାର କୋଟି

ନୂଆଦିଲ୍ଲୀ: ଦେଶରେ ଷ୍ଟାର୍ଟଅପ୍ ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିବା ମହିଳାମାନଙ୍କ ପାଇଁ ଆସିଛି ଖୁସି ଖବର । ଖାସକରି ସେହି ମହିଳାମାନଙ୍କ ପାଇଁ ଭଲ ଖବର, ଯେଉଁମାନେ ପାଣ୍ଠିର ଅଭାବର ସମ୍ମୁଖୀନ ହେଉଛନ୍ତି କିମ୍ବା ସେମାନଙ୍କ ବ୍ୟବସାୟକୁ ବିସ୍ତାର କରିବା ପାଇଁ ଟଙ୍କା ଆବଶ୍ୟକ କରନ୍ତି । ଗୁଗୁଲ୍ ସେମାନଙ୍କର ଏହି ଆବଶ୍ୟକତା ପୂରଣ କରିବ । ତେବେ ଗୁଗୁଲ ଏହାର ୭୫,୦୦୦ କୋଟି ଟଙ୍କା ‘ଇଣ୍ଡିଆ ଡିଜିଟାଇଜେସନ୍ ଫଣ୍ଡ’ ମାଧ୍ୟମରେ ମହିଳାଙ୍କ ନେତୃତ୍ୱରେ ପ୍ରାରମ୍ଭିକ ପର୍ଯ୍ୟାୟ ଷ୍ଟାର୍ଟଅପରେ ନିବେଶ ଉପରେ ଧ୍ୟାନ ଦେବ । କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ସୋମବାର ଏହି ସୂଚନା ଦେଇଛନ୍ତି ।

ଇଣ୍ଟରନେଟ ପର୍ଯ୍ୟନ୍ତ ସୁବିଧା ପହଞ୍ଚାଇବା ପାଇବା ପାଇଁ କମ୍ପାନୀ ୧୦ ବିଲିୟନ ଡଲାର (ପ୍ରାୟ ୭୫,୦୦୦ କୋଟି ଟଙ୍କା) ର ‘ଇଣ୍ଡିଆ ଡିଜିଟାଇଜେସନ୍ ଫଣ୍ଡ’ (ଆଇଡିଏ) ଆରମ୍ଭ କରିଛି । ଗୁଗୁଲ୍ ଆଇଡିଏଫ୍ ଜରିଆରେ କମ୍ପାନୀ ଜିଓରେ ୭.୭୩ ପ୍ରତିଶତ ଅଂଶଧନକୁ ୪.୫ ବିଲିୟନ ଡ଼ଲାରରେ ଏବଂ ଭାରତ ଏୟାରଟେଲରେ ୧.୨ ପ୍ରତିଶତ ଅଂଶଧନକୁ ୭୦୦ ମିଲିୟନ୍ ଡଲାରରେ କିଣିଛି ।

ଗୁଗୁଲ ଇଣ୍ଡିଆର କଣ୍ଟ୍ରି ମ୍ୟାନେଜର ତଥା ଉପାଧ୍ୟକ୍ଷ ସଞ୍ଜୟ ଗୁପ୍ତା ‘ଗୁଗୁଲ ଫର ଇଣ୍ଡିଆ’ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ‘ଆମର ଆଇଡିଏଫ୍ ନିବେଶର ଏକ ଅଂଶ ଭାବେ ଆଗକୁ ଯାଇ ପ୍ରାରମ୍ଭିକ କମ୍ପାନୀଗୁଡ଼ିକୁ ସମର୍ଥନ କରିବ, ଯେଉଁଥିରେ ମହିଳାଙ୍କ ନେତୃତ୍ୱାଧୀନ ଷ୍ଟାର୍ଟଅପ୍ ଉପରେ ବିଶେଷ ଧ୍ୟାନ୍ ଦିଆଯିବ ।’ କମ୍ପାନୀ ଭାରତର ୭୭୩ ଜିଲ୍ଲାରୁ ସ୍ପିଚ୍ ସଂଗ୍ରହ କରିବା ପାଇଁ ବେଙ୍ଗାଲୁରୁରେ ଭାରତୀୟ ବିଜ୍ଞାନ ସଂସ୍ଥା ସହ ସହଯୋଗ ଘୋଷଣା କରିଛି ।

Get real time updates directly on you device, subscribe now.