fbpx

ରାଇଘର ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାର ବୃଦ୍ଧି: ବ୍ୟାଙ୍କ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ବନ୍ଦ ହେଲା ବ୍ୟାଙ୍କ

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ମହକୁମାଠାରେ ଥିବା ଏସବିଆଇ ବ୍ୟାଙ୍କର ଜଣେ କର୍ମଚାରୀଙ୍କ ଠାରେ କରୋନା ପଜିଟିଭ ବାହାରିବା ପରେ ଗତକାଲି ଠାରୁ ବ୍ୟାଙ୍କକୁ ବନ୍ଦ କରି ଦିଆଯାଇଛି । ଆଜି ଗୁରୁବାର ସକାଳେ ସ୍ଥାନୀୟ ଅଗ୍ନିଶ୍ରମ ବିଭାଗ କର୍ମଚାରୀ ବ୍ୟାଙ୍କ ପରିସରରେ ପହଞ୍ଚି ସାନିଟାଇଜ କରିଥିଲେ ।

ରାଇଘର ବ୍ଲକରେ ବର୍ତମାନ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଲୋକଙ୍କ ମଧ୍ୟରେ ସଚେତନତା ଅଭାବ ରହିଛି । ଏସବିଆଇ ବ୍ୟାଙ୍କ ସମ୍ମୁଖରେ ଥାନା ରହିଥିବା ବେଳେ ଉକ୍ତ ଅଞ୍ଚଳ ପ୍ରତେକ ସମୟରେ ଜନ ଗହଳି ରହୁଛି ଏଥି ସହ ରାଇଘର ଦୈନିକ ବଜାର ସହ ମୁଖ୍ୟ ରାସ୍ତା ଉପରେ ଥିବା ଦୋକାନ ଗୁଡିକରେ ମଧ୍ୟ ଜନ ଗହଳି ସହ ସମଦୁରତାକୁ ବ୍ୟବସାୟୀ ଗୁରୁତ୍ତ୍ବ ଦେଉନଥିବା ଅଭିଯୋଗ ହେଉଛି । କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧିକୁ ନଜର ଦେଇ କିଛି ଅସାଧୁ ବ୍ୟବସାୟୀ ଚଢା ଦରରେ ସାମଗ୍ରୀ ବିକ୍ରୟ ଆରମ୍ଭ କରିଥିବା ବେଳେ ପ୍ରଶାସନ ଏଥି ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସବୁ ମହଲରେ ଦାବୀ ହୋଇଛି । ପ୍ରଶାସନ ପକ୍ଷରୁ ମଧ୍ୟ କଡାକଡି ଯାଞ୍ଚ ପ୍ରକ୍ରିୟା କରିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହୋଇଛି l

Get real time updates directly on you device, subscribe now.