fbpx

ରାଜଧାନୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ: ନମାନିଲେ ୫୦୦ ଟଙ୍କା ଜୋରିମାନା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ମାମଲା ବୃଦ୍ଧି ପାଇବା ସହିତ ପ୍ରତିବନ୍ଧକ ପୁଣିଥରେ ସକ୍ରିୟ ହେବାରେ ଲାଗିଛି । ଏହାରି ମଧ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ସରକାର । ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ମାସ୍କ ନପିନ୍ଧିଲେ ୫ ଶହ ଟଙ୍କା ଜୋରିମାନା ଦେବାକୁ ପଡ଼ିବ । ଏହା ସହ ଘରୋଇ ୪ ଚକିଆ ଯାନରେ ଜୋରିମାନା ଲାଗୁ ହେବନି ।

ତେବେ ଗତ କିଛି ଦିନ ହେବ ଦିଲ୍ଲୀରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଅଗଷ୍ଟରେ କୋଭିଡ କାରଣରୁ ଦିଲ୍ଲୀରେ ଏପର୍ଯ୍ୟନ୍ତ ୪୦ ଜଣଙ୍କର ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ରାଜଧାନୀ ଦିଲ୍ଲୀରେ କରୋନା ମାମଲା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଅଗଷ୍ଟରେ କୋଭିଡ କାରଣରୁ ଏପର୍ଯ୍ୟନ୍ତ ୪୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜୁଲାଇର ଶେଷ ୧୦ ଦିନରେ କରୋନା ଯୋଗୁଁ ୧୪ ଜଣଙ୍କର ମୃତ୍ୟୁ ଘଟିଛି, ଅର୍ଥାତ୍ ମହାମାରୀ ହେତୁ ମୃତ୍ୟୁ ସଂଖ୍ୟା ପ୍ରାୟ ତିନିଗୁଣ ବୃଦ୍ଧି ପାଇଛି ।

Get real time updates directly on you device, subscribe now.