fbpx

ପେଟ୍ରୋଲ-ଡିଜେଲ ପରେ ମହଙ୍ଗା ହେଲା ପାଣି: ନଷ୍ଟ କଲେ ଦେବାକୁ ପଡିବ ଏତିକି ଜରିମାନା

Advertisement

ନୂଆଦିଲ୍ଲୀ: ଜଳକୁ ଅସରନ୍ତି ସମ୍ବଳ କୁହାଯାଏ । ସେଥିପାଇଁ ଅନେକ ଜାଗାରେ ଏହାର ଅନୁଚିତ ବ୍ୟବହାର କରାଯାଉଛି । ଏମିତିକି ଅଯଥା ଖର୍ଚ୍ଚ ମଧ୍ୟ ହେଉଛି । ବ୍ୟବହାର ନଥିବା ଜାଗାରେ ପାଣି ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି । ଏଥିପାଇଁ ଚଣ୍ଡୀଗଡ ନଗର ନିଗମ ଏକ ବଡ ନିଷ୍ପତ୍ତି ନେଇଛି । ପାଣି ନଷ୍ଟ କରୁଥିବା ବ୍ୟକ୍ତିଙ୍କ ଉପରେ ଏବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ସିଏମସି । ସେମାନଙ୍କ ଉପରେ ୫୦୦୦ ଟଙ୍କା ଲେଖାଏଁ ଜରିମାନା ଲଗାଇବାକୁ ନିର୍ଦ୍ଦେଶ ଦେଇଛି ଚଣ୍ଡୀଗଡ ମ୍ୟୁନିସିପାଲ କର୍ପୋରେସନ । ଆଜି ଅର୍ଥାତ ଏପ୍ରିଲ ୧୫ ତାରିଖରୁ ଏହି ନିୟମ ଲାଗୁ କରାଯିବା ନେଇ ସିଏମସି ପକ୍ଷରୁ ସୂଚନା ମିଳିଛି ।

ଗରମ ବଢିବା ପରେ ବିଭିନ୍ନ ସ୍ଥାନରେ ପାଣି ସମସ୍ୟା ଦେଖାଦେଇଛି । ଏହାମଧ୍ୟରେ ଚଣ୍ଡୀଗଡ ନଗର ନିଗମ ତରଫରୁ ପାଣି ବଞ୍ଚାଇବା ପାଇଁ ଆଜିଠୁ ଏକ ନିୟମ ପ୍ରଣୟନ କରାଯାଉଛି । ଏଠାକାର କୌଣସି ବ୍ୟକ୍ତି ପାଣି ନଷ୍ଟ କରୁଥିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ ୫ହଜାର ଟଙ୍କାର ଜରିମାନା ଲାଗୁ କରାଯିବ । ଏଥିପାଇଁ ସିଏମସି ପକ୍ଷରୁ ସ୍ପେଶାଲ ଟିମ ମଧ୍ୟ ଗଠନ କରାଯାଇଛି । ଜଳଯୋଗାଣ ଲାଇନରେ ସିଧାସଳଖ ବୁଷ୍ଟର ପମ୍ପ ଲଗାଉଥିବା ବ୍ୟକ୍ତି ଏବଂ ଯେଉଁମାନଙ୍କ ଛାତ ଉପର ଟାଙ୍କି ପାଣି ବ୍ୟର୍ଥ ହେଉଥିବ, ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମହାରାଷ୍ଟ୍ର ଏବଂ ନାସିକ ଆଦି ଅଞ୍ଚଳରେ ଜଳ ସଂକଟ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.