fbpx

(Video) ପିଲାଙ୍କ ସହ ସ୍କୁଲରେ ପଢୁଛି ମାଙ୍କଡ: ଶିକ୍ଷକ ପାଠ ପଢାଇଲା ବେଳେ କରେ ଏମିତି କାରନାମା…

ନୂଆଦିଲ୍ଲୀ: ପୁଣି ଥରେ ଚର୍ଚ୍ଚାକୁ ଆସିଛି ହଜାରୀବାଗ ଜିଲ୍ଲାର ଚୌପାରଣ ପ୍ରଖଣ୍ଡ । କିନ୍ତୁ ଏଥର କିଛି ଅଜବ ଆଉ ଅଦ୍ଭୁତ କାଣ୍ଡକୁ ନେଇ । ସେ ବି ଗୋଟିଏ ମାଙ୍କଡ ପାଇଁ । କ୍ଲାସରୁମରେ ଗୋଟିଏ ମାଙ୍କଡ ବସି ପାଠ ପଢୁଥିବାର ଭିଡିଓ ଭାଇରାଲ ହେବା ପରେ ଏବେ ଚର୍ଚ୍ଚାରେ ଏହି ଅଞ୍ଚଳ । କିଛି ଦିନ ହେଲା ପ୍ରତିଦିନ ସ୍କୁଲକୁ ଆସିବା ସହିତ ପିଲାଙ୍କ ସହ ବସିସ ମାଙ୍କଡଟି ପାଠ ପଢୁଥିବାର ଦେଖିବାକୁ ମିଳୁଛି ।

ଝାଡଖଣ୍ଡ-ବିହାର ସୀମାର ମୁଖ୍ୟାଳୟରୁ ପ୍ରାୟ ୧୩ କି.ମି ଦୂରରେ ଅବସ୍ଥିତ ଦନୁଆ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏହି ଘଟଣା । କିଛି ଦିନରୁ ଗୋଟିଏ ମାଙ୍କଡ ସ୍କୁଲର କ୍ଲାସରୁମ ଭିତରକୁ ଆସୁଛି । କେବଳ ସେତିକି ନୁହେଁ, ପିଲାମାନଙ୍କ ସହ ମିଶି ସେ ଏଠାରେ ପାଠ ପଢୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଶିକ୍ଷକ କ୍ଲାସରୁମରେ ପାଠ ପଢାଇବା ସମୟରେ ମାଙ୍କଡଟି ଖୁବ ଆଗ୍ରହର ସହିତ ତାଙ୍କ କଥାକୁ ଧ୍ୟାନ ଦେଇ ଶୁଣୁଥାଏ । ଏହାଛଡା ପିଲାମାନେ ନୋଟ ଲେଖିବା ସମୟରେ ସେ ମଧ୍ୟ ପିଲାଙ୍କ ଖାତାକୁ ନଜର କରିଥାଏ । କିନ୍ତୁ ସ୍କୁଲରୁ ଯିବାକୁ କହିଲେ ସେ ମନା କରିଦିଏ ।

ମାଙ୍କଡଟି ସ୍କୁଲର ପିଲାମାନଙ୍କୁ ଅନୁସରଣ କରିବା ସହିତ ସେମାନଙ୍କ ପରି ବ୍ୟବହାର କରିଥାଏ । ପିଲାମାନେ ଫ୍ରି ପିରିୟଡରେ ପଡିଆକୁ ଆସନ୍ତି, ସେତେବେ ମାଙ୍କଡ ମଧ୍ୟ ସେମାନଙ୍କ ସହ ପଡିଆକୁ ଚାଲିଆସେ । ତେବେ କୌଣସି ପିଲା କିମ୍ବା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସେ ଅସୁବିଧାରେ ପକାଏ ନାହିଁ । କିନ୍ତୁ ତଥାପି ଗୋଟିଏ ମାଙ୍କଡ ସ୍କୁଲକୁ ଆସୁଥିବାରୁ ଶିକ୍ଷକ ଟିକିଏ ଚିନ୍ତାପ୍ରକାଶ କରିଛନ୍ତି । ଏମିତିକି ମାଙ୍କଡ ସ୍କୁଲ ସମୟ ଜାଣିଯିବା ସହିତ ରବିବାର ସ୍କୁଲ ଛୁଟି ବୋଲି ମଧ୍ୟ ସେ ଅନୁମାନ କରିସାରିଛି ।

ତେବେ ମାଙ୍କଡର ସ୍କୁଲରେ କିଛି କାରନାମା ଓ ପାଠ ପଢିବାର ଅନେକ ପଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ କିଛି ଲୋକ ମାଙ୍କଡର ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.