fbpx

ସ୍କୁଲରେ ବ୍ୟାପୁଛି ଝାଡ଼ାବାନ୍ତି: ୮୦ରୁ ଅଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ

ସମ୍ବଲପୁର: ସମ୍ବଲପୁରର ଜାବାହାରଲାଲ ନବୋଦୟ ବିଦ୍ୟାଳୟରେ ବ୍ୟାପିଛି ଝାଡ଼ାବାନ୍ତିର ଆତଙ୍କ । ଅନେକ ଛାତ୍ରଛାତ୍ରୀ ଏଥିରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ମିଳିଛି । ତେବେ ଏ ନେଇ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍ ପକ୍ଷରୁ ଚିକିତ୍ସା ଜାରି ରହିଛି । ତେବେ ବର୍ତ୍ତମାନ ସମସ୍ତ ଛାତ୍ରଛାତ୍ରୀ ସୁସ୍ଥ ଥିବା ସୂଚନା ମିଳିଛି । ସ୍କୁଲର ପ୍ରାୟ ୮୦ରୁ ଅଧିକ ଛାତ୍ରଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ବର୍ତ୍ତମାନ ସେମାନେ ସୁସ୍ଥ ରହିଛନ୍ତି । ଆକ୍ରାନ୍ତ ପିଲାମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍ ନଜରରେ ରଖି ଚିକିତ୍ସା କରୁଛନ୍ତି ।

Get real time updates directly on you device, subscribe now.