ଷ୍ଟ୍ରେଚ ମାର୍କରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି ?

0 6,603

ମହିଳାଙ୍କ ପାଇଁ ଷ୍ଟ୍ରେଚମାର୍କ ଏକ ବଡ଼ ସମସ୍ୟା । ଏହା ଦ୍ୱାରା ସେମାନଙ୍କ ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଏ । ତେଣୁ ଏଥିପାଇଁ ଚିନ୍ତିତ ହେବା ସ୍ୱଭାବିକ କଥା । କିଛି ଘରୋଇ ଉପାୟରେ ଆପଣ ଏଥିରୁ ମୁକ୍ତି ପାଇପାରିବେ । କିନ୍ତୁ ବିଶେଷ କଥା ହେଉଛିଯେ ଆପଣ ଏହି ଉପାୟକୁ ପ୍ରତିଦିନ କରିବା ଉଚିତ । ଯଦି ଆପଣ ମଧ୍ୟ ଏହି ସମସ୍ୟାର ସମୁଖୀନ ହେଉଛନ୍ତି ତେବେ ଷ୍ଟ୍ରେଚ୍ ମାର୍କ ଉପରେ ଅଲିଭ୍ ତେଲ, କ୍ୟାଷ୍ଟର ତେଲ ଏବଂ ନଡିଆ ତେଲ ଆଦି ବ୍ୟବହାର କରିପାରିବେ ।

ଆଳୁ ସାହାଯ୍ୟରେ ମଧ୍ୟ ଷ୍ଟ୍ରେଚ୍ ମାର୍କ ଦୂର କରିପାରିବେ । ସେଥିପାଇଁ ଆପଣ ଆଳୁକୁ ଛେଚି ରସ ବାହାର କରି ନିଅନ୍ତୁ । ସେହି ରସକୁ ଷ୍ଟ୍ରେଚ୍ ମାର୍କ ସ୍ଥାନରେ ଲଗାନ୍ତୁ । ଏହିଭଳି ଲଗାତର ୩ ରୁ ୪ ସପ୍ତାହ ଲଗାଇବା ଦ୍ୱାରା ସହଜରେ ଦାଗ ଦୂର ହୋଇଯାଇଥାଏ ।

ସୌନ୍ଦର୍ଯ୍ୟତା ଏବଂ ସ୍ୱାସ୍ଥ୍ୟ ପାଇଁ ଆଲୋବେରା ଜେଲ୍ ଖୁବ୍ ଫାଇଦା ହୋଇଥାଏ । ଏହାଦ୍ୱାରା ବି ଆପଣ ଷ୍ଟ୍ରେଚ୍ ମାର୍କ ସମସ୍ୟାକୁ ଦୂର କରି ପାରିବେ । ସେଥିପାଇଁ ଏହି ଜେଲ୍ କୁ ଷ୍ଟ୍ରେଚ୍ ମାର୍କ ସ୍ଥାନରେ ଲଗାଇ ୧୫ ମିନିଟ୍ ପରେ ପାଣିରେ ଧୋଇ ଦିଅନ୍ତୁ ।

Leave A Reply

Your email address will not be published.