fbpx

Video: ରିଆଲିଟି ଶୋ MTV Hustle 2.0 ରେ ଶୁଭିଲା ବିବାଦୀୟ ‘ସର ତନ୍ ସେ ଜୁଡା’ ଶ୍ଲୋଗାନ୍‌

ମୁମ୍ବାଇ: କୋଲକାତା ଭିତ୍ତିକ ଲୋକପ୍ରିୟ ରାପର୍ ‘ସନ୍ଥନମ୍ ଶ୍ରୀନିବାସନ୍ ଆୟର ଇପିଆର’ ଧାର୍ମିକ ଉଗ୍ରବାଦ ଉପରେ ଏକ ନୂତନ ଗୀତ ରଚନା କରିଛନ୍ତି। ଯେଉଁଥିରେ ବିବାଦୀୟ ‘ସର ତନ୍ ସେ ଜୁଡା’ ସ୍ଲୋଗାନ ତଥା ଉଦୟପୁରର ହିନ୍ଦୁ ଟେଲର କହ୍ନେୟାଲାଲ୍‌ଙ୍କ ହତ୍ୟା ବିଷୟରେ ଆଲୋଚନା ହୋଇଛି। ଏମ୍‌ଟିଭିରେ ପ୍ରସାରିତ ରିଅଲିଟି ସୋ ‘ଏମ୍‌ଟିଭି ହଷ୍ଟେଲ୍‌’ ଫେମ୍ ଇପିଆର ତାଙ୍କ ଗୀତରେ କହ୍ନେୟା ଲାଲ୍‌ଙ୍କ ହତ୍ୟାକୁ ନିନ୍ଦା କରିଥିବା ବେଳେ ବିଜେପିରୁ ନିଲମ୍ବିତ ନୁପୁର ଶର୍ମାଙ୍କୁ ସମର୍ଥନ କରିଛନ୍ତି।

ଏହି ଭିଡିଓକୁ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର କରି ଇପିଆର ଲେଖିଛନ୍ତି, ‘ମୋ ଦେଶକୁ କଟ୍ଟରପନ୍ଥିଙ୍କଠାରୁ ରକ୍ଷା କରନ୍ତୁ, ଭାରତୀୟ ସଂସ୍କୃତିର ଆତ୍ମା ହେଉଛି ଏକତା ଏବଂ ଶାନ୍ତି। ଏଠାରେ କଟ୍ଟରପନ୍ଥିଙ୍କର କୌଣସି ସ୍ଥାନ ନାହିଁ। ଏହି ଭିଡିଓରେ ସେ ଏହା ମଧ୍ୟ କହିଛନ୍ତି ଯେ, କପଡା ସିଲାଇ କରିବା ବାହାନାରେ ସେମାନେ କହ୍ନେୟାଙ୍କର ଗଳା କାଟି ଦେଇଥିଲେ। ଯାହା ପୋଲିସର ଦାୟିତ୍ୱହୀନତା କାରଣରୁ ଘଟିଥିଲା।’

ଇପିଆର୍ ପୂର୍ବରୁ ମଧ୍ୟ ଅନ୍ୟ ସମାଜିକ ବିଷୟ ଯଥା, ଚାଷୀ ଆତ୍ମହତ୍ୟା, ଗୌରୀ ଲଙ୍କେଶ ହତ୍ୟାକାଣ୍ଡ, ଜାତିବାଦ ରାଜନୀତି ଏବଂ ଅନ୍ୟ ବିଷୟ ଗୁଡିକୁ ନେଇ ମଧ୍ୟ ସେ ପୁର୍ବରୁ ରାପ୍ ଗୀତ ଗାଇଛନ୍ତି। ଇପିଆର୍‌ଙ୍କ ଏହି ପୋଷ୍ଟ ପରେ ଲୋକେ ସାମାଜିକ ଗଣମାଧ୍ୟମରେ ମିଶ୍ରିତ ପ୍ରତିକ୍ରିୟା ଦେଇଛନ୍ତି। ଅନେକ ଏହି ଗୀତକୁ ସାବାସୀ ଦେଉଥିବା ବେଳେ ଅନେକ ରାପ୍‌ରଙ୍କୁ ସୁରକ୍ଷା ଦେବାକୁ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟ ପଟରେ ସେ କହ୍ନେୟାଲାଲଙ୍କ ନାମ ନେଇ ଲୋକପ୍ରିୟ ହେବାକୁ ଚାହୁଁଥିବା ଅନେକ ଲୋକେ କହିଛନ୍ତି।

 

 

Get real time updates directly on you device, subscribe now.