fbpx

(Video) ୱାୟନାଡ଼ ଭୂସ୍ଖଳନ: ମୃତ ଶରୀରକୁ ନେବା ପାଇଁ ରାସ୍ତାରେ ଆମ୍ବୁଲାନ୍ସର ଲମ୍ବା ଲାଇନ, ଦେଖନ୍ତୁ ହୃଦୟ ବିଦାରକ ଦୃଶ୍ୟ

ନୂଆଦିଲ୍ଲୀ: ୱାୟନାଡ଼ ଭୂସ୍ଖଳନରେ ଶତାଧିକ ଲୋକେ ପ୍ରାଣ ହରାଇଛନ୍ତି । ଲଗାତାର ଦୁଇ ୨ ଦିନ ହେଲାଣି ସେନା, ଏନଡିଆରଏଫ ଟିମ ଏବଂ ଏସଡିଆରଏଫ ଉଦ୍ଧାରକାରୀ ଦଳ ରିଲିଫ ଏବଂ ଉଦ୍ଧାରକାର୍ଯ୍ୟରେ ଲିପ୍ତ ଅଛନ୍ତି । ଏହାରି ମଧ୍ୟରେ ଏକ ହୃଦୟବିଦାରକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଅନେକ ସଂଖ୍ୟାରେ ଆମ୍ବୁଲାନ୍ସ ମୃତଶରୀର ଗୁଡ଼ିକୁ ନେଇ ଯାଉଛି ।
ୱାୟନାଡ଼ ଭୂସ୍ଖଳନରେ ୨୭୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକେ ଗୁରୁତର ଅଛନ୍ତି । ମେଡିକାଲ ଟିମ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ମଧ୍ୟ ସହଯୋଗ କରୁଛନ୍ତି । ଏହି ମେଡିକାଲ ଟିମ ଆହତଙ୍କୁ ଚିକିତ୍ସା କରିବା ସହ ମୁର୍ଦ୍ଦାଘରକୁ ମୃତଶରୀର ଗୁଡ଼ିକୁ ନେଉଛନ୍ତି ।

ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ହାଜି ରୋଡରେ ଏକ ସାଙ୍ଗରେ ପଛକୁ ପଛ ୮ରୁ ୧୦ଟି ଆମ୍ବଲାନ୍ସ ଯାତ୍ରା କରୁଛନ୍ତି । କାର ଗୁଡିକ ରାସ୍ତା କଡରେ ରଖାଯାଇଛି । ମାତ୍ର ଜଣେ ଛତା ଧରି ସେହି କାର ପାଖେ ଛିଡା ହୋଇଛନ୍ତି । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି । ଏହି ଆମ୍ବୁଲାନ୍ସ ଗୁଡିକ ମୃତ ଶରୀରକୁ ନେଇ ଯାତ୍ରା କରୁଛି । ଏହି ଦୃଶ୍ୟ ଏକ ହୃଦୟ ବିଦାରକ ଦୃଶ୍ୟରେ ପରିଣତ ହୋଇଛି ।

https://x.com/thekorahabraham/status/1818641867560698135

ୱାୟନାଡ଼ ଭୂସ୍ଖଳନରେ ମୃତସଂଖ୍ୟା୨୭୬ରେ ପହଞ୍ଚିଥିବା ବେଳେ ଅନେକ ଲୋକେ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି । ଯବାନମାନେ ଲଗାତାର ଉଦ୍ଧାରକାର୍ଯ୍ୟରେ ବର୍ତ୍ତମାନ ୧୫୦୦ ଲୋକଙ୍କୁ ଉଦ୍ଧାର କରିସାରିଛନ୍ତି । ୧୯୧ ଜଣ ଲୋକେ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି । କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏହି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଗୁରୁବାର ହେବାକୁ ଥିବା ସମସ୍ତ ମିଟିଙ୍ଗକୁ ସ୍ଥଗିତ ରଖିଛନ୍ତି ।

Get real time updates directly on you device, subscribe now.