fbpx

ହୋମ୍ ଆଇସୋଲେସନରେ ଥିଲେ ପିନ୍ଧନ୍ତୁ ଟ୍ରିପଲ୍ ମାସ୍କ

ନୂଆଦିଲ୍ଲୀ, ୨୮/୪(ଓଡ଼ିଶା ଭାସ୍କର) : ଦେଶରେ ସଂକ୍ରମଣ ହାର ବଢ଼ୁଥିବା ବେଳେ ପୁଣି ଆଜି ହୋମ୍ ଆଇସୋଲେସନ୍ ନିୟମାବଳୀ ଦୋହରାଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏହି ନିୟମାନୁସାରେ ପୁର୍ବରୁ କୁହାଯାଇଥିଲା ଯେ ଯେଉଁ ମାନେ କୋଭିଡ୍ ଲକ୍ଷଣ ନଥାଇ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସେମାନେ ହୋମ୍ ଆଇସୋଲେସନ୍ ରେ ରହିବେ । ହେଲେ ଲୋକଙ୍କ ମଧ୍ୟରେ ସଚେତନତା ଆଣିବାକୁ ପୁଣିଥରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସେସବୁ ଦୋହରାଇଛି । ଏହି ପରିପ୍ରେକ୍ଷୀରେ ସୁଚନା ଦେଇ କୁହାଯାଇଛି ଯେ, ହୋମ୍ ଆଇସୋଲେସନ୍ ରେ ଥିଲେ ତିନୋଟି ମାସ୍କ ବ୍ୟବହାର କରନ୍ତୁ । ୮ ଘଣ୍ଟା ପରେ ଏହାକୁ ବାହାର କରିଦିଅନ୍ତୁ । ଏଥି ସହିତ ଘର ଲୋକଙ୍କ ସହ କଥା ହେବା ବେଳେ ଉଭୟ ଘରର ସଦସ୍ୟ ଏବଂ ରୋଗୀ ଏନ୍ ୯୫ ମାସ୍କ ବ୍ୟବହାର କରନ୍ତୁ ।

ବିସ୍ତୃତ ଭାବରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଯଦି କୌଣସି ବ୍ୟକ୍ତି କୋଭିଡ୍ ଲକ୍ଷଣ ନଥାଇ ପଜିଟିଭ୍ ଚିହ୍ନଟ ହୁଅନ୍ତି । ତେବେ ସେମାନେ ଘରେ ହୋମ୍ ଆଇସୋଲେସନ୍ ରେ ରହିପାରିବେ । ଘରେ କୌଣସି ଏକ ରୁମ୍ ରେ ଅଲଗା ଭାବରେ ରହିବାର ବ୍ୟବସ୍ଥା କରନ୍ତୁ । ଏଥିସହିତ ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିର ଯତ୍ନ ନେବା ପାଇଁ ଘରର କେହି ଜଣେ ସଦସ୍ୟ ୨୪ ଘଣ୍ଟା ଉପସ୍ଥିିତ ରହିବା ଜରୁରୀ । ଆହୁରି ମଧ୍ୟ ଲଗାତର ଭାବରେ ହସ୍ପିଟାଲ ସହିତ ସଂସ୍ପର୍ଶରେ ରହିବା ଆବଶ୍ୟକ । ଏଥିସହିତ ରୋଗୀଙ୍କୁ ଭଲ ଭାବରେ ଭେଣ୍ଟିଲେସନ୍ ହେଉଥିବା ରୁମ୍ ରେ ରଖାଯିବା ସହ ରୁମ୍ ର ସମସ୍ତ ଝରକାକୁ ଖୋଲା ରଖିବା ଦରକାର ଯାହା ଫଳରେ ଫ୍ରେସ୍ ଏୟାର ଯିବା ଆସିବା କରିପାରିବ ।

ଏଥିସହିତ ହୋମ୍ ଆଇସୋଲେସନ୍ ଥିବା ସମୟରେ ଭଲ ଭାବରେ ପାଣି ପିଇବା ଆବଶ୍ୟକ ଯାହା ଦ୍ୱାରା ଶରୀରରେ ଜଳ ଅଭାବ ଯେପରି ଦେଖାନଦେବ । ଆହୁରି ମଧ୍ୟ ପ୍ରତି ୪୦ ସେକେଣ୍ଡରେ ହାତକୁ ଭଲ ଭାବରେ ସାବୁନ ଧୋଇବା ସହିତ ସାନିଟାଇଜର୍ ବ୍ୟବହାର କରିବା ନିହାତି ଜରୁରୀ । ଲଗାତର ଭାବେ ଶରୀରର ଅକ୍ସିଜେନ୍ ଲେବଲ୍ ଯାଞ୍ଚ କରନ୍ତୁ । ଯଦି ନିର୍ଦ୍ଧାରିତ ଅକ୍ସିଜେନ୍ ଲେବଲ୍ ରୁ କମ୍ ବେଶୀ ହୁଏ ତେବେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଆନ୍ତୁ ।

Get real time updates directly on you device, subscribe now.