fbpx

ଆସିଗଲା ସାଇଡ ଫିଙ୍ଗରପ୍ରିଣ୍ଟ ସେନ୍ସର ଶସ୍ତା ସ୍ମାର୍ଟଫୋନ୍: ରହିଛି 4 GB Ram ସହ 5000 mAh ବ୍ୟାଟେରୀ

ନୂଆଦିଲ୍ଲୀ: ରିୟଲମି ଭାରତରେ ଲୋ-ବଜେଟ୍ ସ୍ମାର୍ଟଫୋନ୍ Realme C30s କୁ ଲଞ୍ଚ କରିଛି । Realme ର ଲେଟେଷ୍ଟ ସି-ସିରିଜ୍ ଫୋନ୍ ରିୟଲମି ସି୩୦ ର ଏକ ଅପଗ୍ରେଡ୍ ଭର୍ଜନ୍ ଅଟେ, ଯାହା ନିକଟରେ ଲଞ୍ଚ ହୋଇଥିଲା । ଏହି ଦୁଇ ଫୋନରେ ସମାନ ଡିଜାଇନ ଦେଖିବାକୁ ମିଳିବ । କିନ୍ତୁ ରିୟଲମି ସି୩୦ଏସରେ ଫିଙ୍ଗରପ୍ରିଣ୍ଟ ସ୍କାନର ଦେଖିବାକୁ ମିଳିବ । କମ୍ପାନୀ କହିଛି ଯେ ଏହି ସେଗମେଣ୍ଟରେ ପ୍ରଥମ ଫୋନ୍ ଯାହା ସାଇଡ ମାଉଣ୍ଟେଡ୍ ଫିଙ୍ଗରପ୍ରିଣ୍ଟ୍ ସେନ୍ସର ସହ ରହିଛି । ତେବେ ଆସନ୍ତୁ ଜାଣିବା Realme C30s ର ଫିଚର୍ସ  ।

Realme C30sରେ 1600×720 ପିକ୍ସେଲ ରେଜୋଲ୍ୟୁସନ, ୨୬୯ ppi ପିକ୍ସେଲ ଡେନ୍ସିଟି, 60 Hz ର ରିଫ୍ରେଶ ରେଟ୍, 120Hzର ଟଚ୍ ସାମ୍ପଲିଙ୍ଗ୍ ରେଟ୍, 400 nits  ପିକ୍ ବ୍ରାଇଟନେସ୍ ଏବଂ ୮୮.୭ ପ୍ରତିଶତ ସ୍କ୍ରିନ-ଟୁ-ବଡି ରେସିଓ ସହ 6.5 inch ର HD+ ଡିସପ୍ଲେ ରହିଛି । ସ୍ମାର୍ଟଫୋନରେ ୱାଟରଡ୍ରପ୍ ନଚ୍ ଡିସପ୍ଲେ ରହିଛି ଯେଉଁଥିରେ ସେଲ୍ଫୀ ଏବଂ ଭିଡିଓ କଲିଂ ପାଇଁ 5 MP କ୍ୟାମେରା ରହିଛି  ଏବଂ 8 MP ର ପ୍ରାଇମେରୀ କ୍ୟାମେରା ରହିଛି ।

ଫୋନରେ Unisoc SC9863A ପ୍ରୋସେସର ରହିଛି । ଏହି ସ୍ମାର୍ଟଫୋନରେ ଡେଡିକେଟେଡ ମାଇକ୍ରୋ-ଏସଡି କାର୍ଡ ସ୍ଲଟ୍ ରହିଛି ଯାହାଦ୍ୱାରା ଆପଣ ଫୋନର ମେମୋରୀକୁ ୧ ଟିବି ପର୍ଯ୍ୟନ୍ତ ବଢ଼ାଇପାରିବେ । ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ ୧୨ ଦ୍ୱାରା ପରିଚାଳିତ ।

ଫୋନରେ 5000 mAh ବ୍ୟାଟେରୀ ରହିଛି ଯାହା 10W ର ଫାଷ୍ଟ ଚାର୍ଜିଂ ସପୋର୍ଟ ସହ ଆସିଥାଏ । ସେହିପରି ଫୋନରେ ଅନ୍ୟାନ୍ୟ ଫିଚର୍ସରେ ୩.୫ ଏମଏମ ଜ୍ୟାକ୍, ଡୁଆଲ ସିମ୍, ବ୍ଲୁଟୁଥ୍, ୪ଜି, ୱାଇଫାଇ, ଜିପିଏସ ଭଳି ତମାମ ଫିଚର୍ସ ରହିଛି ।

ରିୟଲମି ସି ୩୦ ଏସକୁ ଦୁଇଟି କଲର୍ ଅପ୍ସନ ଷ୍ଟ୍ରାଇପ୍ ବ୍ଲୁ ଏବଂ ଷ୍ଟ୍ରାଇପ୍ ବ୍ଲାକ୍ କଲରରେ ଲଞ୍ଚ କରାଯାଇଛି । ଫୋନର ୨ଜିବି+୩୨ଜିବି ଭ୍ୟାରିଏଣ୍ଟର ଦାମ୍ ୭,୪୯୯ ଟଙ୍କା ରହିଛି । ସେହିପରି ୪ଜିବି+୬୪ ଜିବି ଭ୍ୟାରିଏଣ୍ଟର ଦାମ୍ ୮,୯୯୯ ଟଙ୍କା ରହିଛି । ଏହାର ବିକ୍ରି ୨୩ ସେପ୍ଟେମ୍ବରରେ ଫ୍ଲିପକାର୍ଟରେ ଆରମ୍ଭ ହେବ ।

Get real time updates directly on you device, subscribe now.