fbpx

Video: ଉତ୍ତରାଖଣ୍ଡରେ ଔଷଧ ଏୟାରଲିଫ୍ଟ କଲା ଡ୍ରୋନ୍, ୩୦ ମିନିଟରେ ଅତିକ୍ରମ କଲା ୪୦ କିଲୋମିଟର

Advertisement

ନୂଆଦିଲ୍ଲୀ: ଆଜିର ଦିନରେ ବିଜ୍ଞାନର ଅଗ୍ରଗତି ଅନେକ କାର୍ଯ୍ୟକୁ ସହଜ କରିଛି। ବର୍ତ୍ତମାନ ସମୟରେ ବିଭିନ୍ନ କାର୍ଯ୍ୟ ପାଇଁ ଡ୍ରୋନ୍ ବ୍ୟବହାର କରାଯାଉଛି। ଆଜିକାଲି ନିଆଁ ଲିଭାଇବା କାର୍ଯ୍ୟଠାରୁ ଆରମ୍ଭ କରି ବିଦ୍ୟୁତ୍ ଯୋଗାଣ ପାଇଁ ବିଦ୍ୟୁତ୍ ଲାଇନ ଯାଞ୍ଚ କରିବା ଏବଂ ଫସଲ ଉପରେ କୀଟନାଶକ ଔଷଧ ସ୍ପ୍ରେ କରିବା ପାଇଁ ଡ୍ରୋନ୍ ବ୍ୟବହାର କରାଯାଉଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାର ଆଜି ଡ୍ରୋନ୍ ବ୍ୟବହାର କରି ଏମ୍ସ ରିଷିକେଶରୁ ତେହେରୀ ଗରୱାଲ ପର୍ଯ୍ୟନ୍ତ ଯକ୍ଷ୍ମା ଔଷଧ ପରିବହନ କରୁଛନ୍ତି।

ବିଶେଷ କଥା ହେଉଛି ଦୁଇ କିଲୋଗ୍ରାମ ଔଷଧ ନେଇଥିବା ଡ୍ରୋନ୍ ପ୍ରାୟ ୩୦ ମିନିଟରେ ୪୦ କିଲୋମିଟର ଦୂରତା ଅତିକ୍ରମ କରିଥିଲା। ତେବେ ଏହି ଦୂରତା ଅତିକ୍ରମ କରିବାକୁ ସାଧାରଣତ ୨ ଘଣ୍ଟା ଲାଗେ। ବର୍ତ୍ତମାନ ଡ୍ରୋନ୍ ସମ୍ବନ୍ଧରେ ପରବର୍ତ୍ତୀ ଯୋଜନା ହେଉଛି ଖୁବ୍ ଶୀଘ୍ର ଏମ୍ସ ଦିଲ୍ଲୀରୁ ଝାଜର କର୍କଟ ହସ୍ପିଟାଲ୍ ପର୍ଯ୍ୟନ୍ତ ପରୀକ୍ଷା କରିବା ଜରୁରୀକାଳୀନ ପରିସ୍ଥିତି ସହିତ ଡ୍ରୋନ୍ ମାଧ୍ୟମରେ ପାହାଡ଼ିଆ ଅଞ୍ଚଳରେ ଔଷଧ ଏବଂ ପରୀକ୍ଷଣ ସୁବିଧା ଯୋଗାଇବା ପାଇଁ ସରକାର ଏକ ଗମ୍ଭୀର ମନୋଭାବ ଦେଖାଇଛନ୍ତି।

Get real time updates directly on you device, subscribe now.