ଦିଲ୍ଲୀରେ ବଡ଼ ଦୁର୍ଘଟଣା, କାନ୍ଥ ଭୁଶୁଡ଼ି ଚାଲିଗଲା ସାତ ଜଣଙ୍କ ଜୀବନ

ରାତିସାରା ପ୍ରବଳ ବର୍ଷା ଯୋଗୁଁ କାନ୍ଥ ଭୁଶୁଡ଼ି ପଡ଼ିଥିଲା।

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବଡ଼ ଧରଣର ଅଘଟଣ। ଜୈତପୁର ଅଞ୍ଚଳରେ ଭୁଶୁଡ଼ି ପଡ଼ିଲା କାନ୍ଥ। କାନ୍ଥ ଭୁଶୁଡ଼ି ପଡ଼ିବା ଯୋଗୁଁ ୭ ଜଣଙ୍କ ମୃତ୍ୟୁ ହୋଇଥିବ ସୂଚନା ମିଳିଛି।
ପ୍ରବଳ ବର୍ଷାରେ କାନ୍ଥ ଭୁଶୁଡ଼ି ପଡ଼ି ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସ୍ଥାନୀୟ ଏଜେନ୍ସି ସହିତ, ଏନଡିଆରଏଫ ଦଳ ମଧ୍ୟ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ନିୟୋଜିତ ହୋଇଛନ୍ତି। ବିସ୍ତୃତ ସୂଚନା ଅପେକ୍ଷା କରାଯାଇଛି।

ହରି ନଗରରେ କାନ୍ଥ ଭୁଶୁଡ଼ିବା ଘଟଣା ସମ୍ପର୍କରେ ଅତିରିକ୍ତ ଡିସିପି ଦକ୍ଷିଣ-ପୂର୍ବ ଐଶ୍ୱର୍ଯ୍ୟା ଶର୍ମା କହିଛନ୍ତି, ଏଠାରେ ଏକ ପୁରୁଣା ମନ୍ଦିର ଅଛି ଏବଂ ଏହା ପାଖରେ ପୁରୁଣା ବସ୍ତି ଅଛି ଯେଉଁଠାରେ ସ୍କ୍ରାପ୍ ଡିଲର୍ ରୁହନ୍ତି।

ରାତିସାରା ପ୍ରବଳ ବର୍ଷା ଯୋଗୁଁ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଛି।

ଶନିବାର ସକାଳେ ରାଜଧାନୀ ଦିଲ୍ଲୀରେ ବର୍ଷା ଯୋଗୁଁ ପାଣି ଜମିବା ଏବଂ ଟ୍ରାଫିକ୍ ଜାମ୍ ହେବାର ରିପୋର୍ଟ ଆସିଥିଲା।

ଅନେକ ଅଞ୍ଚଳରେ ଟ୍ରାଫିକ୍ ଜାମ୍ ହେବା ସହିତ ସହର ଠପ୍ ହୋଇଗଲା। ବର୍ଷା ଯୋଗୁଁ ଅନେକ ସ୍ଥାନରେ ରାସ୍ତାରେ ପାଣି ଜମି ରହିଥିବା ଦେଖାଯାଇଛି। ପାଲମ ମୋଡ୍ ଅଞ୍ଚଳରେ ବିମାନବନ୍ଦରରୁ ଧୌଲା କୁଆଁ ଯିବା ରାସ୍ତାରେ ପାଣି ଜମି ରହିବା ଯୋଗୁଁ ଲୋକମାନେ ବହୁତ ସମସ୍ୟାର ସମ୍ମୁଖୀନ ହୋଇଥିଲେ।

ରାସ୍ତାରେ ଦେଢ଼ ଫୁଟ ପର୍ଯ୍ୟନ୍ତ ପାଣି ଭର୍ତ୍ତି ହୋଇଯାଇଥିଲା, ଯାହା ଫଳରେ ଗାଡ଼ି ଚାଳକମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା।