fbpx

SBIରେ ଚାକିରି କରିବାକୁ ଚାହୁଁଛନ୍ତି କି? ଓଡ଼ିଶା ପାଇଁ ଖାଲି ପଡିଛି ୧୭୦ ପଦବୀ, ଏପରି କରନ୍ତୁ ଆବେଦନ

ଭୁବନେଶ୍ୱର: ବ୍ୟାଙ୍କରେ ଚାକିରି ଖୋଜୁଥିବା ପ୍ରାର୍ଥୀମାନଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ। ଭାରତୀୟ ଷ୍ଟେଟ ବ୍ୟାଙ୍କରେ ରାଜସ୍ଥାନ ସମେତ ସଂପୂର୍ଣ୍ଣ ଦେଶରେ ଜୁନିଅର ଆସୋସିଏଟସ୍‌ (କ୍ଲର୍କ) ପଦବୀରେ ବମ୍ପର ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଏସବିଆଇ ଜୁନିଅର ଆସୋସିଏଟସ୍‌ (କ୍ଲର୍କ) ପାଇଁ ୫୪୮୬ ପଦବୀରେ ଭର୍ତ୍ତି କରାଯିବ। ଏହି ନିଯୁକ୍ତି ପାଇଁ ଆପଣ ନିଜ ନିଜ ରାଜ୍ୟରେ ଆବେଦନ କରିପାରିବେ। ଓଡିଶାରେ ୧୭୦ଟି ପୋଷ୍ଟ ଖାଲିପଡିଛି। ସାଧାରଣ ବର୍ଗ ୬୯, ଅନୁସୂଚିତ ଜାତି ୨୭, ଅନୁସୂଚିତ ଜନଜାତି ୩୭, ଓବିସି ୨୦, EWS ୧୭ ପ୍ରାର୍ଥୀ ଆବେଦନ କରିପାରିବେ।

ପଦବୀ ବିବରଣୀ :-

୫୪୮୬

ଜୁନିଅର ଆସୋସିଏଟସ୍‌

ଜରୁରୀ ତାରିଖ :-

ଆବେଦନ କରିବା ପାଇଁ ଶେଷ ତାରିଖ ୨୭ ସେପ୍ଟେମ୍ବର ୨୦୨୨ ରହିଛି। ଏହି ପଦବୀ ପାଇଁ ଲିଖିତ ପରୀକ୍ଷା ନଭେମ୍ବରରେ ହେବ। ଏଥିପାଇଁ ଆଡମିଟ୍‌ କାର୍ଡ ଅକ୍ଟୋବର ଶେଷ ଆଡକୁ ଜାରି ହେବ।

ଶିକ୍ଷାଗତ ଯୋଗ୍ୟତା :-

କ୍ଲର୍କ ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ପାଖରେ କୌଣସି ମାନ୍ୟତାପ୍ରାପ୍ତ ୟୁନିଭରସିଟିର ଗ୍ରାଜୁଏସନ ଡିଗ୍ରୀ ରଖିଥିବା ଜରୁରୀ। ଗ୍ରାଜୁଏସନ ଡିଗ୍ରୀ କରୁଥିବା ଶେଷ ବର୍ଷ ଛାତ୍ରଛାତ୍ରୀ କିମ୍ବା ଶେଷ ସେମିଷ୍ଟର ଦେଇଥିବା ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ।

ଆବେଦନ ଶୁଳ୍କ :-

ସାଧାରଣ ବର୍ଗ, ଓବିସି, EWS ପ୍ରାର୍ଥୀ ୭୫୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ। ସେହିପରି ଅନୁସୂଚିତ ଜାତି ଏବଂ ଜନଜାତି, PWBD, ESM, DESM ପ୍ରାର୍ଥୀ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ।

ବୟସ ସୀମା :-

ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୦ ବର୍ଷ ଏବଂ ସର୍ବାଧିକ ବୟସ ୨୮ ବର୍ଷ ହେବା ଜରୁରୀ। ଓବିସି ବର୍ଗ ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ୩ ବର୍ଷ ଏବଂ ଅନୁସୂଚିତ ଜାତି ଏବଂ ଜନଜାତି ଆବେଦନକାରୀଙ୍କୁ ୫ ବର୍ଷର ରିହାତି ମିଳିବ।

ଚୟନ ପ୍ରକ୍ରିୟା :-

ପ୍ରାର୍ଥୀଙ୍କ ଚୟନ ପ୍ରି ଏବଂ ମେନ ପରୀକ୍ଷା ଆଧାରରେ କରାଯିବ। ପ୍ରଥମେ ପରୀକ୍ଷାରେ ପାସ୍‌ କରିବା ପ୍ରାର୍ଥୀଙ୍କୁ ଡିସେମ୍ବର କିମ୍ବା ଆସନ୍ତାବର୍ଷ ଜାନୁଆରୀରେ ଆୟୋଜନ ହେବ। ଏଥିପାଇଁ କୌଣସି ଇଣ୍ଟରଭ୍ୟୁ କରାଯିବ ନାହିଁ।

କେମିତି କରିବେ ଆବେଦନ :-

– ପ୍ରଥମେ ଏସବିଆର ଅଫିସିଆଲ ୱେବସାଇଟ୍‌ sbi.co.in/web/careers କୁ ଯାଆନ୍ତୁ। ଏହା ପରେ ଲାଟେଷ୍ଟ ଆନାଉନ୍ସମେଣ୍ଟରେ ଜୁନିଅର ଆସୋସିଏସଟ୍‌ ଲିଙ୍କରେ କ୍ଲିକ କରନ୍ତୁ।

– ତା’ ପରେ କ୍ଲିକ କରି ନ୍ୟୁ ରେଜିଷ୍ଟ୍ରେସନ ଉପରେ କ୍ଲିକ କରନ୍ତୁ।

– ଏହା ପରେ ପ୍ରାର୍ଥୀ ନିଜର ଆପ୍ଲିକେସନ ଫର୍ମ ପୂରଣ କରନ୍ତୁ।

– ଆପ୍ଲିକେସନ ଫର୍ମ ପୂରଣ କରିବା ପାଇଁ ସମସ୍ତ ଡକ୍ୟୁମେଣ୍ଟ ଅପଲୋଡ କରି ଆବେନ ଶୁଳ୍କ ଦିଅନ୍ତୁ।

– ସମସ୍ତ ପ୍ରକ୍ରିୟା ପୂରଣ ହେବା ପରେ ଆପ୍ଲିକେସନ ପ୍ରିଣ୍ଟଆଉଟ୍‌ କାଢି ରଖନ୍ତୁ।

Get real time updates directly on you device, subscribe now.