ଚୁଟି ହୋଇଯିବ ସଫ୍ଟ, ଆପଣାନ୍ତୁ ଏହି ସବୁ ଉପାୟ
ସାମ୍ପୁ କରିବା ପରେ ମଧ୍ୟ ଆପଣଙ୍କ ଚୁଟି ଡ୍ରାଏ ଲାଗୁଛି କି? ଏମିତି ଲଗାନ୍ତୁ ହେୟାର ମାସ୍କ
ଓଡିଶା ଭାସ୍କର: ଆପଣଙ୍କ ଚୁଟି ସାମ୍ପୁ କରିବା ପରେ ମଧ୍ୟ ବହୁତ ଅଧିକ ଡ୍ରାଏ ଲାଗୁଛି କି? ସେଥିପାଇଁ ଚୁଟିରେ ଲଗାନ୍ତୁ ହେୟାର ମାସ୍କ। ହେୟାର ମାସ୍କ, ଚୁଟିକୁ ପୋଷଣ ପ୍ରଦାନ କରିବା ସହିତ ରକ୍ଷା ମଧ୍ୟ କରିଥାଏ।
କିନ୍ତୁ ଲୋକମାନେ ସବୁବେଳେ ଏହାକୁ ବ୍ୟବହାର କରିବା ସମୟରେ ସଠିକ ଉପାୟ ଅବଲମ୍ବନ କରିନଥାନ୍ତି। ଯାହାଦ୍ୱାରା ଅନେକ କ୍ଷତି ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହାକୁ ସଠିକ ଭାବରେ କିପରି ବ୍ୟବହାର କରାଯାଇ ପାରିବ।
ସବୁବେଳେ ହେୟାର ମାସ୍କକୁ ଆପଣଙ୍କର କେଉଁ ପ୍ରକାରର ଚୁଟି ତାହାକୁ ଦେଖି ବାଛିବା ଦରକାର। ଯଦି ଆପଣ ଆପଣଙ୍କ ଚୁଟି ଅନୁସାରେ ମାସ୍କ ବାଛନ୍ତି, ତେବେ ଏହାଦ୍ୱାରା ଆପଣଙ୍କର ବହୁତ ଅଧିକ ଫାଇଦା ହୋଇଥାଏ।
ଯଦି ଆପଣଙ୍କ ଚୁଟି ମଇଳା କିମ୍ବା ତେଲିଆ ଅଛି ତେବେ ଏହାକୁ ଲଗାଇବା ଦ୍ୱାରା କୌଣସି ପ୍ରକାରର ଫାଇଦା ମିଳିନଥାଏ। ସବୁବେଳେ ସଫା ଚୁଟିରେ ଏହାକୁ ବ୍ୟବହାର କରିବା ଉଚିତ। ଯାହାଫଳରେ ହେୟାର ମାସ୍କ ଆପଣଙ୍କ ଚୁଟି ଭିତରକୁ ଯାଇପାରିବ ଏବଂ ପୋଷଣ ପ୍ରଦାନ କରିପାରିବ।
ଏହି ମାସ୍କକୁ କେବଳ ଚୁଟିରେ ଲଗାଇବା ଯଥେଷ୍ଟ ନୁହେଁ, ବରଂ ଏହା ଯେପରି ସଠିକ ଭାବରେ କାମ ଦେବ ସେଥିପାଇଁ ଏହାକୁ ଠିକ୍ ଭାବରେ ଲଗାଇବାକୁ ପଡିବ। ଚୁଟିର ମଧ୍ୟଭାଗରୁ ଶେଷ ଭାଗ ପର୍ଯ୍ୟନ୍ତ ପ୍ରତ୍ୟେକ ଚୁଟିରେ ଭଲଭାବେ ମାସ୍କ ଲଗାଇବା ଜରୁରୀ।
ଏହାକୁ ଠିକ ଭାବରେ ଲଗାଇବା ପାଇଁ ଆଙ୍ଗୁଠିକୁ କିମ୍ବା ବଡ ଦାନ୍ତ ଥିବା ପାନିଆକୁ ବ୍ୟବହାର କରିବା ଉଚିତ। ଲଗାଇବା ପରେ ଚୁଟିକୁ ଧୀରେ ଧୀରେ ମସାଜ କରି 15-20 ମିନିଟ ଯାଏଁ ଶୁଖିବା ପାଇଁ ଛାଡ଼ି ଦେବା ଦରକାର।
ଏଥିରେ ଭିଟାମିନ୍, ଆଣ୍ଟିଅକ୍ସିଡାଣ୍ଟ ଏବଂ ପ୍ରାକୃତିକ ତେଲ ଥାଏ, ଯାହା ମାତ୍ର 20-30 ମିନିଟରେ ଯାଦୁ ଭଳି କାମ କରିଥାଏ। ତା ଛଡା ଏଥିରେ ଘିଅ , ତେଲ, ପ୍ରୋଟିନ ଏବଂ ଭିଟାମିନ ଥିବାରୁ ଅଧିକ ସମୟ ଧରି ଏହା ଚୁଟିରେ ଲଗାଇବା ଦ୍ୱାରା ଚୁଟି ଭାରୀ ଏବଂ ତେଲିଆ ହୋଇପାରେ, ଯାହା କେଶର କ୍ୟୁଟିକଲ୍ସକୁ ମଧ୍ୟ କ୍ଷତି ପହଞ୍ଚାଇପାରେ।
ତେଣୁ ଏହାକୁ ଅଧିକ ସମୟ ରଖିବା ଉଚିତ ନୁହେଁ। ହେଲଦି ଚୁଟି ପାଇଁ, ସପ୍ତାହରେ ଥରେ କିମ୍ବା ଦୁଇଥର କେଶ ମାସ୍କ ବ୍ୟବହାର କରିବା ଉଚିତ।