fbpx

ପତଳା ହେବାକୁ ଚାହୁଁଛନ୍ତି କି ? ତେବେ ତୁରନ୍ତ ବଦଳାନ୍ତୁ ଏହି ଅଭ୍ୟାସ

ଲୋକମାନଙ୍କ ଖରାପ ଲାଇଫଷ୍ଟାଇଲ ଯୋଗୁଁ ସେମାନେ ମୋଟା ହେବାରେ ଲାଗିଛନ୍ତି । ଭାରତରେ ପିଲାଙ୍କଠାରୁ ନେଇ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ମୋଟାପଣର ଶିକାର ହୋଇଛନ୍ତି । ଏଭଳି ପରିସ୍ଥିତିରେ ସମୟ ଆଗରୁ ଆପଣଙ୍କୁ ସତର୍କ ରହିବାକୁ ପଡିବ । ସାଧାରଣତଃ ଲୋକଙ୍କର ମୋଟାପଣର କାରଣ ହେଉଛି ସେମାନଙ୍କ ଖରାପ ଅଭ୍ୟାସ । ତେବେ ଆସନ୍ତୁ ଜାଣିବା କିଛି ଅଭ୍ୟାସ ବିଷୟରେ, ଯାହାଫଳରେ ପ୍ରତିଦିନ ଆପଣଙ୍କ ଓଜନ ବଢ଼ିବାରେ ଲାଗିଛି…

– ଯଦି ଆପଣ ଅଧିକ ଡିପ୍ରେସନରେ ରହୁଛନ୍ତି, ତେବେ ଏହା ଆପଣଙ୍କ ଓଜନ କମ୍ କରିବାରେ ସମସ୍ୟା ସୃଷ୍ଟି କରିପାରେ ।

– ପ୍ରାୟତଃ ଦେଖିବାକୁ ମିଳୁଛି କି, ଲୋକମାନେ ନିଜ ଖାଦ୍ୟକୁ ନେଇ ବିଲକୁଲ ଧ୍ୟାନ ଦେଉନାହାନ୍ତି ବା ପତଳା ହେବା ଇଛାରେ ଦିନସାରା ଭୋକରେ ରହୁଛନ୍ତି । ଏହା ସମ୍ପୂର୍ଣ୍ଣ ରୂପେ ଭୁଲ ଅଟେ । ଆପଣଙ୍କ ଭୋଜନ ଏପରି ହେବା ଜରୁରୀ, ଯେଉଁଥିରେ ଆବଶ୍ୟକୀୟ ପୋଷକ ତତ୍ତ୍ୱ ସନ୍ତୁଳିତ ମାତ୍ରାରେ ରହିଥାଏ ।

– ଯଦି ଆପଣଙ୍କର ଅଫିସରେ ଲିଫ୍ଟ ବ୍ୟବହାର କରିବାର ଅଭ୍ୟାସ ଅଛି, ତେବେ ଆଜି ଏହାକୁ ପରିବର୍ତ୍ତନ କରନ୍ତୁ ଏବଂ ସିଡ଼ି ବ୍ୟବହାର କରିବା ଆରମ୍ଭ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଓଜନ ଧୀରେ ଧୀରେ କମିବା ଆରମ୍ଭ କରିବ ।

– କିଛି ଲୋକ ଓଜନ ହ୍ରାସ କରିବାକୁ ନିଷ୍ପତ୍ତି ନିଅନ୍ତି ଓ ପ୍ରଥମ ସପ୍ତାହ ପାଇଁ ଜୋରଦାର ବ୍ୟାୟାମ କରନ୍ତି । କିନ୍ତୁ ପରେ ସେମାନେ ଅଳସୁଆ ହୋଇଯାଆନ୍ତି ଓ ଆଦୌ ବ୍ୟାୟାମ କରନ୍ତି ନାହିଁ । ଏପରି ଭୁଲରେ ବି କରିବା ଉଚିତ୍ ନୁହେଁ । ଆପଣ ନିଜର ବ୍ୟାୟାମ ସମୟ ସ୍ଥିର କରନ୍ତୁ ଓ ସେହି ସମୟରେ ବ୍ୟାୟାମ କରନ୍ତୁ ।

Get real time updates directly on you device, subscribe now.