fbpx

ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜୋରଦାର ସ୍ଵାଗତ, ବିଜେପି ସାଂସଦ ଲଗାଇଲେ ‘ମୋଦୀ ମୋଦୀ’ ନାରା

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଆଜିଠୁ ଆରମ୍ଭ ହୋଇଛି। ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗମନରେ ଶାସକ ଦଳର ସାଂସଦମାନେ ‘ଭାରତ ମାତା କି ଜୟ’ ଏବଂ ‘ମୋଦୀ ମୋଦୀ’ ନାରା ଦେଇଛନ୍ତି। ଲୋକସଭାରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ବିଜେପି ସାଂସଦ  ନିଜ ସ୍ଥାନରେ ଛିଡା ହୋଇ ଟେବୁଲ୍ ବାଡେଇଥିଲେ।

ସଂସଦର ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଏମିତି ସମୟରେ ଆରମ୍ଭ ହୋଇଛି, ଯେବେ ନିକଟରେ ସଂପନ୍ନ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ପଞ୍ଜାବକୁ ବାଦ୍ ଦେଲେ ବିଜେପି ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ ବିଜୟ ହାସଲ କରି ପୁନର୍ବାର ସରକାର ଗଢିବାକୁ ଯାଉଛି। ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଐତିହାସିକ ବିଜୟ ହାସଲ କରିଛି।

ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ 29ରୁ ଫେବୃଆରୀ 11 ପର୍ଯ୍ୟନ୍ତ ଦୁଇ ଅଲଗା ଅଲଗା ସମୟରେ ଲୋକସଭା ଏବଂ ରାଜ୍ୟସଭାର ଗୃହକାର୍ଯ୍ୟ ଚାଲିଥିଲା। ତେବେ ଏଥର କୋଭିଡ୍-19 ପରିସ୍ଥିତିରେ ବହୁତ ସୁଧାର ଆସିଥିବାରୁ ଲୋକସଭା ଏବଂ ରାଜ୍ୟସଭାର ଗୃହକାର୍ଯ୍ୟ ପୂର୍ବାହ୍ନ 11ଟାରୁ ଏକ ସଙ୍ଗେ ଚାଲୁଛି।

 

Get real time updates directly on you device, subscribe now.