fbpx

ବିଜେପିରେ ସାମିଲ୍ ହେଲେ ୮ କଂଗ୍ରେସ ବିଧାୟକ: ‘ଭାରତ ଯୋଡ଼’ ଯାତ୍ରା ସମୟରେ ରାହୁଲଙ୍କୁ ବଡ଼ ଝଟକା

ପାଣାଜୀ: ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼’ ଯାତ୍ରା ଚାଲିଥିବା ବେଳେ କଂଗ୍ରେସକୁ ଲାଗିଛି ଜୋରଦାର ଝଟକା । ରାଜ୍ୟରେ ଦଳର ୧୧ ବିଧାୟକଙ୍କ ମଧ୍ୟରୁ ୮ ଜଣ ହାତ ଛାଡ଼ି ପଦ୍ମ ଧରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କମାତ ଓ ପୂର୍ବତନ ବିରୋଧୀ ଦଳର ନେତା ମାଇକେଲ୍ ଲୋବଙ୍କ ସମେତ ୮ ବିଧାୟକ ବିଜେପି ସହ ଯୋଡ଼ି ହୋଇଛି । ରାଜ୍ୟରେ ଏବେ କଂଗ୍ରେସର ମାତ୍ର ୩ ଜଣ ବିଧାୟକ ରହିଛନ୍ତି ।

ସୂଚନା ଅନୁସାରେ ଦିଗମ୍ବର କମାତ, ମାଇକେଲ୍ ଲୋବ, ଦଲିଲା ଲୋବ, ରାଜେଶ ଫଲଦେଶାଇ, କେଦାର ନାୟକ, ସଂକଳ୍ପ ଆମୋନର୍କ, ଆଲେଇକ୍ସୋ ସିକେରା ଓ ରୁଡୋଲ୍ଫ ଫର୍ଣ୍ଣାଡିଜ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ସେମାନେ ବିଜେପିରେ ମିଶିବା ପରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ଶାୱନ୍ତଙ୍କୁ ଭେଟିଛନ୍ତି ।

ପୂର୍ବତନ ବିଧାୟକ ମାଇକଲେ୍ ଏନେଇ ଗଣମାଧ୍ୟମରେ କହିଛନ୍ତି ଯେ ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ସାମର୍ଥ୍ୟକୁ ଦୃଢ଼ କରିବାକୁ ଆମେ ଏପରି ନିଷ୍ପତ୍ତି ନେଇଛୁ । ସେ ଆହୁରି ବି କହିଛନ୍ତି ଯେ ‘କଂଗ୍ରେସ ଛାଡ, ବିଜେପି ଯୋଡ଼’ ।

କଂଗ୍ରେସ ବିଧାୟକମାନେ ଦଳରେ ସାମିଲ ହେବା ପରେ ବୋଲି ପ୍ରମୋଦ ସାୱନ୍ତ କହିଛନ୍ତି ଯେ, ‘ସମସ୍ତଙ୍କୁ ବିଜେପିରେ ସ୍ୱାଗତ କରୁଛୁ । କଂଗ୍ରେସ ‘ଭାରତ ଯୋଡ଼’ ଯାତ୍ରା ଆରମ୍ଭ କରିଛି, କିନ୍ତୁ ମୋତେ ଲାଗୁଛିକି ଗୋଆରେ କଂଗ୍ରେସ ଛାଡ଼ ଯାତ୍ରା ଆରମ୍ଭ ହୋଇଯାଇଛି ।’

Get real time updates directly on you device, subscribe now.