fbpx

ହେଟ୍ ସ୍ପିଚ୍ ମାମଲା: ଧର୍ମ ପରିବର୍ତ୍ତନ କରି ହିନ୍ଦୁ ହୋଇଥିବା ଓ୍ଵାସିମ ରିଜଭି ଓରଫ ଜିତେନ୍ଦ୍ର ନାରାୟଣ ତ୍ୟାଗୀ ଗିରଫ

ହରିଦ୍ଵାର: ହରିଦ୍ଵାର ହେଟ୍ ସ୍ପିଚ୍ ମାମଲାରେ ଓ୍ଵାସିମ ରିଜଭି ଓରଫ ଜିତେନ୍ଦ୍ର ନାରାୟଣ ତ୍ୟାଗୀଙ୍କୁ ଗିରଫ କରାଯାଇଛି। ହରିଦ୍ଵାର ପୋଲିସ୍ ତାଙ୍କୁ ନାରସନ ବର୍ଡରରୁ ଗିରଫ କରିଛି। ଧର୍ମ ସଂସଦରେ ରିଜଭି ଉତ୍ତେଜନାମୂଳକ ଭାଷଣ ଦେଇଥିଲେ। ଏହା ପରେ ତାଙ୍କ ବିରୋଧରେ ହରିଦ୍ଵାର ନଗର କୋତବାଲିରେ କେସ୍ ରୁଜୁ ହୋଇଥିଲା। ଜିତେନ୍ଦ୍ର ନାରାୟଣ ତ୍ୟାଗୀ ଓରଫ ଓ୍ଵାସିମ ରିଜଭି ସିୟା ଓ୍ଵାକଫ ବୋର୍ଡର ଅଧ୍ୟକ୍ଷ ରହିଥିଲେ। ମାମଲାର ତଦନ୍ତ ସ୍ଵତନ୍ତ୍ର ତଦନ୍ତକାରୀ ଦଳ(ଏସଆଇଟି) କରୁଛି। ଭାଷଣ ଦେଇଥିବା ଅନ୍ୟ ୪ ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି।

ହରିଦ୍ଵାର ହେଟ୍ ସ୍ପିଚ୍ ମାମଲା ସୁପ୍ରିମକୋର୍ଟରେ ଯାଇ ପହଞ୍ଚିଛି। ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଉତ୍ତରାଖଣ୍ଡ ସରକାରଙ୍କୁ ନୋଟିସ୍ ଜାରି କରି ୧୦ ଦିନ ଭିତରେ ଜବାବ ଲୋଡିଛନ୍ତି ଉତ୍ତେଜନାମୂଳକ ଭାଷଣ ଦେଇଥିବା ଲୋକଙ୍କ ବିରୋଧରେ ଯାଞ୍ଚ ଏବଂ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେବା ସମ୍ବନ୍ଧିତ ଆବେଦନ ଉପରେ ସୁପ୍ରିମକୋର୍ଟ ଏହି ଆଦେଶ ଦେଇଛନ୍ତି।

ମାମଲାର ଯାଞ୍ଚ ପାଇଁ ଏସଆଇଟି ମଧ୍ୟ ଗଠନ କରାଯାଇଛି। ଏସଆଇଟିରେ ସାମିଲ୍ ଜଣେ ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଘୃଣିତ ଭାଷଣ ଦେଇଥିବା ମାମଲାରେ ଏ ପର୍ଯ୍ୟନ୍ତ ୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ପଚରାଉଚୁରା କରାଯାଇଛି। ସାକ୍ଷୀ ଭାବେ ଏସଆଇଟି ୧୨ ଜଣଙ୍କ ବୟାନ ରେକର୍ଡ କରିଛି। ପୋଲିସ ବାକି ତିନି ଜଣଙ୍କୁ ଶୀଘ୍ର ଜେରା କରିବାକୁ ଯାଉଛି।

Get real time updates directly on you device, subscribe now.