fbpx
BSKY SKY
BSKY SKY

ବିଜେପି ନେତା ଶୁଭେନ୍ଧୁ ଅଧିକାରୀଙ୍କ କମ୍ବଳ ବଣ୍ଟା କାର୍ଯ୍ୟକ୍ରମରେ ଦଳାଚକଟା, ୩ ମୃତ

BSKY

ଆସାନସୋଲ: ପଶ୍ଚିମବଙ୍ଗର ବିଜେପି ବିଧାୟକ ତଥା ବିରୋଧୀଦଳର ନେତା ଶୁଭେନ୍ଧୁ ଅଧିକାରୀଙ୍କ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମରେ ଦଳାଚକଟା ଯୋଗୁଁ ୩ ଜଣ ପ୍ରାଣ ହରାଇଛନ୍ତି। ଏଥିରେ ଅନେକ ଲୋକେ ଆହତ ହୋଇଥିବା କୁହାଯାଉଛି। ଆହତମାନଙ୍କୁ ଆସାନସୋଲ ଜିଲ୍ଲା ଡାକ୍ତରଖାନାରେ ଭର୍ତି କରାଯାଇଥିବା ସୂଚନା ମିଳିଛି। ଆସାନସୋଲ ମ୍ୟୁନିସିପାଲିଟି କର୍ପୋରେସନର ୱାର୍ଡ ନମ୍ବର ୨୭ ର ଏହି ଘଟଣା ଘଟିଛି।

ଯେତେବେଳେ କମ୍ବଳ ବଣ୍ଟା ଆରମ୍ଭ ହୋଇଥିଲା ସେହି ସମୟରେ ଲୋକମାନେ କମ୍ବଳ ପାଇବା ପାଇଁ ମଞ୍ଚ ଆଡକୁ ଦୌଡିବାକୁ ଲାଗିଥିଲେ। ଯେଉଁଥି ପାଇଁ ଏହି ଦଳାଚକଟା ହୋଇଥିଲା। ଆସାନସୋଲ ଦୁର୍ଗାପୁର ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ‘ଦଳାଚକଟାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ‘ ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିରୋଧୀ ଦଳର ନେତା ତଥା ଭାରତୀୟ ଜନତା ପାର୍ଟି (ବିଜେପି) ଶୁଭେନ୍ଦୁ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ, କିନ୍ତୁ ଶୁଭେନ୍ଦୁ ଅଧିକାରୀ ଚାଲିଯିବା ପରେ ଦଳାଚକଟା ହୋଇଥିଲା। ଏକ ଧାର୍ମିକ ଗୋଷ୍ଠୀ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ତେବେ ଏହି ଘଟଣା ପାଇଁ ଅନୁମତି ନିଆଯାଇନଥିବା ପୋଲିସ କହିଛି।

ଏହି ଘଟଣା ସମ୍ପର୍କରେ ଶୁଭେନ୍ଦୁ ଆଡିକାରୀ କହିଛନ୍ତି, ‘ମୁଁ ସମାରୋହ ଛାଡିବାର ଏକ ଘଣ୍ଟା ପରେ ମୁଁ ଜାଣିଲି ଯେ ଏହି ଘଟଣା ଘଟିଛି। ମୁଁ ସେଠାରେ ଥିବାବେଳେ ପୋଲିସ ବ୍ୟବସ୍ଥା ସନ୍ତୋଷଜନକ ଥିଲା, କିନ୍ତୁ ମୁଁ ଯିବା ମାତ୍ରେ ପୋଲିସ ସୁରକ୍ଷା ସେଠାରୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଥିଲା, ତେବେ ମୁଁ ଏଥି କାହା ଉପରେ ଅଭିଯୋଗ କରୁନାହିଁ’ ବୋଲି ସେ କହିଛନ୍ତି।

Get real time updates directly on you device, subscribe now.