fbpx

ଆଜି ପୃଥିବୀ ସହ ଧକ୍କା ହେବ ସୋଲାର ଷ୍ଟୋର୍ମ, କାମ କରିବନି ମୋବାଇଲ

ନୂଆଦିଲ୍ଲୀ: ଭୟଙ୍କର ସୋଲାର ଷ୍ଟୋର୍ମ ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡିଆସୁଥିବା ନେଇ ଆମେରିକା ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି । ଆସନ୍ତା କିଛି ଘଣ୍ଟାରେ ଏହି ସୌର ତୁଫାନ୍ ବା ସୋଲାର ଷ୍ଟୋର୍ମ ପୃଥିବୀ ସହିତ ଧକ୍କା ହୋଇପାରେ । ଏହି କାରଣରୁ ମୋବାଇଲ ସିଗନାଲ ଓ ଜିପିଏସ ଉପରେ ପ୍ରଭାବ ପଡ଼ିପାରେ । ବୈଜ୍ଞାନିକଙ୍କ ମତରେ ଅନ୍ତରୀକ୍ଷରୁ ଆସୁଥିବା ନର୍ଦନ ଲାଇଟସକୁ ଆମେରିକା ଓ ୟୁକେରେ ଦେଖିବାକୁ ମିଳିପାରେ ।

ଆମେରିକାର ଜାତୀୟ ମହାସାଗରୀୟ ଓ ବାୟୁମଣ୍ଡଳ ପ୍ରଶାସନ ଏନେଇ ଏକ ସତର୍କ ସୂଚନା ଜାରି କରିଛି । ତେବେ ସୌର ତୁଫାନ୍ ଯୋଗୁଁ ପୃଥିବୀର ବାହ୍ୟ ବାୟୁମଣ୍ଡଳକୁ ଗରମ ହୋଇପାରେ, ଯାହାର ସିଧା ପ୍ରଭାବ ସାଟେଲାଇଟ ଉପରେ ପଡ଼ିବ । ଏହା ଜିପିଏସ୍ ନେଭିଗେସନ୍, ମୋବାଇଲ୍ ଫୋନ୍ ସିଗନାଲ୍ ଏବଂ ସାଟେଲାଇଟ୍ ଟିଭିରେ ବାଧା ସୃଷ୍ଟି କରିପାରେ । ବିଦ୍ୟୁତ୍ ଲାଇନଗୁଡିକରେ କରେଣ୍ଟ୍ ଅଧିକ ହୋଇପାରେ, ଯାହା ଫଳରେ ଟ୍ରାନ୍ସଫର୍ମରଗୁଡ଼ିକୁ ବି ପୋଡିଯାଇପାରେ । ସୋଲାର ଷ୍ଟୋର୍ମ ଯୋଗୁଁ ଅନେକ ସ୍ଥାନରେ ବିଜୁଳି ପଡିବା ସହିତ କେତେକ ସ୍ଥାନରେ ଚୁମ୍ବକୀୟ ଶକ୍ତି ସୃଷ୍ଟି ହୋଇପାରେ । ଏହା ପାୱାର ଗ୍ରୀଡକୁ ବି କ୍ଷତି ପହଞ୍ଚାଇପାରେ । ଏଜେନ୍ସିର କହିବା ମୁତାବକ, ୧୩ ଅକ୍ଟୋବର ଅଥାତ୍ ଆଜିଠାରୁ ଷ୍ଟୋର୍ମର ଅଧିକ ପ୍ରଭାବ ଦେଖିବାକୁ ମିଳିବ ।

Get real time updates directly on you device, subscribe now.