fbpx

ଟ୍ରାଫିକ ପୋଲିସ ଆପଣଙ୍କ ଗାଡି ଚାବି ବାହାର କରିବାର ଅଧିକାର ଅଛି କି ? ନିହାତି ଜାଣନ୍ତୁ ଟ୍ରାଫିକର ଏହି ୫ ନିୟମ

ନୂଆଦିଲ୍ଲୀ: ଆମେ ରାସ୍ତାରେ ଗାଡି ଚଲାଇବା ପାଇଁ ସରକାରଙ୍କ ଦ୍ୱାରା ଅନୁମୋଦିତ କିଛି ଟ୍ରାଫିକ ନିୟମକୁ ମାନିବାକୁ ପଡିଥାଏ । ଯଦି ଆମେ ଏହି ନିୟମର ଉଲଙ୍ଘନ କରନ୍ତି ତେବେ ଆମକୁ ଟ୍ରାଫିକ ନିୟମ ଅନୁଯାୟୀ ଫାଇନ୍ ଦେବାକୁ ପଡିଥାଏ । ତେବେ କିଛି କ୍ଷେତ୍ରରେ ଏପରି ମଧ୍ୟ ହୋଇଥାଏ ଯେ ଆମେ ରାସ୍ତାରେ ଗାଡି ଚଳାଇବା ସମୟରେ ଆମକୁ ଟ୍ରାଫିକ୍ ପୋଲିସ୍ ଅଟକାଇଥାନ୍ତି । ଯଦି ଆମେ ଟ୍ରାଫିକ ନିୟମ ମାନୁଛୁ ଏବଂ କିଛି ଭୁଲ୍ କରୁନାହୁଁ ତେବେ ଆମକୁ ଭୟ କରିବାର ଆବଶ୍ୟକତା ନାହିଁ ।

 ଏପରି ଅନେକ ଲୋକ ଅଛନ୍ତି ,ଯେଉଁମାନେ ଟ୍ରାଫିକ ନିୟମ ବିଷୟରେ ଅନେକ କଥା ଜାଣି ନଥାନ୍ତି । ତେବେ ଆମେ ଆଜି ଆପଣଙ୍କୁ ଟ୍ରାଫିକର ୫ଟି ଗୁରୁତ୍ୱପୂର୍ଣ୍ଣ ନିୟମ ବିଷୟରେ କହିବୁ । ଯାହାଫଳରେ ଆପଣ ଠକାମୀର ଶିକାର ହେବାରୁ ବର୍ତ୍ତି ପାରିବେ । ବର୍ତ୍ତମାନ ଅସନ୍ତୁ ଜାଣିବା ଟ୍ରାଫିକର ଏହି ନିୟମ ।

ନିଜ ସହିତ ରଖନ୍ତୁ ଏହି ସବୁ ଡକ୍ୟୁମେଣ୍ଟ
ଟ୍ରାଫିକ ନିୟମ ଅନୁସାରେ ଗାଡି ଚଳାଇବା ସମୟରେ ନିଜ ପାଖରେ କିଛି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ରହିବା ଆବଶ୍ୟକ । କାରଣ ଏହି ଡକ୍ୟୁମେଣ୍ଟ ବିନା ଅପଣଙ୍କ ଚାଲାଣ କଟିବାର ସମ୍ଭାବନା ଥାଏ ।
Registration certificate) (RC)
Pollution under control (PUC)
Insurance document
Driving licence

ଜାଣନ୍ତୁ ଏହି ନିୟମ: ଗାଡି ଚଳାଇବା ସମୟରେ ଟ୍ରାଫିକ ନିୟମ ସହ ଏହି ସମ୍ବନ୍ଧୀତ ଅନ୍ୟ କିଛି ନିୟମ ଜାଣି ରଖିବା ଉଚିତ୍ । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ଟ୍ରିଫିକ ସମ୍ବନ୍ଧୀୟ ଏହି ୫ ଟି ନିୟମ ବିଷୟରେ…

୧. ଆପଣ ଗାଡି ଚଲାଉଥିବା ସମୟରେ ଯଦି କୌଣସି ପୋଲିସ ଅଧିକାରୀ ଆପଣଙ୍କୁ ଅଟକାନ୍ତି ଏବଂ ସେ ବିନା ୟୁନିର୍ଫମରେ ଥାନ୍ତି , ତେବେ ଆପଣ ତାଙ୍କୁ ପରିଚୟ ପତ୍ର ମାଗିପାରିବେ । କାରଣ ପୋଲିସ୍ ଅଧିକାରୀ ସର୍ବଦା ତାଙ୍କ ୟୁନିଫର୍ମରେ ରହିଥାନ୍ତି ଏବଂ ରହିବା ଉଚିତ୍ । ଯଦି ସେ ୟୁନିଫର୍ମରେ ନାହାଁନ୍ତି କିମ୍ବା ଆପଣଙ୍କୁ ତାଙ୍କ ପରିଚୟ ପତ୍ର ଦେଖାଉ ନାହାନ୍ତି ତେବେ ଆପଣ ମଧ୍ୟ ଆପଣଙ୍କର ଡକ୍ୟୁମେଣ୍ଟ୍ ଦେଖାଇବାକୁ  ମନା କରିପାରିବେ ।

୨. ଯଦି ଆପଣ ଟ୍ରାଫିକରେ କୌଣସି ଜୋରିମାନା ଦେଉଛନ୍ତି ତେବେ ଏହା ଅଫିସିଆଲ୍ ରସିଦ ବୁକ୍ କିମ୍ବା ଇ-ଚାଲାଣ ମେସିନ୍ ରୁ ଆସିବା ଉଚିତ । ଯଦି ସେପରି କୌଣସି ରସିଦ ନାହିଁ, ତେବେ ଆପଣ ଏକ ପ୍ରକାର ଲାଞ୍ଚ ଦେଉଛନ୍ତି ବୋଲି ଜାଣି ରଖନ୍ତୁ ।

୩. ଯଦି ଟ୍ରାଫିକ୍ ପୋଲିସ୍ ଆପଣଙ୍କର କୌଣସି ଡକ୍ୟୁମେଣ୍ଟ୍ ଜବତ କରିବାକୁ ନିଷ୍ପତ୍ତି ନିଅନ୍ତି ତେବେ ଆପଣ ତାଙ୍କୁ ଏକ ରସିଦ ମଧ୍ୟ ମାଗନ୍ତୁ ।

୪. କୌଣସି ପୋଲିସ ଅଧିକାରୀ ଆପଣଙ୍କ ବିନା ଅନୁମତିରେ ଆପଣଙ୍କ କାର ଚାବି କିମ୍ବା ବାଇକ୍ ଚାବି ନେଇ ପାରିବେ ନାହିଁ ।

୫. ଯଦି ଆପଣ ଗାଡି ଭିତରେ ବସିଛନ୍ତି ତେବେ ପୋଲିସ ଆପଣଙ୍କ ଗାଡିକୁ ଜବତ କରିପାରିବେ ନାହିଁ ।

Get real time updates directly on you device, subscribe now.