fbpx

ରାଜ୍ୟରେ ବନ୍ୟା ସ୍ଥିତି ଅସମ୍ଭାଳ: କୁଶଭଦ୍ର ନଦୀରେ ଘାଇ, ସେପଟେ ବାଙ୍କୀ ଏନଏସିରେ ପଶିଲା ପାଣି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବନ୍ୟା ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ଜଳସ୍ତର ବଢ଼ିବା ଯୋଗୁଁ ଅନେକ ଅଞ୍ଚଳ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି । କୁଶଭଦ୍ରା ନଦୀରେ ୨୫ ଫୁଟ ଦୀର୍ଘର ଘାଇ ସୃଷ୍ଟି ହୋଇଛି । ଗୋପ ଗଣେଶ୍ୱରପୁର ପଞ୍ଚାୟତ ଖଣ୍ଡିଆ କୁଦରେ ଘାଇ ସୃଷ୍ଟି ହୋଇଛି । ଏହା ଫଳରେ ୬ଟି ପଞ୍ଚାୟତର ଶତାଧିକ ଗାଁ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ଅନ୍ୟପଟେ ବାଙ୍କୀ ଏନଏସିରେ ପଶିଛି ମହାନଦୀ ପାଣି । ସାହାଡପଡ଼ାର ୧୪,୧୫,୧୬ ନମ୍ବର ୱାର୍ଡରେ ପଶିଛି ବନ୍ୟାପାଣି । ତେବେ ସକାଳ ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୬.୫୬ ଫୁଟ ରହିଛି । ଡ୍ୟାମକୁ ୫ ଲକ୍ଷ ୯୬ ହଜାର ୯୨ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଡ୍ୟାମରୁ ନିଷ୍କାସିତ ହେଉଛି ୬ ଲକ୍ଷ ୭୯ ହଜାର ୬୮୩ କ୍ୟୁସେକ୍ ପାଣି ।

Get real time updates directly on you device, subscribe now.