ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁ ଓ ଜେଟିପି ପିଟାପିଟି, ସିଂହଦ୍ୱାର ଥାନାରେ ଅଭିଯୋଗ ପରେ ପଚରାଉଚରା ଚଳାଇଛି ପୋଲିସ

ପୁରୀ: ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁ ଓ ଜେପିଟି ହେଲେ ପିଟାପିଟି । ଏକକାଳୀନ ୪ରୁ୫ ବଙ୍ଗୀୟ ଶ୍ରଦ୍ଧାଳୁ ଜେପିଟିଙ୍କ ଉପରକୁ ଆକ୍ରମଣ କରିଛନ୍ତି । ପ୍ରସ୍ଥାନ ବାଟରେ ପ୍ରବେଶକୁ ନେଇ ଉଭୟଙ୍କ ମଧ୍ୟରେ ହଙ୍ଗାମା ହୋଇଥିଲା । ଜେଟିପିଙ୍କ ବାରଣ ପରେ ଶ୍ରଦ୍ଧାଳୁ ଆକ୍ରମଣ କରିଥିଲେ । ଶ୍ରଦ୍ଧାଳୁଙ୍କ ଆକ୍ରମଣରେ ଜଣେ ଜେଟିପି ଆହତ । ସିଂହଦ୍ୱାର ଥାନାରେ ଉଭୟଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ଶ୍ରଦ୍ଧାଳୁଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରିଛି ।