fbpx

(Video) ‘ଆମେ ଛୋଟ ହୋଇପାରୁ, କିନ୍ତୁ…’ ଭାରତକୁ ନାଲି ଆଖି ଦେଖାଇଲେ ମାଳଦ୍ୱୀପ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଚୀନରୁ ଫେରି ଭାରତ ଉପରେ ବର୍ଷିଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ । ଲାକ୍ଷାଦ୍ୱୀପ ଏବଂ ମାଳଦ୍ୱୀପ ବିବାଦକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ମାଳଦ୍ୱୀପର ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ମାଳଦ୍ୱୀପର ହାଇ କମିଶନର ଇବ୍ରାହିମ ଶାହୀବଙ୍କୁ ସମନ୍ କରିଥିଲେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ । ଯାହାକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତେବେ ଚୀନ ଗସ୍ତରୁ ଫେରି ଏହି ମାମଲାରେ ଭାରତକୁ ଟାର୍ଗେଟ କରିଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ।

ସେ କହିଛନ୍ତି ଯେ, ‘ଆମେ ଛୋଟ ହୋଇପାରୁ, କିନ୍ତୁ ଏହାର ଅର୍ଥ ଆପଣ ଆମକୁ ଗାଳିଗୁଲଜ କରିବା ପାଇଁ ଏହା ଏକ ଲାଇସେନ୍ସ ନୁହେଁ’ । ଏକ ପ୍ରେସ କନଫରେନ୍ସରେ ଏଭଳି ବୟାନ ଜାରି କରିଛନ୍ତି ମହମ୍ମଦ ମୁଇଜୁ । ଏକ ସପ୍ତାହର ଚୀନ ଗସ୍ତ ପରେ ସେ ଗଣମାଧ୍ୟମରେ ଏପରି ବୟାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପାଇଁ ମାଳଦ୍ୱୀପ ହାଇ କମିଶନର ଇବ୍ରାହିମ ଶାହୀବଙ୍କୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସମନ୍ ମାମଲାରେ ସେ ଅସନ୍ତୋଷ ଜାହିର କରିଛନ୍ତି । ତେଣୁ ଚୀନରୁ ଫେରିବା ପରେ ଗଣମାଧ୍ୟମ ଜରିଆରେ ଭାରତକୁ ଟାର୍ଗେଟ କରି ଏଭଳି ମନ୍ତବ୍ୟ ରଖିଛନ୍ତି ମହମ୍ମଦ ମୁଇଜୁ ।

ଏହି ମାସ ଆରମ୍ଭରେ ପର୍ୟ୍ୟଟନ ପାଇଁ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଲାକ୍ଷାଦ୍ୱୀପ ଗସ୍ତ କରିଥିଲେ। ତେବେ ମୋଦୀଙ୍କ ଗସ୍ତ ପରେ ମାଳଦ୍ୱୀପର ତିନିଜଣ ଉପ-ମନ୍ତ୍ରୀ ତାଙ୍କୁ ସମାଲୋଚନା କରି ଅଭିଯୋଗ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ଭାରତ ଲାକ୍ଷାଦ୍ୱୀପକୁ ମାଲଦ୍ୱୀପର ବିକଳ୍ପ ପର୍ୟ୍ୟଟନ କ୍ଷେତ୍ର ଭାବରେ ଦର୍ଶାଇବାକୁ ଚେଷ୍ଟା କରୁଛି। ଏହାପରେ ସେମାନଙ୍କର ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଯୁଦ୍ଧ ଆରମ୍ଭ ହୋଇ ଯାଇଥିଲା । ଏହାସହ ସୋସିଆଲ ମିଡିଆ ପ୍ଲାଟଫର୍ମ X(ଟ୍ୱିଟର)ରେ #BycottMaldives ଟ୍ରେଣ୍ଡ କରିବା ମଧ୍ୟ ଆରମ୍ଭ ହୋଇଥିଲା। ଯାହା ଫଳରେ ମାଳଦ୍ୱୀପ ସରକାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ତିନି ମନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି।

ଏହି ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିବା ପରେ ମାଳଦ୍ୱୀପ ସରକାର ଏହାକୁ ନେଇ ସ୍ପଷ୍ଟୀକରଣ ଜାରି କରିଛନ୍ତି ଏବଂ ନିଲମ୍ବିତ ହୋଇଥିବା ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟରୁ ନିଜକୁ ଦୂରେଇ ରଖିଛନ୍ତି। ମାଳଦ୍ୱୀପ ସରକାରଙ୍କ ଅନୁସାରେ ଏହି ପ୍ରସଙ୍ଗରେ ୩ ମନ୍ତ୍ରୀଙ୍କ ବୟାନ ବ୍ୟକ୍ତିଗତ ଅଟେ। ତେଣୁ ଏଥିରେ ସରକାରଙ୍କର କୌଣସି ସମ୍ପର୍କ ନଥିବା ମାଳଦ୍ୱୀପ ସରକାରପ୍ରକାଶ କରିଛନ୍ତି।

Get real time updates directly on you device, subscribe now.