ତରଭୁଜ ଖାଇ ମଞ୍ଜି ଫିଙ୍ଗି ଦେଉଛନ୍ତି କି? କରନ୍ତୁନି ମୁର୍ଖାମୀ! ଏଥିରେ ରହିଛି ଭରପୁର ଲାଭ
ତରଭୁଜ ମଞ୍ଜିରେ ରହିଛି ସ୍ବାସ୍ଥ୍ୟ ଉପକାରିତା ଗୁଣ ।
ନୂଆଦିଲ୍ଲୀ: ସାଧାରଣତଃ ଖରାଦିନେ ଲୋକମାନଙ୍କର ପସନ୍ଦ ହୋଇଥାଏ ତରଭୁଜ । ଏହାକୁ ଖାଇବା ଦ୍ବାରା ଶରୀର ହାଇଡ୍ରେଟ ହୋଇ ରହିଥାଏ । କିନ୍ତୁ ଲୋକେ ତରଭୁଜ ଖାଇବା ପରେ ମଞ୍ଜି ଫିଙ୍ଗି ଦେଇଥାନ୍ତି । ଯଦି ଆପଣ ଏହାକୁ ଅଦରକାରୀ ଭାବି ଫିଙ୍ଗି ଦେଉଛନ୍ତି ତାହେଲେ ଏହା ବୋକାମୀ ଅଟେ ।
ତରଭୁଜ ମଞ୍ଜିରେ ପ୍ରୋଟିନ, ଭିଟାମିନ୍ସ ଏବଂ ମିନେରାଲ୍ସ ରହିଥାଏ । ଯାହା ଶରୀର ପାଇଁଁ ଜରୁରୀ ପୋଷକ ତତ୍ତ୍ବ ପ୍ରଦାନ କରିଥାଏ । ସେହିପରି ଏଥିରେ ପଲିଅନସେଚୁରେଟ ଏବଂ ମନୋଅନସେଚୁରେଟ୍ ରହିଥାଏ । ଯାହାକି ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
ଅନ୍ୟପଟେ ତରଭୁଜ ମଞ୍ଜୀ କୋଲେଷ୍ଟ୍ରଲକୁ ଦୂର ରଖିବାରେ ସାହାଯ୍ୟ କରିଥାଏ । ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ରହିବା କାରଣରୁ ଶରୀରକୁ ଫ୍ରି ରେଡିକାଲ୍ସରୁ ବର୍ତ୍ତାଇବାରେ ସାହାଯ୍ୟ କରିଥାଏ ।
ଏଥିରେ ଆଣ୍ଟି ଏଜିଂ ତତ୍ତ୍ବ ମଧ୍ୟ ରହିଥାଏ । ବୟସ ବୃଦ୍ଧିର ସଙ୍କେତକୁ କିଛି ମାତ୍ରାରେ ଦୂର କରିବାରେେ ସାହାଯ୍ୟ କରିଥାଏ । ଫାଇବରର ମାତ୍ରା ଅଧିକ ରହିଥିବା କାରଣରୁ ପାଚନତନ୍ତ୍ରକୁ ସଠିକ ରଖିବାରେ ସାହାଯ୍ୟ କରିଥାଏ । କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିବା ସହିତ ଅନ୍ତକୁ ସଫା ରଖିବାରେ ସାହାଯ୍ୟ କରିଥାଏ ।