fbpx

ବର୍ଷାଋତୁରେ ଫିଟ୍ ରହିବାକୁ ଚାହୁଁଛନ୍ତି କି ? : ଆପଣାନ୍ତୁ ଏହି ଉପାୟ

Advertisement

ନୂଆଦିଲ୍ଲୀ : ବର୍ତ୍ତମାନ ଗରମରୁ ମିଳିବ ଆଶ୍ୱସ୍ତି । ବର୍ଷାଋତୁ ଆରମ୍ଭ ହୋଇଯାଇଛି । ପାଣିପାଗ ବଦଳୁ ଥିବାରୁ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଉଛି । ଏଭଳି ପରିସ୍ଥିତିରେ, ଆପଣ ମନସୁନ୍‌କୁ ଉପଭୋଗ କରିବା ସହ ନିଜ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନେବା ଆବଶ୍ୟକ । ଆପଣଙ୍କୁ କିଛି ସ୍ୱସ୍ଥ୍ୟ ସମ୍ବନ୍ଧିତ ଟିପ୍ସ ଜଣାଇବୁ, ଯାହାକୁ ଆପଣ ମନସୁନରେ ଫଲୋ କରିପାରିବେ ।

ବର୍ଷାଋତୁରେ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଟିପ୍ସ :

୧. ବର୍ଷାରେ ସ୍ୱାସ୍ଥ୍ୟ ଖରାପ ହେବାର ଆଶଙ୍କା ଅଧିକ ଥାଏ । ଏପରି ପରିସ୍ଥିତିରେ, ଆପଣଙ୍କର ରୋଗ ପ୍ରତିିରୋଧକ ଶକ୍ତି ଉପରେ ଧ୍ୟାନ ଦେବା ଉଚିତ । ଆପଣ ନିଜର ଖାଦ୍ୟରେ ଫଳ ଏବଂ ପନିପରିବା ଖାଇବା ଉଚିତ । ଏହି ଋତୁରେ ଆପଣ ଜାମୁ, ଡାଳିମ୍ବ, ସେଓ ଏବଂ ଅନ୍ୟାନ୍ୟ ଫଳ ଖାଇବା ଉଚିତ । ଏହାକୁ ଖାଇବା ଦ୍ୱାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ଏବଂ ଶରୀରକୁ ରୋଗ ସହ ଲଢିବା ପାଇଁ କ୍ଷମତା ଦିଏ ।

୨. ବର୍ଷାଋତୁରେ ଖାଇବା ପୂର୍ବରୁ ସବୁବେଳେ ହାତ ଧୋଇ ଖାଇବା ଉଚିତ । ଏହି ଋତୁରେ ଜୀବାଣୁ ଅଧିକ ସୃଷ୍ଟି ହୋଇଥାନ୍ତି । ଏଭଳି ପରିସ୍ଥିତିରେ ଯେଉଁଠିକୁ ଛୁଇଁବେ, ଜୀବାଣୁ ଆପଣଙ୍କ ହାତରେ ଲାଗିବ । ଏପରି ପରିସ୍ଥିତିରେ ହାତ ନଧୋଇ ଖାଇବା ଦ୍ୱାରା, ହାତରେ ଥିବା ଜୀବାଣୁ ଆପଣଙ୍କ ପେଟ ଭିତରକୁ ଯିବ । ଯାହା ଦ୍ୱାରା ରୋଗରେ ଆକ୍ରାନ୍ତ ହେବ ।

୩. ଏହି ଋତୁରେ ଆପଣ ଷ୍ଟ୍ରିଟ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ । କରଣ ଏହାକୁ ଖୋଲାସ୍ଥାନରେ ରଖାଯାଇଥାଏ, ଯାହାଫଳରେ କି ଖାଦ୍ୟରେ ଜୀବାଣୁ ରହିଥାନ୍ତି । ଏପରି ପରିସ୍ଥିତିରେ ସଂକ୍ରମଣର ଆଶଙ୍କା ବଢିଥାଏ ଏବଂ ଏହାକୁ ଖାଇବା ଦ୍ୱାରା ଖାଦ୍ୟ ହଜମ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥାଏ । ଏହି ଋତୁରେ ଷ୍ଟ୍ରିଟ ଫୁଡ ଖାଇବା ଦ୍ୱାରା ଡାଇରିଆ, ଟାଇଫଏଡ ଭଳି ରୋଗର ଶୀକାର ହୋଇପାରନ୍ତି ।

୪. ବର୍ଷା ଋତୁରେ ଗରମ ପାଣି ପିଅନ୍ତୁ । ଏହା ଶରୀରରେ ଥିବା ସମସ୍ତ ପ୍ରକାର ଜୀବାଣୁକୁ ମାରିଦିଏ । ପାଣିକୁ ଗରମ କରିବା ଦ୍ୱାରା ପାଣି ଶୁଦ୍ଧ ହୁଏ ଏବଂ ଆପଣଙ୍କ ଅସୁସ୍ଥ ହେବାର ଆଶଙ୍କା ବହୁତ କମ ଥାଏ । ଯଥା ସମ୍ଭବ, ଆପଣ ଉଷୁମ ପାଣିରେ ଲେମ୍ବୁକୁ ଚିପୁଡି ସକାଳ ସମୟରେ ପିଅନ୍ତୁ । ଏହା ଆପଣଙ୍କ ଶରୀରକୁ ଡିଟକ୍ସ କରିବା ସହ ଫିଟ୍ ମଧ୍ୟ ରଖିବ।

Get real time updates directly on you device, subscribe now.