fbpx

ମୁଣ୍ଡୁଳିରେ କମୁଛି ଜଳସ୍ତର: ପ୍ରେସମିଟରେ ସୂଚନା ଦେଲେ SRC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ବନ୍ୟା ସ୍ଥିତି ରହିଛି । ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି ଶହ ଶହ ଲୋକ । ବୁଡ଼ିଯାଇଛି ଗାଁ ଗଣ୍ଡା । ନଷ୍ଟ ହୋଇଛି ଚାଷବେଉସା । ଯାହାକୁ ନେଇ ଚିନ୍ତାରେ ବନ୍ୟା ପ୍ରଭାବିତ । ବନ୍ୟାରୁ ବର୍ତ୍ତିବା ପାଇଁ ଲୋକମାନେ ନଦୀବନ୍ଧ କିମ୍ବା ଆଶ୍ରୟସ୍ଥଳୀରେ ନେଇଛନ୍ତ ଆଶ୍ରୟ । ସେପଟେ ଭାରତୀୟ ପାଣିପାଗ ବିଭାଗ ରାଜ୍ୟର ଚାରି ଜିଲ୍ଲାକୁ ବର୍ଷା ନେଇ ସତର୍କ କରାଇଛନ୍ତି ।

ଏହାରି ମଧ୍ୟରେ ବନ୍ୟା ସ୍ଥିତି ମୁକାବିଲା ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ଏସଆରସି (SRC) ପ୍ରଦୀପ ଜେନା । ଏସଆରସି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମବଙ୍ଗ ଦୀଘା ନିକଟରେ ସ୍ଥଳଭାଗ ଅତିକ୍ରମ କରିଥିବା ନେଇ କହିଛନ୍ତି । ଏହାର ପ୍ରଭାବରେ ବାଲେଶ୍ୱର ସହ ମୟୂରଭଞ୍ଜ ଏବଂ ଭଦ୍ରକରେ ବର୍ଷା ଲାଗିରହିଥିବା ନେଇ କହିଛନ୍ତି । ଆସନ୍ତାକାଲି ମଧ୍ୟ ଏହି ଜିଲ୍ଳାଗୁଡ଼ିକରେ ବର୍ଷା ଜାରି ରହିବାନେଇ କହିଛନ୍ତି ଏସଆରସି ।

ଏହି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାଲେଶ୍ୱରକୁ ୨ ଏନଡିଆରଏଫ୍ ଓ ୨ଟି ଓଡ୍ରାଫ୍ ଟିମ୍ ପଠାଯାଇଛି ଏବଂ ୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ନେଇ କହିଛନ୍ତି ଏସଆରସି । ଏହା ସହ ମୁଣ୍ଡୁଳିରେ ଜଳସ୍ତର କମୁଥିବା ନେଇ କହିଛନ୍ତି ଏସଆରସି ପ୍ରଦୀପ ଜେନା ।

Get real time updates directly on you device, subscribe now.