fbpx
BJD SKY
BJD SKY

ଦାନ୍ତକୁ ଧଳା କରିବାକୁ ଚାହୁଁଛନ୍ତି କି ? ଘରେ ପ୍ରସ୍ତୁତ କରନ୍ତୁ ଏହି ପେଷ୍ଟ

BJD

ଆଜିକାଲି ଲୋକଙ୍କଠାରେ ଦାନ୍ତ ରୋଗ ଏବଂ ସେମାନଙ୍କର ଦାନ୍ତ ହଳଦିଆ ପଡ଼ିବାର ସମସ୍ୟା ଦେଖାଯାଉଛି । ସମସ୍ତେ ଦାନ୍ତକୁ ଧଳା କରିବାକୁ ଚାଁହୁଛନ୍ତି । ଏଥିପାଇଁ ବଜାରରେ ସମସ୍ତ ପ୍ରକାରର ଟୁଥପେଷ୍ଟ ଗ୍ରାହକଙ୍କ ମଧ୍ୟରେ ନିଜର ସ୍ଥାନ ଦାବି ରଖୁଛନ୍ତି । କିନ୍ତୁ ଦାନ୍ତକୁ ଧଳା, ଚକଚକିଆ ଏବଂ ସତେଜ କରିବା ପାଇଁ ଲୋକମାନେ ପ୍ରାକୃତିକ ଉପଚାର କରିଥାନ୍ତି ।

ତେବେ ନିର୍ମାତା ଆର୍ମେନ ଆଦମଜନ ଦାନ୍ତକୁ ଧଳା ଏବଂ ଚକଚକ୍ କରିବା ପାଇଁ ସ୍ୱଦେଶୀ ମିଶ୍ରଣର ଏକ ପଦ୍ଧତି ପ୍ରବର୍ତ୍ତନ କରିଛନ୍ତି। ଏହି ମିଶ୍ରଣ ବନାଇବା ପାଇଁ କିୱି, କାକୁଡି ଏବଂ ବେକିଂ ସୋଡା ସହିତ ପ୍ରସ୍ତୁତ କରାଯାଇଥାଏ । ଯାହା ଆପଣଙ୍କ ପାଟିରୁ ଖରାପ ଜୀବାଣୁ ବାହାର କରିବା ଏବଂ ଦାନ୍ତକୁ ଧଳା କରିବା ପାଇଁ ସହାୟକ ହୋଇପାରେ ।

ଇଣ୍ଡିଆନ୍ ଏକ୍ସପ୍ରେସ ଡଟ୍ କମ୍ ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆର୍ମେନ୍ ଆଦମଜନ ଇନଷ୍ଟାଗ୍ରାମରେ ଏହି ଦାନ୍ତ ଧଳା ମିଶ୍ରଣକୁ କିପରି ପ୍ରସ୍ତୁତ କରିବେ ସେ ସମ୍ବନ୍ଧରେ ଏକ ସୃଜନଶୀଳ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ ଏକ ବ୍ଲେଣ୍ଡରରେ ୩ ଟି ଉପାଦାନରୁ ଏକ ପେଷ୍ଟ ତିଆରି କରିବା ଏବଂ ଏହା ସହିତ ଦାନ୍ତ ଘଷିବା ବିଷୟରେ ଆଲୋଚନା କରିଛନ୍ତି |

ଭିଡିଓରେ କୁହାଯାଇଛି ଯେ, ଏକ ବ୍ଲେଣ୍ଡରରେ କିୱି, କିଛି କାକୁଡି ଏବଂ ଗୋଟିଏ ଚାମଚ ବେକିଂ ସୋଡା ମିଶାନ୍ତୁ ।ଏହାକୁ ଏପରି ମିଶ୍ରଣ କରନ୍ତୁ ଯେମିତି ଏଥିରେ ଏକ ପେଷ୍ଟ ପ୍ରସ୍ତୁତ ହେବ । ଏହା ହେଉଛି ତୁମର ଦାନ୍ତକୁ ଧଳା କରିବା ପାଇଁ ଏକ ପ୍ରାକୃତିକ ଉପାୟ । ଭିଡିଓ ଅନୁଯାୟୀ, କିୱିରେ କ୍ୟାଲସିୟମ ଭରପୂର ଏବଂ କାକୁଡି ପାଟିରେ ଥିବା ଜୀବାଣୁରୁ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ। ଏହା ସହିତ ଏହା ଦାନ୍ତକୁ ଧଳା କରିବାରେ ମଧ୍ୟ ସହାୟକ ହୋଇଥାଏ ।

Get real time updates directly on you device, subscribe now.