fbpx

ଭାରତରେ ଲଞ୍ଚ ହେଲା ପ୍ରଥମ ରଙ୍ଗ ବଦଳାଉଥିବା ସ୍ମାର୍ଟଫୋନ

୫୦ ମେଗା ପିକ୍ଳଲ ଡୁଆଲ କ୍ୟାମେରା ସହ ରହିଛି ଅନେକ ଫିଚର୍ସ

ନୂଆଦିଲ୍ଲୀ: ସ୍ମାର୍ଟଫୋନ ନିର୍ମାତା କମ୍ପାନୀ Vivo ଏହାର ଦୁଇଟି ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି । Vivo V23 5G ଏବଂ Vivo V23 5G Pro ନାମରେ ଏହି ଦୁଇଟି ସ୍ମାର୍ଟଫୋନ ଭାରତରେ ଲଞ୍ଚ ହୋଇଛି । ଦୁଇଟି ଯାକ ସ୍ମାର୍ଟଫୋନ୍ ରେ ୫ଜି ସପୋର୍ଟ ରହିଛି । ଆସନ୍ତା ସପ୍ତାହରୁ ଏହାର ବିକ୍ରି ଆରମ୍ଭ ହେବାକୁ ଯାଉଛି । ଏହି ଫୋନର ବଡ଼ ଫିଚର ହେଉଛି ଏହାର AG ଗ୍ଲାସ ଡିଜାଇନ ଯାହାକୁ ବିଭିନ୍ନ ଆଙ୍ଗେଲରୁ ଦେଖିଲେ ଏହା ଭିନ୍ନ ଭିନ୍ନ ରଙ୍ଗର ଦେଖାଯିବ । ଏହାର ଅନ୍ୟ ଏକ ଫିଚର ହେଉଛି ଏହାର ସେଲ୍ପୀ କ୍ୟାମେରା କାରଣ ଏଥିରେ ଆପଣଙ୍କୁ ଡୁଆଲ କ୍ୟାମେରା ଦେଖିବାକୁ ମିିଳିବ । । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହାର ଫିଚର୍ସ ଏବଂ ଦାମ୍…

Vivo V23 5G :

Vivo V23 5G ରେ ୬.୪୪ ଇଞ୍ଚର Full HD+ AMOLED ଡିସପ୍ଲେ ଦିଆଯାଇଛି । ଏହି ସ୍ମାର୍ଟଫୋନରେ MediaTek Dimensity 920 ଚିପସେଟ୍ ଦିଆଯାଇଛି ।

ଭିଭୋ ଭି୨୩ ୫ଜି ରେ 64 MPର ପ୍ରାଇମେରୀ କ୍ୟାମେରା ରହିଛି, 8 MPର ୱାଇଡ ଆଙ୍ଗେଲ କ୍ୟାମେରା ଏବଂ 2MPର ମାକ୍ରୋ କ୍ୟାମେରା ଦିଆଯାଇଛି । ସେହିଭଳି ସ୍ମାର୍ଟଫୋନରେ ଫ୍ରଣ୍ଟରେ ଡୁଆଲ କ୍ୟାମେରା ଦିଆଯାଇଛି । ଗୋଟିଏ 50MPର ଥିବାବେଳେ ଅନ୍ୟଟି 8MP ମେଗାପିକ୍ସଲର ରହିଛି ।

ଭିଭୋ ଭି୨୩ ୫ଜି ର ବେସ୍ ଭ୍ୟାରିଏଣ୍ଟରେ 8 GB RAM ଏବଂ  128 GB ଜିବି ଷ୍ଟୋରେଜ ରହିଛି । ଏହାର ଦାମ୍ ୨୯,୯୯୦ ଟଙ୍କା ରଖାଯାଇଛି । ଦ୍ୱିତୀୟ ଭ୍ୟାରିଏଣ୍ଟରେ 12GB RAM ସହ 256 GB ଷ୍ଟୋରେଜ ରହିଛି । ଏହାର ଦାମ ୩୪,୯୯୦ ଟଙ୍କା ରହିଛି ।

Vivo V23 5G Pro :

ଭିଭୋ ଭି ୨୩ ପ୍ରୋ ୫ଜି ମଡେଲରେ ୬.୫୬ ଇଞ୍ଚର Full HD+ AMOLED ଡିସପ୍ଲେ ଦିଆଯାଇଛି । ଫୋନରେ MediaTek Dimensity 1200 ଚିପସେଟ୍ ବ୍ୟବହାର କରାଯାଇଛି । ଭିଭୋ ଭି ୨୩ ପ୍ରୋ ୫ଜିରେ ପ୍ରାଇମେରୀ କ୍ୟାମେରା 108 MPର ଥିବାବେଳେ ଅନ୍ୟ ସବୁ କ୍ୟାମେରା ସେନ୍ସର ଭିଭୋ ଭି୨୩ ୫ଜି ସହ ସମାନ ।

ଭିଭୋ ଭି୨୩ ପ୍ରୋ ୫ଜିର ମଧ୍ୟ ୨ଟି ଭ୍ୟାରିଏଣ୍ଟ ରହିଛି, ଯାହାର ବେସ ଭ୍ୟାରିଏଣ୍ଟର ଦାମ ୩୮,୯୯୦ ଟଙ୍କା ରହିଛି ଏଥିରେ 8 GB RAM ସହ 128 GB ଷ୍ଟୋରେଜ ଦିଆଯାଇଛି । ଦ୍ୱିତୀୟ ଭ୍ୟାରିଏଣ୍ଟରେ 12 GB RAM ସହ 256 GB ଷ୍ଟୋରେଜ ରହିଛି ଏବଂ ଏହାର ଦାମ୍ ୪୩,୯୯୦ ଟଙ୍କା ରହିଛି । ଏହି ସ୍ମାର୍ଟଫୋନ ବ୍ଲାକ ଏବଂ ଗୋଲ୍ଡ କଲରରେ ଉପଲବ୍ଧ ।

ଉଭୟ ସ୍ମାର୍ଟଫୋନ୍ ରେ ୫ଜି ଛଡ଼ା, ଡୁଆଲ ବ୍ୟାଣ୍ଡ୍ ୱାଇଫାଇ, ୟୁଏସବି ଟାଇପ୍ ସି ଭଳି ଅନ୍ୟାନ୍ୟ ଫିଚର୍ସ ରହିଛି ।  Vivo V23 5G ରେ 4,200 mAh ବ୍ୟାଟେରୀ ରହିଥିବା ବେଳେ Vivo V23 5G Pro ରେ 4,300 mAh ବ୍ୟାଟେରୀ ରହିଛି । ଏହା ସହ 44Wର ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ରହିଛି ।

ଉଭୟ ଫୋନକୁ ଅଫିସିଆଲ ୱେବସାଇଟ ସହ ଇ-କମର୍ସ ୱେବସାଇଟରୁ ମଧ୍ୟ କିଣିହେବ । ଭିଭୋ ଭି ୨୩ ୫ଜି ପାଇଁ ୫ ଜାନୁଆରୀ ଠାରୁ ପ୍ରି ବୁକିଂ ଆରମ୍ ହୋଇଛି । ଭିଭୋ ଭି ୨୩ ପ୍ରୋ ର ବିକ୍ରି ୧୯ ଜାନୁଆରୀଠାରୁ ଆରମ୍ଭ ହେବ । ସେହିଭଳି ଭିଭୋ ଭି ୨୩ର ବିକ୍ରିର ଆରମ୍ଭ ୧୩ ଜୁନରୁ ଆରମ୍ଭ ହେବ ।

Get real time updates directly on you device, subscribe now.