fbpx

ବିକାନେର୍ ଏକ୍ସପ୍ରେସ୍ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ସହାୟତା

ପଶ୍ଚିମବଙ୍ଗ ଦୋମୋହାଣି ଠାରେ ଗୌହାଟି ବିକାନେର ଏକ୍ସପ୍ରେସ ଦୁର୍ଘଟଣାରେ ୫ ଜଣକ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଏକ୍ସପ୍ରେସରେ ପ୍ରାୟ ୧୨ଟି ବଗି ଲାଇନଚ୍ୟୁତ ହୋଇଥିଲା । ସ୍ଥାନୀୟ ଲୋକ, ପୋଲିସ, ଏନଡିଆରଏଫ ଦ୍ୱାରା ଉଦ୍ଧାର ଜାରି ।

ତେବେ ରେଳମନ୍ତ୍ରୀ ନିଜେ ଦୁର୍ଘଟଣା ସ୍ଥଳକୁ ଯିବା ନେଇ ସୂଚନା ଦେଇଛନ୍ତି । ଶୁକ୍ରବାର ସକାଳେ ଦୁର୍ଘଟଣା ସ୍ଥଳକୁ ଯିବାନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ । ଏହା ସହ ମୃତାହତଙ୍କ ପାଇଁ ସହାୟତା ରାଶି ଘୋଷଣା କରାଯାଇଥିବା କହିଛନ୍ତି ଅଶ୍ୱିନୀ । ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ, ଗୁରୁତର ଆହତଙ୍କୁ ଲକ୍ଷେ ଟଙ୍କା ମିଳିବ ବୋଲି । ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ସହାୟତା ମିଳିବ ବୋଲିି କହିଛନ୍ତି ରେଳ ମନ୍ତ୍ରୀ । ସେପଟେ ଏହି ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

 

Get real time updates directly on you device, subscribe now.